ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଜୀବନବିନ୍ଦୁ : ୧୯୯ ୟୁନିଟ୍ ରକ୍ତ ସଂଗ୍ରହ

0 620

ବାଲିକୁଦା: ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ୪ ନମ୍ବର ଜିଲ୍ଲାପରିଷଦ ଜୋନରେ କରାଯାଇ ୧୯୯ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ନବୀନ ପଟ୍ଟନାୟକ ସରକାର ଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତିରେ ଏହି କାର୍ଯ୍ୟକ୍ରମ ଶିବିରକୁ ଏରସମା ବାଲିକୁଦା ବିଧାୟକ ତଥା ମନ୍ତ୍ରୀ ରଘୁନନ୍ଦନ ଦାସ ଉଦ୍ଘାଟନ କରିଥିଲେ । ଏହି ଜୀବନବିନ୍ଦୁ କାର୍ଯ୍ୟକ୍ରମ ରେ ଜଗତସିଂହପୁର ଲୋକସଭା ସାଂସଦ ଡ଼. ରାଜଶ୍ରୀ ମଲ୍ଲିକ , ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ଵାଳ,ରାଜ୍ୟ ସଂଯୋଜକ ବିଜୟ ନାୟକ, ଜିଲ୍ଲା ସଂଯୋଜକ ଏବଂ ମଧୁସୁଦନ ସାହୁ, ସ୍ଥାନୀୟ ବିଜୁ ଜନତା ଦଳର ଯୁବ,ଛାତ୍ର,ମହିଳା ନେତୃବୃନ୍ଦ ଉପସ୍ଥିତି ଥିଲେ । ପ୍ରକାଶ ଥାଉକି ରକ୍ତଦାନ କାର୍ଯ୍ୟକ୍ରମ ବହୁ ବିଳମ୍ବରେ ହେଲେ ମଧ୍ୟ ମନ୍ତ୍ରୀ ଓ ସାଂସଦ ଆୟୋଜନ କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.

11 + 11 =