ବିଦ୍ୟାଳୟ ପାଠାଗାର ବହି ଚୟନରେ ଜାଲିଆତି !

0 583

୨୫୯ ଓ ୬୯୩ ନଂ ବହିକୁ ଉଦ୍ଦେଶ୍ୟମୂଳକ ଭାବେ ବାଦ ଦିଆଯାଇଛି!
ହାଇକୋର୍ଟରେ ଚାଲିଛି ମାମଲା, ସେପ୍ଟେମ୍ବର ୨୮ ପରବର୍ତ୍ତୀ ତାରିଖ 

ଭୁବନେଶ୍ୱର: ରାଜ୍ୟର ବିଦ୍ୟାଳୟଗୁଡ଼ିକର ପାଠାଗାରଗୁଡ଼ିକୁ ସଶକ୍ତ କରିବା ପାଇଁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ଯେଉଁ ବହି ଚୟନ ତାଲିକା ପ୍ରକାଶ କରାଯାଇଛି, ସେଥିରେ ଜାଲିଆତି କରାଯାଇଥିବା ନେଇ ଅଭିଯୋଗ ହୋଇଛି। ୨୫୯ ଓ ୬୯୩ କ୍ରମିକ ନଂରେ ଥିବା ବହି ଦୁିଟିକୁ ଉଦ୍ଦେଶ୍ୟମୂଳକ ଭାବେ ବାଦ ଦିଆଯାଇଥିବାର ଜଣାଯାଉଛି । ସମୁଦୟ ୯୬୨ଟି ବହି ଚୟନ ହୋଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଏହି ଦୁଇଟି କ୍ରମିକ ନମ୍ଵର ବହିକୁ ଉଡେ଼ଇ ଦିଆଯାଇଛି । କ୍ରମିକ ନଂ ପଡ଼ିଥିଲେ ମଧ୍ୟ ବହିର ନାମ ଥିବା ଧାଡ଼ିକୁ ଲିଭେଇ ଦିଆଯାଇଛି । ଏଥିରୁ ଜଣାଯାଉଛି ଯେ ଶେଷ ମୁହୂର୍ତ୍ତରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟରେ ଏପରି କାରନାମା କରାଯାଇଛି ।
 ଗତ ଜାନୁଆରୀ ୨୨ରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ପ୍ରକାଶକମାନଙ୍କଠାରୁ ବହିର ତାଲିକା ଆହ୍ୱାନ କରାଯାଇଥିଲା । ଏଥିପାଇଁ ଟେଣ୍ଡର ପ୍ରକାଶ ପାଇଥିଲା । ସାରା ରାଜ୍ୟର ଶତାଧିକ ପ୍ରକାଶକ ଏଥିରେ ଭାଗ ନେଇଥିଲେ । ପେବ୍ରୁଆରୀ ୧୨ରେ ଟେଣ୍ଡର ଖୋଲାଯିବା ପରେ ଏକ ଚୟନ କମିଟି ଗଠନ କରାଯାଇ ବହିଗୁଡ଼ିକର ଚୟନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଚୟନ କମିଟି ସେମାନଙ୍କର ତାଲିକାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ପ୍ରଦାନ କରିଥିଲେ । ତେବେ ପରବର୍ତ୍ତୀ ଅବସ୍ଥାରେ ଭୁବନେଶ୍ୱରର କ୍ୟାପିଟାଲ୍‌ ବୁକ୍‌ ଷ୍ଟୋରର ସତ୍ତ୍ୱାଧିକାରୀ ବିପ୍ରଚରଣ ଆଚାର୍ଯ୍ୟ ଏ ନେଇ ଏକ ମାମଲା ହାଇକୋର୍ଟରେ ଦାୟ ର କରିଥିଲେ । ଫଳରେ ବହି ଚୟନ ତାଲିକାକୁ ଘୋଷଣା କରିବାରେ ହାଇକୋର୍ଟ ସ୍ଥଗିତାଦେଶ ଦେଇଥିଲେ । ଚଳିତ ମେ ୫ ତାରିଖରେ ହାଇକୋର୍ଟ ସ୍ଥଗିତାଦେଶକୁ ଉଠାଇ ଦେଇଥିଲେ ମଧ୍ୟ ପରବର୍ତ୍ତୀ ଶୁଣାଣି ପାଇଁ ସେପ୍ଟେମ୍ବର ୨୮କୁ ତାରିଖ ଧାର୍ଯ୍ୟ କରିଛନ୍ତି । ବହି ତାଲିକା ଘୋଷଣା ସ୍ଥଗିତାଦେଶ ଉଠିଥିଲେ ମଧ୍ୟ ମାମଲା ବଳବତ୍ତର ରହିଛି । 
ତେବେ ଏ ମଧ୍ୟରେ ଚଳିତ ମେ ୧୨ରେ  ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଚିଠି ନଂ ୧୩୯୪୨ରେ ଜିଲ୍ଲା ଶିକ୍ଷାଧିକାରୀମାନଙ୍କ ମାଧ୍ୟମରେ ପ୍ରତ୍ୟେକ ସ୍କୁଲର ପ୍ରଧାନଶିକ୍ଷକମାନଙ୍କୁ ବହି କିଣିବା ପାଇଁ ତରବରିଆ ଭାବେ ନିର୍ଦ୍ଦେଶ ଦିଆଯାଇଛି । ବହି ତାଲିକା ପ୍ରସ୍ତୁତିରେ ଜାଲିଆତି କରାଯିବା ନେଇ ନେଇ ରାଜ୍ୟର ବିଭିନ୍ନ ପ୍ରକାଶକଙ୍କ ଠାରୁ ଅଭିଯୋଗ ଆସିଛି । ଏ ସମ୍ପର୍କରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ପ୍ରଦୀପ କୁମାର ଦାଶଙ୍କୁ ଯୋଗାଯୋଗ କରିବାରୁ ସେ କହିଥଲେ ଯେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଦୁଇ ଜଣ ନିର୍ଦ୍ଦେଶକଙ୍କ ବହି ତାଲିକାରେ ଥିବାରୁ ତାକୁ ଶେଷ ମୁହୂର୍ତ୍ତରେ ବାଦ୍ ଦିଆଯାଇଥିଲା। ନିୟମ ଅନୁଯାୟୀ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର କୌଣସି କାର୍ମଚାରୀ ଓ ୮ ଜଣିଆ ଚୟନ କମିଟି ସଦସ୍ୟଙ୍କ ବହି ତାଲିକାରେ ରହି ପାରିବ ନାହିଁ।

ଯଦି ନିର୍ଦ୍ଦେଶକଙ୍କ କଥାକୁ ସତ ବୋଲି ବିଚାର କରାଯିବ, ତେବେ ଚୟନ କମିଟି ଏପରି ଭୁଲ କରୁଥିଲେ କାହିଁକି ? ତେବେ କ୍ରମିକ ନମ୍ବର ପକାଇ ସେ ଧାଡିରେ କୌଣସି ବହିର ତାଲିକା ରଖିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବହୁ ଭଲ ବହି ଚୟନ ତାଲିକାରୁ ବାଦ୍ ପଡ଼ିଛି ବୋଲି ଅଭିଯୋଗ ହୋଇଛି। ଏହି ଚୟନ ପ୍ରକ୍ରିୟାକୁ ବାତିଲ କରି ପୁନର୍ବାର ଚୟନ କରିବାକୁ ବିଭିନ୍ନ ପ୍ରକାଶକ ଦାବି କରିଛନ୍ତି।

Leave A Reply

Your email address will not be published.

7 + 16 =