ଜଗତସିଂହପୁର (ଦୁର୍ଯ୍ୟୋଧନ ମହାରଣା ) : ଆଜି ରବିବାର ହୋଇଥିଲେ ସୁଦ୍ଧା ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଅଚାନକ ପରିଦର୍ଶନ କରି ଚିକିତ୍ସାଳୟର ସ୍ଵଛତା ଓ ପରିବେଶ, ପରିମଳ ବ୍ୟବସ୍ଥା ଦେଖି ଅସନ୍ତୋଷ ପ୍ରକାଶ କରିଛନ୍ତି।ଏଥି ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଫାଟକ ଠାରୁ ଆଉଟ ଡୋର ପର୍ଯ୍ୟନ୍ତ ଜାଗାରେ ପଡିଥିବା ଟାଇଲ ଯୋଗୁଁ ପ୍ରତିଦିନ ବହୁ ସଂଖ୍ୟକ ଲୋକ ଉକ୍ତ ଟାଇଲ ରେ ଖସି ପଡି ଆହତ ହେଉଥିବାବେଳେ ଆଜି ଜିଲ୍ଲାପାଳ ମେଡିକାଲ ରେ ଉପସ୍ଥିତ ଥିବା ସମୟରେ ମେଡିକାଲ ର ମ୍ୟାନେଜର ବିନା ହେଲମେଟ ରେ ନିଜର ସ୍କୁଟି ରେ ଆସୁଥିବା ବେଳେ ମେଡିକାଲ ପରିସରରେ ପଡି ଆହତ ହୋଇଥିଲେ।ଏହା ଦେଖି ଜିଲ୍ଲାପାଳ ହସ୍ପିଟାଲ ମ୍ୟାନେଜରଙ୍କୁ ତାଗିଦ କରିଥିବାବେଳେ ହେଲେମେଟ ପିନ୍ଧି ଗାଡି ଚାଳନା କରିବାକୁ ପରାମର୍ଶ ଦେଇଥିଲେ।ଏଥି ସହିତ ନିରାମୟ ଯୋଜନା ରେ ଆସୁଥିବା ଔଷଧ ବଣ୍ଟନ ରେ ଅନିୟମିତତା ହେଉଥିବା ଜାଣିପାରି ଜିଲ୍ଲାପାଳ କ୍ଷୁବ୍ଧ ହୋଇଥିଲେ।