ବାଙ୍କୀ(ଆଶିଷ କୁମାର ମହାପାତ୍ର) : ବାଙ୍କୀ ତାଲୁକ ଆଇନ ସେବା ସମିତି ପକ୍ଷରୁ ଏସିଡ୍ ଆକ୍ରମଣରେ ପିଡିତଙ୍କ ପାଇଁ ଆଇନସେବା ପ୍ରାଧିକରଣର ବିଭିନ୍ନ ଯୋଜନା ଓ ପିଡିତଙ୍କୁ କ୍ଷତି ପୁରଣ ସମ୍ପର୍କିତ ଏକ ଆଇନ ସଚେତନତା ଶିବିର ବାଙ୍କୀ ସରକାରୀ ବାଳିକା ହାଇସ୍କୁଲଠାରେ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ଏହି ଆଇନ୍ ସଚେତନତା ଶିବିରରେ ଆଇନ୍ ସେବା ସମିତିର ଅଧ୍ୟକ୍ଷ ତଥା ବାଙ୍କୀ ସିିନିୟର ଡିଭିଜନ ସିିଭିଲଜଜ୍ ଦୀପଙ୍କର ପଟ୍ଟନାୟକ ଉଦ୍ ଘାଟନ କିରଥିଲେ । ଉପଖଣ୍ଡ ବିଚାର ବିଭାଗ ମାଜିଷ୍ଟ୍ରେଟ୍ ଡ.ମମତା ମହାନ୍ତି ଅତିଥିଭାବରେ ଯୋଗଦେଇଥିଲେ । ଜାତୀୟ ଆଇନସେବା ପ୍ରାଧିକରଣ ଏବଂ ସର୍ବୋଚ ଅଦାଲତ ଏସିଡ୍ ଆକ୍ରମଣର ଶିକାର ହେଉଥିବା ପିଡିତାଙ୍କ ପାଇଁ ମାଗଣା ଆଇନ ସହାୟତା ଓ କ୍ଷତି ପୁରଣ ସଂପର୍କରେ ପ୍ରଣୟନ କରିଥିବା ବିଭିନ୍ନ ଯୋଜନା ଓ କ୍ଷତିପୁରଣ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । କୋ÷ଣସି ବ୍ୟକ୍ତିଙ୍କ ଉପରେ ଏସିଡ୍ ଦ୍ୱାରା ଆକ୍ରମଣ ଏକ ଘୃଣ୍ୟକାର୍ଯ୍ୟ ବୋଲି କହିବା ସହ ଏସିଡ୍ ଆକ୍ରମର ପିଡିତାଙ୍କ ପାଇଁ ଥିବା କ୍ଷତି ପୁରଣ ଓ ଆଇନ ସଂପର୍କରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ଏସିଡ୍ ଆକ୍ରମଣ ମାମଲା ବିଚାର ପ୍ରକ୍ରିୟା ଚାଲିଥିଲେ ମଧ୍ୟ ପିଡିତାକୁ କ୍ଷତି ପୁରଣ ଦିଆଯାଇପାରିବ ବୋଲି ବ୍ୟବସ୍ଥା ରହିଥିବା ବକ୍ତାମାନେ ସୂଚନା ଦେଇଥିଲେ । ଏସିଡ୍ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ଏବଂ ଆହତଙ୍କୁ ଚିକିତ୍ସା ପାଇଁ କ୍ଷତିପୁରଣ ପରିମାଣ ସ୍ଥିରିକୃତ ହୋଇଥିବା ଏବଂ ସେମାନେ ଜିଲ୍ଲା , ରାଜ୍ୟ ଓ ଜାତୀୟ ଆଇନ ସେବା ପ୍ରାଧିକରଣକୁ ଏଥିପାଇଁ ଆବେଦନ କଲେ ଯଥା ଶୀଘ୍ର କ୍ଷତିପୁରଣ ମିଳିପାରିବ ବୋଲି ଏହି ଶିବିରରେ ବକ୍ତାମାନେ ସୂଚନା ଦେଇଥିଲେ । ସରକାରୀ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ପାଣି ସ୍ୱାଗତ ଭାଷଣ ଦେଇଥିଲେ । ସରକାରୀ ବାଳିକା ହାଇସ୍କୁଲର ଆଇନ୍ ସହାୟତା କ୍ଳବର ତତ୍ୱାବଧାରକ ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ମଲ୍ଳିକ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଧାନ କରିଥିଲେ । ଛାତ୍ରୀମାନେ ଏସିଡ୍ ଆକ୍ରମଣ ଉପରେ ପର୍ଯ୍ୟବେଶିତ ପଥପ୍ରାନ୍ତ ନାଟକ ପରିବେଶଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସରକାରୀ ବାଳିକା ହାଇସ୍କୁଲର ଶିକ୍ଷୟତ୍ରୀ ଶର୍ମିଳା ସାହୁ, ପ୍ରିୟଦର୍ଶନୀ ମହାରଣା, ସୁରଚିତା ପାଢୀ, ପିଙ୍କି ଦିଗଲ, ଅନନ୍ତ ଚରଣ ଆଚାର୍ଯ୍ୟ, ସ୍ନେହାଞ୍ଜଳି ମହାପାତ୍ର, ସଂଜୟ ପତି, ରଜେନ୍ଦ୍ର କୁମାର ମଙ୍ଗୁଆଳ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ର୍ରମରେ ବାଙ୍କୀ ସହରର ବହୁ ବ୍ୟକ୍ତି ଯୋଗଦେଇ ଛାତ୍ରୀମାନଙ୍କର ଏଭଳି ଉପାଦେୟ ପଥପ୍ରାନ୍ତ ନାଟକକୁ ପ୍ରଶଂସା କରିଥିଲେ ।