ଜୀବନ ଅତୁଲ୍ୟ

0 237

ସୁଷମା ପରିଜା

ଆମର ଜୀବନ ଠିକ୍ ସମୁଦ୍ର ଭଳି ସ୍ୱାଭିମାନୀ । ସିଏ କେବେହେଲେ ଆମକୁ ଶୂନ୍ୟ କରିଦିଏନାହିଁ। ଜୀବନରେ ଯାହା ବି ଆମେ କେବେ ନା କେବେ ହଜାଇଥାଉ, ଯେ କୌଣସି ଉପାୟ ରେ ହେଉ ତାହା ଆମକୁ ଫେରାଇଦିଏ ଜୀବନ । ଏମିତି ବୁଝି ନେବାକୁ ହେବ ଯେ ଯାହା ଆମେ ହରାଇଛୁ ହୁଏତ ଆଗକୁ ତା’ ଠାରୁ ଅଧିକ କିଛି ପାଇବାର ଅଛି ଆମକୁ ।ସେଥିପାଇଁ କିଛି ହରାଇବା ସମୟରେ ଦୁଃଖ କରିବା ଉଚିତ୍ ନୁହେଁ । କଥାରେ ଅଛି “ ତୁମ ପାଇଁ ଗୋଟିଏ ଦ୍ୱାର ବନ୍ଦ ହୋଇଗଲେ ଈଶ୍ଵର ତୁମପାଇଁ ହଜାରେ ଦ୍ୱାର ଖୋଲି ଦିଅନ୍ତି । କିନ୍ତୁ ନିଜର ଅଜ୍ଞତା ଆମେ ରୁ ସେଇ ଛୋଟ ହଜାଇଥିବା ପାଇଁ ଦୁଃଖ ପ୍ରକାଶ କରି ସେଇଠି ରହିଯାଇଥାଉ।
ଗୋଟିଏ ଦରଜା ବନ୍ଦ ହୋଇଯିବାର ମାନେ ନୁହେଁ ଯେ ଆମେ ସବୁଦିନ ପାଇଁ ଜୀବନ ଯୁଦ୍ଧ ରେ ପରାସ୍ତ ହୋଇଗଲୁ, ଆମ ଜୀବନ ଅନ୍ଧକାରମୟ ହୋଇଗଲା ବରଂ ଏହା ଭାବିବା ଉଚିତ୍ ଯେ ଆମ ପାଇଁ ପ୍ରଗତି ର ଆଉ କେଉଁ ପଥଟି ଅଛି ସେଇଟିକୁ ଆମେ ଖୋଜିବାରେ ପ୍ରୟାସ କରିବା ଉଚିତ୍ । ତହିଁରେ ସମସ୍ତ ଧ୍ୟାନ କୁ କେନ୍ଦ୍ରୀଭୂତ କରି ଦେଖିଲେ ଆମକୁ ଆପେ ଆପେ ଅନେକ ଉନ୍ମୁକ୍ତ ଦ୍ୱାର ଦେଖାଯିବ। ଦ୍ୱାର ବନ୍ଦ କି ଖୋଲା ସେଇଟା ଯେତେ ଗୁରୁତ୍ୱ ର କଥା ନୁହେଁ ଆମର ଧ୍ୟାନ କେତେ କେନ୍ଦ୍ରୀଭୂତ ସେଇଟା ଗୁରୁତ୍ୱ ବହନ କରେ। ଏ ଜଗତ ଟା ସମ୍ଭବାନାମୟ , ସମ୍ଭାବନା ର ଅନେକ ଦ୍ୱାର ରହିଛି ,ଆମେ ନିଜର ଇଚ୍ଛାଶକ୍ତି ରେ ତା’କୁ ଖୋଜି ପାରିଲେ ହେଲା ।


Leave A Reply

Your email address will not be published.

9 + seven =