ଚାଲିଗଲେ ଅଜିତ ଦାସ

0 768

ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଜଗତର ଭେଟେରାନ କଳାକାର ଅଜିତ ଦାସଙ୍କର ୭୧ ବର୍ଷରେ ପରଲୋକ ହୋଇଛି l ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଜିତ ଦାସଙ୍କ ପରଲୋକ ହୋଇଛି । କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ ଅଜିତ ଦାସ । ମୟୁରଭଞ୍ଜ କରଞ୍ଜିଆରେ ଅଜିତ ଦାସଙ୍କ ଜନ୍ମସ୍ଥାନ ।

ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରୁ ପାସ କରିବା ପରେ ସେ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଦୀର୍ଘ ଦିନ ଧରି ଅଧ୍ୟାପନା କରିଥିଲେ l ଅନେକ ଓଡ଼ିଆ ସିନେମାରେ ସେ ଅଭିନୟ କରିଥିଲେ l ସେ ମଧ୍ୟରୁ ହାକିମ ବାବୁ, ଗୋଲମଗିରି ଓ ତୁଣ୍ଡ ବାଇଦ ଭଳି ଉଲ୍ଲେଖନୀୟ ଚଳଚ୍ଚିତ୍ର ରହିଛି l ହାକିମ ବାବୁ ଚଳଚ୍ଚିତ୍ର ରାଷ୍ଟପତି ପୁରସ୍କାର ଲାଭ କରିଥିଲା l ତାଙ୍କର ନିଖୁଣ ଅଭିନୟରେ ସେ ଓଡ଼ିଆ ଚଳଚ୍ଚିତ୍ରପ୍ରେମୀଙ୍କ ହୃଦୟରେ ଘର କରି ରହିଥିଲେ l କିଛି ଦିନ ତଳେ ତାଙ୍କର ଘନିଷ୍ଠ ବନ୍ଧୁ ଅଭିନେତା ବିଜୟ ମହାନ୍ତିଙ୍କର ପରଲୋକ ହୋଇଥିଲା l

ଫଟୋ ସୌଜନ୍ୟ : ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ

ଅଜିତଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି l କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ରାଜନେତା, କଳାକାର ଓ ବୁଦ୍ଧିଜୀବୀ ସ୍ବର୍ଗତ ଅଜିତ ଦାସଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି l

Leave A Reply

Your email address will not be published.

4 × one =