ମା’ଚର୍ଚ୍ଚିକାଙ୍କ ପୀଠରେ ଷୋଡ଼ଷ ଉପଚାରର ଦଶମ ପର୍ବ

0 1,369

ବାଙ୍କୀ(ଆଶିଷ କୁମାର ମହାପାତ୍ର) : ବାଙ୍କୀ ଋଚିକ ଗିରି ବାସିନୀ ମା’ଚର୍ଚ୍ଚିକାଙ୍କ ଶାରଦୀୟ ଷୋଡ଼ଷ ପୂଜାର ନବମ ପର୍ବ ଆଜି ମଙ୍ଗଳବାର ସମସ୍ତ ନୀତିକ୍ରାନ୍ତିରେ ପାଳିତ ହୋଇଯାଇଛି । ପ୍ରତ୍ୟୁଷରୁ ପହଡ଼ ଖୋଲାଯିବା ପରେ ମା’ଙ୍କ ମଙ୍ଗଳଆଳତି ଓ କୁମ୍ଭାଭିଷେକ ଆଦି ନୀତି ଅନୁଷ୍ଠିତ ହୋଇଥିଲା । ମାଣ୍ଡୁଅ ଓ ମଧ୍ୟାହ୍ଣ ଭୋଗ ପରେ ବିଶ୍ରାମ ପାଇଁ ମା’ଙ୍କ ପହଡ଼ ବନ୍ଦ କରାଯାଇଥିଲା । ସନ୍ଧ୍ୟା ପୂର୍ବରୁ ପହଡ଼ ଖୋଲାଯାଇ ସନ୍ଧ୍ୟା ଆଳତି , ସହସ୍ର କୁମ୍ଭାଭିଷେକ ଓ ମାଜଣା ପରେ ଦଶମ ପର୍ବର ବେଶ କରାଯାଇଥିଲା । ରାତ୍ରି ଧୂପରେ ମା’ଙ୍କ ପାଖରେ ଦହି ପଖାଳ , ଅଧର ପଣା, ବଡସିଂହାର ଆଦି ଭୋଗର ବ୍ୟବସ୍ଥା କରାଯାଇଥିଲା । ପାର୍ଶୁରାମ ଏହି ପୀଠରେ ସିଦ୍ଧିଲାଭ କରିଥିଲେ । ପର୍ଶୁୁରାମଙ୍କ ପ୍ରାଥନା ଶୁଣି ସ୍ୱୟଂ ଚର୍ଚ୍ଚିକା ଗୋଟିଏ ବୁଢି ବେଶରେ ଦେଖାକରି କହିଲେ ମୁଁ ଚର୍ଚ୍ଚିକା ତୋର କ’ଣ ଦରକାର କହ । ପର୍ଶୁରାମ କହିଲେ ମୁଁ ଜାରିପାରୁଛି ତୁ ପ୍ରତ୍ୟେକ୍ଷ ଦେବୀ । ମୋତେ ଦୟା କରି ତୋ ପୀଠରେ ତପସ୍ୟା କରିବାକୁ ଯାଗାଦେ । ମା’ତାଙ୍କ ଭକ୍ତିରେ ସନ୍ତୋଷ ହୋଇ ତପସ୍ୟା କରିବାକୁ ଅନୁମତି ଦେଇ କହିଲେ ତୋ ଇଚ୍ଛା ପୁରଣ ହେବ ତୋ ନାମ ଅନୁସାରେ ଏହି ପୀଠ ପର୍ଶୁରାମ ପୀଠ ନାମରେ ବିଦିତ ହେବ l

Leave A Reply

Your email address will not be published.

16 + 3 =