ମା’ଚର୍ଚ୍ଚିକାଙ୍କ ପୀଠରେ ଷୋଡ଼ଷ ଉପଚାରର ନବମ ପର୍ଵ

0 506

ବାଙ୍କୀ(ଆଶିଷ କୁମାର ମହାପାତ୍ର): ବାଙ୍କୀ ଋଚିକ ଗିରି ବାସିନୀ ମା’ଚର୍ଚ୍ଚିକାଙ୍କ ଶାରଦୀୟ ଷୋଡ଼ଷ ପୂଜାର ନବମ ପର୍ବ ଆଜି ସେମବାର ସମସ୍ତ ନୀତିକ୍ରାନ୍ତିରେ ପାଳିତ ହୋଇଯାଇଛି । ତନ୍ତ୍ର ସିଦ୍ଧାନ୍ତ ଅନୁଯାୟୀ ଆଶ୍ୱୀନ କୃଷ୍ଣ ପକ୍ଷ ମୂଳାଷ୍ଟମୀ ଠାରୁ ମା’ଙ୍କ ପୂଜା ନୀତି ଷୋଡ଼ଷ ଉପଚାରରେ ଅନୁଷ୍ଠିତ ହୋଇ ଆସୁଛି । ପ୍ରଥମ ପର୍ବରେ ଦେବୀଙ୍କ ଗମ୍ଭୀରା ସମ୍ମୁଖସ୍ଥ ମଣ୍ଡପରେ ନବଶକ୍ତି କଳସ ସ୍ଥାପନ କରାଯାଇ ଶାରଦୀୟ ୧୪ପୂଜାର ସଂକଳ୍ପ କରାଯାଇଛି । ଏହି ପୂଜାର ନୀତି ନିୟମରେ ଅନେକ ପରିବର୍ତ୍ତନ ମଧ୍ୟରେ ସହସ୍ର କୁମ୍ଭରେ ମା’ଙ୍କ ଶୃଙ୍ଗାରି ସ୍ନାନ , ନେତବନ୍ଧା ,ମାଣ୍ଡୁ ଧୂପ, ଛାମୁ ଚଣ୍ଡୀ, ରାମାୟଣ ପାଠ ଓ ବିଶେଷ ବେଶ ଅନ୍ତର୍ଭର୍ୁକ୍ତ । ଦୈନନ୍ଦିନ ପରି ଆଜି ଭୋର୪ଟାରେ ଜଗତମାତାଙ୍କ ପହଡ଼ ଖୋଲାଯାଇ ମଙ୍ଗଳ ଆଳତି, ପଞ୍ଚଅବକାଶ ଓ କୁମ୍ଭାଭିଷେକ ଆଦି କର୍ମ ସଂପାଦିତ ହୋଇ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଦ୍ୱାର ଉନ୍ମୁକ୍ତ ରହିଥିଲା । ଅପରାହ୍ନରେ ମଧ୍ୟାହ୍ନ ଧୂପ ଓ ଆମୀଷ ଭୋଗ ସମ୍ପନ୍ନ କରାଯାଇ ବିଶ୍ରାମ ପାଇଁ ମା’ଙ୍କୁ ନିବେଦନ କରାଯାଇଥିଲା । ସନ୍ଧ୍ୟା ପୂର୍ବରୁ ପହଡ଼ ଖୋଲାଯାଇ ସନ୍ଧ୍ୟା ଆଳତୀ, ୁକମ୍ଭାଭିଷେକ ପରେ ଦେବୀଙ୍କ ନବମ ପର୍ବର ବିଶେଷ ବେଶ କାର୍ଯ୍ୟ ସମ୍ପାଦିତ ହୋଇଥିଲା । ଚର୍ଚ୍ଚିକା ପୀଠରେ ମା’ଙ୍କ ପୂଜା ନୀତି , ତନ୍ତ୍ରୋକ୍ତ ବନଦୁର୍ଗା ମନ୍ତରେ ହୋଇ ଆସୁଛି । ଏଠାର ଦେବୀଙ୍କ ଦୈନିକ ଭିନ୍ନ ଭିନ୍ନ ବେଶ କରାଯାଉଥିଲେ ମଧ୍ୟ ସେ ସବୁର ନାମକରଣ ଏଯାବତ୍ କରାଯାଇ ନାହିଁ । କେବଳ ମହାସପ୍ତମୀରେ ମହାଲକ୍ଷ୍ମୀ, ମହାଷ୍ଟମୀରେ ଦୁର୍ଗେ ଦୁର୍ଗତନାସିନୀ, ଦଶହରାରେ ରାଜା ରାଜେଶ୍ୱରୀ ବେଶ ହୋଇଥାଏ । କୁମାର ପୂର୍ଣ୍ଣିମାରେ ମା’ଙ୍କ କୁମାରୀ ବେଶ ଅନୁଷ୍ଠିତ ହୋଇଥାଏ । ଚର୍ଚ୍ଚିକା ପୀଠ ଏକ ମହାନ ତନ୍ତ୍ର କ୍ଷେତ୍ର ଏଠାରେ ତନ୍ତ୍ର ଶାସ୍ତ୍ରରେ ପକ୍ରିୟା ଆରମ୍ଭ ହୋଇଥାଏ । ଅନେକ ମୁନୀ ,ଋଷି, ଜ୍ଞାନୀ ଗୁଣି ଓ ସାଧକ ମା’ଚର୍ଚ୍ଚିକାଙ୍କ ଚରଣା ବିନ୍ଦରେ ନିଜକୁ ସମର୍ପଣ କରି ତପ ବଳରେ ଅପୂର୍ବ ସିଦ୍ଧିଲାଭ କରିଥିଲେ । ଏହି କ୍ଷେତ୍ରରେ ମହାକାଳ ସାଧନ, ମହାବିଦ୍ୟାଚକ୍ର, ଦଶମହାବିଦ୍ୟା, ଶବାଡମ୍ବରୁ, ଦୁର୍ଗା ଡାମର, ଯୋଗ ଡାମର ଓ ସାରସ୍ୱତ ଡାମର ଆଦି ଗ୍ରନ୍ଥ ସୃଷ୍ଟି ହୋଇଥିôବା ଜଣାଯାଏ । ଏଠାରେ ବୋ÷ଦ୍ଧମାନେ ତନ୍ତ୍ର ଦ୍ୱାରା ବିଶେଷ ପ୍ରଭାବିତ ହୋଇଥିଲେ । ସାଧକମାନେ ମନ୍ଦିର ଠାରୁ ୨କି.ମି ଦୂରରେ ଥିôବା ସୁନାଦେଈ ପାହାଡରେ ଆଶ୍ରମ କରି ତନ୍ତ୍ର ସାଧନରେ ନିମଗ୍ନ ରହୁଥିଲେ । ହାଡୁ ଦାସ, ଅଚ୍ୟୁତା ନନ୍ଦ, ଯୋଗୀ ଗୋରଖ ନାଥ , ଅନେକ ବୋ÷ଦ୍ଧ ମୁନୀ ମାଙ୍କ୍ୁ ଆରଧାନ କରି କାଳଜୟୀ ହୋଇଥିôବା ପ୍ରମାଣ ମିଳେ । ଚର୍ଚ୍ଚିକା ପୀଠ ଯେ ତନ୍ତ୍ରୋ ପଚାର କ୍ଷେତ୍ର ଥିଲା ତାହା ନୁହେଁ । ଏହା ଏକ ଜ୍ଞାନପୀଠ ସଦୃଷ୍ୟ । ମା’ଚର୍ଚ୍ଚିକାଙ୍କ ଗମ୍ଭୀରା ସମ୍ମୁଖ ଭାଗରେ କାଠରେ ନିର୍ମିତ ଦୁଇଟି ମଣ୍ଡପ ତଳଉପରେ ହୋଇ ରହିଛି । ଏହାକୁ ଶୂନ୍ୟବାହିନୀ ମଣ୍ଡପ କୁହାଯାଏ । ରାଜା ପିତାମ୍ବରଦେବଙ୍କ ରାଜତ୍ୱକାଳରେ ଏଡି ମଣ୍ଡପ ନିର୍ମିତ ହୋଇଥିବା ଜଣାଯାଏ । ରାଜା ପିତାମ୍ବର ଦେବ ୧୮୧୩ରୁ ୧୮୨୮ପର୍ଯ୍ୟନ୍ତ ବାଙ୍କୀରେ ରାଜତ୍ୱ କରିଥିଲେ । ଏହି କାଠମଣ୍ଡପ ଦୁଇଟି ଗୋଟିଏ ଲେଖାଏଁ ଖିଲାଣରେ ଝୁଲି ରହିଛି । ୫୨୮ଖଣ୍ଡ ଗଡ଼ କାଠରୁ ମଣ୍ଡପଟି ତିଆରି ହୋଇଥିବାର ଜଣାଯାଏ । ଏଥିରୁ ଗୋଟିଏ କାଠ ଏପଟ ସେପଟ ହେଲେ ମଣ୍ଡପଟି ସମ୍ପୁର୍ଣ୍ଣ ଭୁଷିଡି ପରିଡିବାର ସମ୍ଭାବନା ରହିଛି । ଏହି ତଳମଣ୍ଡପରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାରେ ଚିତ୍ରକଳା ରହିଛି । ଯାହାକୁ ଦେଖିବାକୁ ଭକ୍ତ ଓ ଦର୍ଶକଙ୍କ ଭିଡ ଲାଗି ରହୁଛି । ଏହା ହିଁ ମା’ଙ୍କ ମହାତ୍ମ୍ୟ । ଏହି ମହାନ ତନ୍ତ୍ର ପୀଠରେ କରୁଣା ମୟୀ ମା’ଚର୍ଚ୍ଚିକା ଅଧିଷ୍ଠାନ କର ଏ ଅଂଚଳର ମହତକୁ ବଢାଇ ଦେଇଛନ୍ତି ।

Leave A Reply

Your email address will not be published.

eleven − 5 =