ବାଲେଶ୍ୱର ଓ ତିର୍ତ୍ତୋଲରେ ବିଜେଡିର ବିଜୟ

0 655


ଜଗତ୍‌ସିଂହପୁର: ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନରେ ବିଜେଡି ବାଜିମାତ୍‌ କରିଛି ।  ଏହି ବିଜୟ ଫଳରେ ତିର୍ତ୍ତୋଲ ଆସନ ପୁଣି ଥରେ ବିଜେଡି ପାଖକୁ ଫେରିଯାଇଛି । ବିଜେଡି ପ୍ରାର୍ଥୀ  ବିଜୟ ଶଙ୍କରଙ୍କୁ ୮୮,୩୧୦ଟି ଭୋଟ୍‌ ମିଳିଥିବା ବେଳେ ରାଜକିଶୋର ବେହେରାଙ୍କୁ ୪୬,୬୦୭ଟି ଭୋଟ୍‌ ମିଳିଛି। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ୨୮,୭୭୮ଟି ଭୋଟ୍‌ ପାଇଛନ୍ତି।

ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଦିବଂଗତ ବିଷ୍ଣୁଚରଣ ଦାସଙ୍କ ପୁତ୍ର ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ପରାସ୍ତ କରି ନିଜ ବିଜୟ ନିଶ୍ଚିତ କରିଛି । ବିଜେଡି, ବିଜେପି କୁ ୪୧,୭୦୩ଟି ଭୋଟରେ ହରାଇ ଜିତିଛି ।  

ଉଲ୍ଲେଖଯୋଗ୍ୟ, ପ୍ରଥମେ ତିର୍ତ୍ତୋଲରେ ୨୭ ରାଉଣ୍ଡରେ ଗଣତି କରାଯିବ ବୋଲି ସ୍ଥିର ହୋଇଥିଲେ ହେଁ ପରେ ତାହା ୨୯ ରାଉଣ୍ଡକୁ ବଢ଼ିଥିଲା। ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ସ୍ବର୍ଗତଃ ଦାସଙ୍କ ପୁତ୍ର ବିଜୟଶଙ୍କରଙ୍କୁ ପ୍ରାର୍ଥୀ କରାଯାଇଥିଲା। ଗତ ୩ ତାରିଖରେ ଅନୁଷ୍ଠିତ ହୋଇଥିବା ଭୋଟର ଫଳାଫଳ ଆଜି ପ୍ରକାଶିତ ହୋଇଛି। ଏହି ନିର୍ବାଚନରେ ତିର୍ତ୍ତୋଲବାସୀ ଅନୁକମ୍ପା ପ୍ରଦର୍ଶନ କରିବା ସହ ବିଜେଡି ଉପରେ ପୁନଃଆସ୍ଥା ପ୍ରକଟ କରିଛନ୍ତି। ତିର୍ତ୍ତୋଲରେ ବିଜୟ ଶଙ୍କର ବିଜୟୀ ହେବା ପରେ ଦଳରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ବାଲେଶ୍ୱରରେ ମଧ୍ୟ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ହରାଇ ବିଜୟୀ ହୋଇଛନ୍ତି l

Leave A Reply

Your email address will not be published.

two × 5 =