ପାରାଦୀପ (ଦୀପ୍ତିରଂଜନ ଦାସ): କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ପ୍ରତିବାଦରେ ୧୦ଟି ଶ୍ରମିକ ସଙ୍ଗଠନ ପକ୍ଷରୁ ଜାନୁଆରୀ ୮ତାରିଖ ବୁଧବାର ଦିନ ୨୪ ଘ•ିଆ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଶିଳ୍ପ ଓ ବନ୍ଦର ନଗରୀ ପାରାଦ୍ୱୀପରେ ଏହି ବନ୍ଦ ର ଆଂଶିକ ସଫଳତା ଦେଖିବାକୁ ମିଳିଥିଲା । ପାରାଦ୍ୱୀପ ବନ୍ଦର ପ୍ରଶାସନିକ ଭବନ ବନ୍ଦର ନିଷିଦ୍ଧା•ଳ ଗେଟ୍ନଂ-୩,୪ ଓ ୫, ପିପିଏଲ, ଇଫକୋ, ତୈଳ ବିଶୋଧନାଗାର ଫାଟକ ସମ୍ମୁଖରେ ସ୍ଥାନୀୟ ଶ୍ରମିକ
ନେତାଙ୍କ ନେତୃତ୍ୱରେ ଧାରଣା, ପିକେଟିଂ ଓ ରାସ୍ତାରୋକ କରାଯାଇଥିଲା ।
ଅନ୍ୟପକ୍ଷରେ ବିଭିନ୍ନ ମାର୍କେଟ, ସ୍କୁଲ, ବ୍ୟାଙ୍କ ବନ୍ଦ ରହିଥିଲା । ତେବେ ପଣ୍ୟ ଓ ଯାତ୍ରୀ ପରିବହନ ସଂପୁର୍ଣ୍ଣ ଭାବେ ବନ୍ଦ ହୋଇଥିବାବେଳେ ଶିଳ୍ପା•ଳରେ ବିଭିନ୍ନ ସଂସ୍ଥାରେ ଉପôାଦନ ସ୍ୱାଭାବିକ ରହିଥିଲା । ଅନ୍ୟପକ୍ଷରେ ବନ୍ଦ କୁ ଆଖିଆଗରେ ରଖି ପଣ୍ୟ କାରବାର ଓ ଜାହାଜ ଚଳାଚଳ ସ୍ୱାଭାବିକ ଭାବେ
ଜାରି ରଖିବା ପାଇଁ ପାରାଦ୍ୱୀପ ବନ୍ଦର ପ୍ରଶାସନ ଓ କ•ୃର୍ପକ୍ଷଙ୍କ ପକ୍ଷରୁ ଦୃତ ଓ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରାଯାଥିଲା । ଯାହାର ଫଳ ସ୍ୱରୁପ ବନ୍ଦର ପ୍ରଶାସନିକ ଭବନରେ କାର୍ଯ୍ୟ ସ୍ୱାଭାବିକ ରହିଥିଲା ବେଳେ ୬ଟି ପଣ୍ୟବାହୀ ଜାହାଜ ଚଳାଚଳ କରିଥିଲା l