ରାଷ୍ଟ୍ରପତି ନିର୍ବାଚିତ ହେଲେ ଦ୍ରୌପଦୀ ମୁର୍ମୁ

0 252

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚିତ ହେଲେ ଦ୍ରୌପଦୀ ମୁର୍ମୁ । ଏନଡିଏ ପ୍ରାର୍ଥୀ ମୁର୍ମୁଙ୍କୁ ୪୪ଟି ଦଳର ସାଂସଦ ଓ ବିଧାୟକ ସମର୍ଥନ କରିଥିବା ବେଳେ ବିରୋଧୀ ଦଳ ପ୍ରାର୍ଥୀଙ୍କୁ ୩୪ଟି ଦଳର ସମର୍ଥନ ପ୍ରାପ୍ତ ହୋଇଛି। ତେଣୁ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ଅଧିକ ଭୋଟ୍ ପଡ଼ିଛି । ଦେଶର ୧୫ତମ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ହୋଇଛି।  ପ୍ରଥମ ଓଡ଼ିଆ ଏବଂ ଦେଶର ପ୍ରଥମ ଜନଜାତି ମହିଳା ଭାବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି । ଏହି ଅବସରରେ ଦିଲ୍ଲୀରେ ବସବାସ କରୁଥିବା ବିଶିଷ୍ଟ ବ୍ୟକ୍ତିବିଶେଷ ଓ ପ୍ରବାସୀ ଓଡ଼ିଆ ଭାଇ-ଭଉଣୀମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସରକାରୀ ବାସଭବନରେ ଏକାଠି ହୋଇଛନ୍ତି । ସେଠାରେ ପାରମ୍ପରିକ ନୃତ୍ୟ ଗୀତ ସହ ଏକ ଉତ୍ସବର ବାତାବରଣ ତିଆରି ହୋଇଛି । ଖୋଦ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଏହି ଉତ୍ସବରେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.

fourteen + 10 =