ସୁକାନ୍ତଙ୍କ ବିୟୋଗରେ ଶୋକସଭା : ପରିବାରକୁ ସହାୟତା ପାଇଁ ସାମ୍ବାଦିକ ମହଲରେ ଉଦ୍ୟମ

0 575

ଭୁବନେଶ୍ୱର : ବରିଷ୍ଠ ଭିଡିଓ ଜର୍ଣ୍ଣାଲିଷ୍ଟ ସୁକାନ୍ତ ପାଣିଗ୍ରାହୀଙ୍କର ଗତ କାଲି ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ସେ କ୍ୟାନ୍ସର ରୋଗରେ ପୀଡିତ ଥିଲେ। ସୁକାନ୍ତଙ୍କ ଦେହାନ୍ତ ଖବରରେ ଓଦିଶା ମିଡ଼ିଆ ଜଗତରେ ଶୋକର ଛାୟା ଖେଳି ଯାଇଛି। ଦୀର୍ଘ ଦେଢ଼ ଦଶନ୍ଧି ଧରି ସେ ଓଡ଼ିଆ ବୈଦୁତିକ ଗଣମାଧ୍ୟମର ବିଭିନ ଚ୍ୟାନେଲରେ ଭିଡିଓ ଜର୍ଣ୍ଣାଲିଷ୍ଟ ଭାବେ କାର୍ଯ୍ୟ କରି ଆସୁଥିଲେ । ଆଜି ତାଙ୍କ ସ୍ମୃତିଚାରଣ କରି ସୂଚନା ଭବନ କ୍ୟାମ୍ପସ ପରିସରରେ ସମ୍ବାଦିକମାଙ୍କ ପକ୍ଷରୁ ଶୋକସଭା ଅନୁଷିତ ହୋଇଯାଇଛି। ଏହି ଅବସରେ ସୁକାନ୍ତଙ୍କ ସହ ଗତ ଦେଢ଼ ଦଶନ୍ଧି ଭିତରେ କାର୍ଯ୍ୟ କରିଥିବା ସାମ୍ବାଦିକ ଓ ଭିଡିଓ ଜର୍ଣ୍ଣାଲିଷ୍ଟମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ସ୍ମୃତି ଚାରଣ କରିଥିଲେ ।

ସୁକାନ୍ତ ତ ଅକାଳରେ ଚାଲିଗଲେ | ଶେଷ ସମୟରେ ତାଙ୍କର ଚାକିରି ନ ଥିଲା | ଚାକିରି ଖଣ୍ଡେ ପାଇଁ କେତେ ଜଣଙ୍କୁ ସେ ନେହୁରା ହୋଇଛନ୍ତି ତାହାର ହିସାବ ନାହିଁ | ଦୂରାରୋଗ୍ୟ ଚିକିତ୍ସା, ରାଜଧାନୀରେ ଭଡାଘର, ଛୋଟ ପିଲାର ସବୁ ଖର୍ଚ ତୁଲାଉଥିଲେ | ଏଭଳି ସ୍ଥତିରେ ତାଙ୍କ ପରିବାରର ଦୁଃଖ ତ ଲାଘବ କରି ହେବନି | ଛୋଟିଆ ସାହାଯ୍ୟ କରିପାରିଲେ ଭଲ ହେବ ବୋଲି ମତ ପ୍ରକାଶ ପାଇଥିଲା l
ଶୋକସଭା ଅବସରରେ ଉପସ୍ଥିତ ବନ୍ଧୁମାନେ ଦିବଂଗତ ପରିବାରକୁ ସାହାଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଥିଲେ l ଯାହାକି ତାଙ୍କ ପରିବାରକୁ କିଛିଟା ସାହାଯ୍ୟ ହୋଇ ପାରିବ ବୋଲି ଆଶା ପ୍ରକାଶ ପାଇଛି l

ପରିବାର ସହ ସୁକାନ୍ତ

Leave A Reply

Your email address will not be published.

eighteen − 12 =