ଧନଞ୍ଜୟ ସ୍ୱାଇଁ
ଆଶ୍ୱିନ ଆସିଛି ଅବା
ଶେଷ ମେଘ ବୁନ୍ଦା ହୋଇ ତୁମରି ଗାଁକୁ
ପବନର ଓଦା ଓଦା ଆତ୍ମୀୟତା ବାଣ୍ଟିବାକୁ
ମଉନ ମାଟିକୁ
ତୁମ ଦେହ ବାସି ଅତରକୁ ବୋହି
ଉତ୍ତେଜିତ କରେ ମତେ ଏ ଆଶ୍ୱିନ,
ପବନରେ ଦିଅଇ ପରସି
ମୋ ହୃଦୟ ଖାଲିପଣ ଭରିଦିଏ ଏ ଆଶ୍ୱିନ,
ଫୁଲାଉଡା ଧାନ କ୍ଷେତ ସେ ପାରିରୁ ଆସି।।
ଧନଞ୍ଜୟ ସ୍ୱାଇଁ
ଆଶ୍ୱିନ ଆସିଛି ଅବା
ଶେଷ ମେଘ ବୁନ୍ଦା ହୋଇ ତୁମରି ଗାଁକୁ
ପବନର ଓଦା ଓଦା ଆତ୍ମୀୟତା ବାଣ୍ଟିବାକୁ
ମଉନ ମାଟିକୁ
ତୁମ ଦେହ ବାସି ଅତରକୁ ବୋହି
ଉତ୍ତେଜିତ କରେ ମତେ ଏ ଆଶ୍ୱିନ,
ପବନରେ ଦିଅଇ ପରସି
ମୋ ହୃଦୟ ଖାଲିପଣ ଭରିଦିଏ ଏ ଆଶ୍ୱିନ,
ଫୁଲାଉଡା ଧାନ କ୍ଷେତ ସେ ପାରିରୁ ଆସି।।