ଆସନ୍ତାକାଲି ବାଚସ୍ପତିଙ୍କ ପ୍ରକୋଷ୍ଠରେ ଶପଥ ନେବେ ଵିଜୟ ଓ ସ୍ୱରୂପ

0 975

ଭୁବନେଶ୍ବର : ଓଡିଶା ଉପନିର୍ବାଚନରେ ଜିତିଥିବା ଦୁଇ ବିଧାୟକ ବିଧାନସଭାର ସଭ୍ୟ ଭାବେ ଶପଥ ନେବେ। ସେମାନେ ହେଲେ ବିଧାୟକ ସ୍ୱର୍ଗତ ଵିଷ୍ଣୁ ଦାସ ଙ୍କ ପୁତ୍ର ତିର୍ତ୍ତୋଲର ବିଜୟ ସଙ୍କର ଦାସ ଏବଂ ବାଲେଶ୍ବରର ପୁର୍ବତନ କାଉନସିଲର ସ୍ବରୂପ ଦାସ। ଉଭୟ ହେଉଛନ୍ତି ବିଜୁ ଜନତା ଦଳର ବିଜେତା । ଵିଜୟ ସଙ୍କର ତିର୍ତ୍ତଲ ରୁ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟ ହୋଇଥିଲେ ।
ଏହି ଦୁଇ ଜଣ ଆସନ୍ତାକାଲି ବୁଧବାର ଦିନ ,୧୦ଟା ୩୦ ମିନିଟରେ ଶପଥ ନେବେ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ଦୁଇଜଣଙ୍କୁ ତାଙ୍କ କୋଠରୀ ରେ ଶପଥ ପାଠ କରାଇବେ । ଏନେଇ ବିଧାନସଭା ତରଫରୁ ପ୍ରସ୍ତୁତି କରାଯାଇଛି । ଶପଥପାଠ ପରେ ବାଚସ୍ପତି ଡାକିଥିବା ସର୍ବ ଦଳୀୟ ବୈଠକରେ ଯୋଗ ଦେବେ ଵିଜୟ ଓ ସ୍ୱରୁପ ।

Leave A Reply

Your email address will not be published.

12 + sixteen =