ତିର୍ତୋଲ, (ସାମନ୍ତରାୟ ମନୋରଂଜନ ଦାସ): ଝଙ୍କଡ଼ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଏହି ବ୍ଲକ ଅର୍ନ୍ତଗତ ତେନ୍ତୁଲିପଦା ପଂଚାୟତସ୍ଥିତ ସାରଳା ଶ୍ରୀକ୍ଷେତ୍ର ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ପ୍ରକୃତି ପୂରୋଧା କବିବର ରାଧାନାଥଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସୁରେଶ ଚନ୍ଦ୍ର ମହାନ୍ତିଙ୍କ ପୌରାହିତ୍ୟରେଆୟୋଜିତ ଆସରରେ ସମ୍ପାଦକ ଗୋଲୋକ ବିହାରି ପଲାଇ ତାଙ୍କ ବକ୍ତବ୍ୟରେ ପ୍ରକୃତି ଚିତ୍ରଣରେ ସିଦ୍ଧହସ୍ତ କବିବର ରାଧାନାଥ ରାୟଙ୍କୁ ପ୍ରକୃତିର ସାର୍ଥକ ରୂପକାର ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟଅତିଥିଭାବେ ଶିକ୍ଷାବିତ୍ ଝୁଲରାମ ଦାସ କହିଥିଲେଯେ ପ୍ରକୃତିର ଅପୁରନ୍ତ ସୁଷମା କବିବରଙ୍କ କାବ୍ୟକବିତାରେ ବାରି ହୋଇଯାଏ । ମୁଖ୍ୟବକ୍ତା ଗ୍ରନ୍ତାଗାରିକ ପରମାନନ୍ଦ ମିଶ୍ର ତାଙ୍କ ବକ୍ତବ୍ୟରେ କବିକରଙ୍କ ନନ୍ଦିକେଶରୀ, ଚନ୍ଦ୍ରଭାଗା, ଉଷା, ପାର୍ବତୀ ଓ ଚିଲିକା କାବ୍ୟର ବିଭିନ୍ନ ଉଦାହରଣମାନ ଆଲୋପାତ କରିଥିଲେ । ସମ୍ମାନନୀୟ ଅତିଥି ଆଇନଜୀବୀ ପ୍ରଶାନ୍ତ କୁମାର ଦାସ ଓ ସମାଜସେବୀ ହେମନ୍ତ କୁମାର ନାୟକଙ୍କ ସମେତ ନିତ୍ୟାନନ୍ଦ ଜେନା,ସଭ୍ୟ ବରଦା ପ୍ରସନ୍ନ ରାଉତ, ସଂଗଠନ ସମ୍ପାଦକ ବାସବ କୁମାର ନନ୍ଦ, କବି ଦିଗମ୍ବର ରାଉତ, ନିତ୍ୟାନନ୍ଦ ନାୟକ, ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ, କବୟତ୍ରୀ ସବିତା ନାୟକ, ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ କବିବର ରାଧାନାଥଙ୍କର କାବ୍ୟକୃତି ଉପରେ ଆଲୋଚନା କରିଥିଲେ । ସଭ୍ୟ ସୁରେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।