ପରୀକ୍ଷା

0 1,475

ଅରୁନ୍ଧତୀ ସେନାପତି

ବନ୍ୟା ଯେତେବେଳେ ଆସେ
ତା’ ସହ ପଟୁ ମାଟି ମଧ୍ୟ ଛାଡିଯାଏ
କାହାର କେତେ କ’ଣ ସିନା ଭସେଇ ନିଏ
ହେଲେ ମାଟି ମା’କୁ ଶସ୍ଯ ଶ୍ୟାମଳା କରାଏ।

ଜୀବନରେ ପରୀକ୍ଷା ଆସେ ଯେତେବେଳେ
ନୂଆ କିଛି ବୁଝିବାକୁ ଦିଏ ସୁଯୋଗ
ନିଜକୁ  ବି ଜାଣିବାକୁ ଦିଏ ମୌକା।

କରୋନା ଭଳି ବିପତ୍ତି ଆସୁ
ଅବା ଜୀବନର ଉତ୍ଥାନ ପତନ
ଜୀବନକୁ ନିରେଖି ବୁଝିବାକୁ ଦିଏ ଗୋଟେ ଗୋଟେ ମୌକା।

ହାତରେ ବ୍ରାଣ୍ଡେଡ୍ ଘଡି ଥାଇ ବି
ସମୟର ଅଭାବ ଥିଲା ନିଜ ପାଇଁ ଓ ପରିବାର ପାଇଁ
କିନ୍ତୁ ଏ ମହାମାରୀ ସୁଯୋଗ ଦେଇଛି
ପରିବାରର ଦୃଢତା କ’ଣ ବୁଝିବା ପାଇଁ ।

ପ୍ରତିଟି ପରୀକ୍ଷା ପରେ ମଣିଷ ସୁଦୃଢ ହୁଏ
ଭୁଲରୁ ଶିଖେ, ଆଉ ତାକୁ ସୁଧାରେ
ଇଏ ହିଁ ଜୀବନ ଯେ ଦିଏ ବାରମ୍ବାର ମୌକା।

ଦେଢ଼ସର ଦେଉଳି, ଜଗତସିଂହପୁର

Leave A Reply

Your email address will not be published.

three × 3 =