ରବୀନ୍ଦ୍ରଙ୍କୁ ବିବାହ କଲେ ଅଭିନେତ୍ରୀ ଗାର୍ଗୀ

0 918

କଟକ : ଓଲିଉଡ୍‌ ଅଭିନେତ୍ରୀ ଗାର୍ଗୀ ମହାନ୍ତିଙ୍କର ବିବାହ ରବିବାର ଦିନ ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ହୋଟେଲ ପାଲ୍‌ ହାଇଟ୍‌ ମନ୍ତ୍ରା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗାର୍ଗୀ ତାଙ୍କ ପିଲାଦିନର ବନ୍ଧୁ ରବିନ୍ଦ୍ର ପାଢ଼ୀଙ୍କର ହାତ ଧରିଛନ୍ତି । ଦୁହିଁଙ୍କ ବିବାହ ଉତ୍ସବରେ ବନ୍ଧୁ ପରିଜନମାନେ ଉପସ୍ଥିତ ଥିଲେ ।

ସଟ୍‌ଡାଉନ୍‌ ଚାଲିଥିବାରୁ ସିନେ କଳାକାରଙ୍କ ବିଶେଷ ଉପସ୍ଥିତି ଦେଖିବାକୁ ମିଳିନଥିଲା । ଗତକାଲି ଏହି ବିବାହ ହୋଇଥିବାବେଳେ ଗାର୍ଗୀ ନିଜ ବନ୍ଧୁ ରବିନ୍ଦ୍ରଙ୍କୁ ଜୀବନ ସାଥୀ ଭାବେ ପାଇଥିବାରୁ ବେଶ୍‌ ଖୁସି ଥିବା ଦେଖିବାକୁ ମିଳିଥିଲା । ଗାର୍ଗୀଙ୍କ ସ୍ୱାମୀ ଜୀ ସାର୍ଥକରେ ମାର୍କେଟିଂ ହେଡ୍‌ ଭାବେ କାର୍ଯ୍ୟ କରୁଥିବାବେଳେ ଅଭିନେତ୍ରୀ ଗାର୍ଗୀ ମଧ୍ୟ ‘ମଞ୍ଜରି’ ଟିଭିରେ କ୍ରିଏଟିଭ୍‌ ହେଡ୍‌ ଭାବେ କାର୍ଯ୍ୟରତ ଅଛନ୍ତି। ଗାର୍ଗୀ ‘କଥାନ୍ତର’ ଚଳଚିତ୍ରରେ ଅଭିନୟ ପାଇଁ ରାଜ୍ୟ ପୁରସ୍କାର ପାଇଛନ୍ତି l

Leave A Reply

Your email address will not be published.

3 × one =