ତିର୍ତୋଲ(ସାମନ୍ତରାୟ ମନୋରଂଜନ ଦାସ): ତିର୍ତୋଲ ବ୍ଲକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ବିଇଓ ଧିରେନ୍ଦ୍ର କୁମାର ଦାଶଙ୍କ ତତ୍ୱାବଧାନରେ ଜାତିର ପିତା ମହତ୍ମାଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଆଖଣ୍ଡଳମଣି ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁÂିତ ହୋଇଯାଇଛି । ଏହି ପ୍ରତିଯୋଗିତା ଉସôବରେ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଅନନ୍ତ କିଶୋର ଭୂୟାଁ, ପ୍ରଶନ୍ନ କୁମାର କର, ବାସନ୍ତି ସେଠୀ, ସୁକାନ୍ତ ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ଉସôବରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ଡ଼ିବେଟ୍, କୁଇଜ୍ ପ୍ରତିଯୋଗିତା କରାଯାଇଥିଲା । ତିର୍ତୋଲ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧିରେ ଥିବା ବିଦ୍ୟାଳୟମାନଙ୍କରୁ ଛାତ୍ରଛାତ୍ରୀମାନେ ଭାଗନେଇଥିଲେ । ସିନିୟର ଗ୍ରୁପ୍ର ଓଡ଼ିଆ ବକ୍ତୃତା ଜଗନ୍ନାଥପୁର ଉଚ୍ଚବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ରୁଦ୍ରନାରାୟଣ ତି୍ରପାଠୀ ପ୍ରଥମ, କାବଲପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟର ପଂଚମ ଶ୍ରେଣୀ ଛାତ୍ର ସର୍ବେଶ୍ୱର ମହାନ୍ତି ଇଂରାଜୀ ବକ୍ତୃତାରେ ପ୍ରଥମ, ମହିଳୋ ଉଚ୍ଚବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ଓମପ୍ରକାଶ ଦାସ କୁଇଜ୍ରେ ପ୍ରଥମ, ସଂଅରା ଉଚ୍ଚ ବିଦ୍ୟାଳୟର ଅଷ୍ଟମଶ୍ରେଣୀ ଛାତ୍ରୀ ଇପସିତା ଷଡ଼ଙ୍ଗୀ ଚିତ୍ରଙ୍କନରେ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଗୃପ ବିର ମଣିଜଙ୍ଗା ଉଚ୍ଚବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଦେବଦୁର୍ଲଭ ସାହୁ ଓଡ଼ିଆ ବକ୍ତୃତାରେ ପ୍ରଥମ, ଜଗନ୍ନାଥପୁର ଉଚ୍ଚବିଦ୍ୟାଳୟ ନବମ ଶ୍ରେଣୀ ଛାତ୍ରୀ ବିଜୟା ଲକ୍ଷ୍ମି ସାହୁ କୁଇଜରେ ପ୍ରଥମ, ମଣିଚରଶ ସାରଳା ଏକାଡେ଼ମୀ ନବମ ଶ୍ରେଣୀ ଛାତ୍ରୀ ରିତିଶା କାନୁନ୍ଗୋ ଚିତ୍ରଙ୍କନରେ ପ୍ରଥମ ସ୍ଥାନ ଅଧିକାରୀ କରିଥିଲେ । ଅତିଥିମାନଙ୍କ ଦ୍ୱାରା କୃତି ପ୍ରତିଯୋଗିମାନଙ୍କୁ ମାନପତ୍ର ଓ ସିଲ୍ଡ ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସିଆରସିସି ଅକ୍ଷୟ ନାୟକ, ଆଲୋକ କୁମାର ମହାପାତ୍ର, ଶ୍ରୀମନ୍ତ ସୁତାର, ପ୍ରଦୀପ୍ତ ରଥ, ତାପସ ମହାନ୍ତି, ମହେନ୍ଦ୍ର ଆଚାର୍ଯ୍ୟ, ବସନ୍ତ ଷଡ଼ଙ୍ଗୀ, ଧର୍ମାନନ୍ଦ ମଳ୍ଲିକ, ସେକ୍ ଅବଦୁଲ ଭଟ୍ଟୁ, ପ୍ରତାପ ସାହୁ, ସଚୀନ୍ଦ୍ର ସାହୁ, ଶୁସାନ୍ତ ବେହେରା, ସମରେଶ ମଲ୍ଲିକ, ଦୀପକ ବିଶ୍ୱାଳ, ସୁଜିତ ନାୟକ, ରଜନୀକାନ୍ତ ବେହେରା, ସରସ୍ୱତୀ ସାହୁ, ସମୀର ଦାସ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ଧିରେନ୍ଦ୍ର ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।