ଶ୍ରୀମା ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ୧୫୦ ତମ ଗାନ୍ଧିଜୟନ୍ତୀ

0 500


ତିର୍ତୋଲ: ତିର୍ତୋଲ ବ୍ଲକ ଅନ୍ତର୍ଗତ କୋଲର ପଂଚାୟତରେ ଥିବା ଶ୍ରୀମା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଆନୁକୂଲ୍ୟରେ ପ୍ରତିÂାତା ଡ଼. ନିମାଇଁ ଚରଣ ପରିଜାଙ୍କ ପୌରାହିତ୍ୟରେ ଜାତିର ପିତା ମହାତ୍ମାଗାନ୍ଧିଙ୍କ ୧୫୦ ତମ ଜନ୍ମଜୟନ୍ତୀ ପାଳନ ହେଇଯାଇଛି । ଏହି ଉସôବରେ ମୁଖ୍ୟଅତିଥି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ମୁଖ୍ୟବକ୍ତା ସ୍ତମ୍ଭକାର ହିରନ୍ୟ ମହାନ୍ତି, ମହାବିଦ୍ୟାଳୟର ଅଧ୍ୟକ୍ଷା ମେଘମାଳା ସ୍ୱାଇଁ, ସ୍ଥାନୀୟ ସରପଂଚ ଦିପ୍ତିମୟୀ ରାୟ, ସମିତସଭ୍ୟ ରଞ୍ଜିତ ପାଲ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଅଶୋକ କୁମାର ହୋତା ପ୍ରମୁଖ ଯୋଗଦେଇ ଗାନ୍ଧିଜୀଙ୍କ ମାର୍ଗଦର୍ଶନରେ ଅନୁପ୍ରାଣିତ ହୋଇ ଚାଲିଲେ ଭବିଷ୍ୟତ ଉଜ୍ୱଳ ହେବବୋଲି ମତବ୍ୟକ୍ତ କରିଥିଲେ । ସାଧନା, ନୈତିକତା ଓ କଠୋର ପରିଶ୍ରମ ବଳରେ ଉତ୍ତମ ଚରିତ୍ର ଗଠନ ହୋଇଥାଏ । ଉତ୍ତମ ଚରିତ୍ର ଗଠନ ହେଲେ ସମାଜରେ ସୁଧାର ଆସିବା ସଙ୍ଗେ ସଙ୍ଗେ ଦେଶ ଓ ଜାତିର ଟେକ ରହିଥାଏବୋଲି ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀଯୁକ୍ତ ମହାପାତ୍ର ମତପୋଷଣ କରିଥିଲେ । ମୁଖ୍ୟଅତିଥି ଜିଲ୍ଲାପାଳ ଶ୍ରୀଯୁକ୍ତ ମହାପାତ୍ର ପ୍ରଥମେ ଦଶମାଣକୁଳ ଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିଦର୍ଶନ କରିବା ସହିତ ଛାତ୍ରଛାତ୍ରୀମାନଙ୍କ ଗହଣରେ ପହଂଚି ପାଠ୍ୟ ସମ୍ବନ୍ଧୀୟ ତଥ୍ୟ ବୁଝି କିଛି ସମୟ ବିତାଇଥିଲେ । ପରେ କୋଲର ପଂଚାୟତ ବିଜୁ ଯୁବବାହିନୀର ସଦସ୍ୟ ସଦସ୍ୟାମାନଙ୍କ ଗହଣରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ ସ୍ୱାଗତ ସଂଗୀତ ଗାନ କରିଥିବାବେଳେ ଛାତ୍ରୀମାନେ ସହଯୋଗ କରିଥିଲେ । ଅଧ୍ୟାପକ ରବିନ୍ଦ୍ର କୁମାର କାନୁନ୍ଗୋ, ଅଧ୍ୟାପିକା କାଂଚନବାଳା ସେନାପତି, ଦିପ୍ତିରାଣୀ ଖୁଂଟିଆ, ଗାୟତ୍ରୀ ଆଚାର୍ଯ୍ୟ, ଅମିତା ମହାପାତ୍ର, ଅନ୍ନପୂର୍ଣ୍ଣା ପରିଜା, ମାଧବ ଚରଣ ବେହେରା ପ୍ରମୁଖ ପ୍ରରିଚାଳନା କରିଥିଲେ । ବିଜୁ ଯୁବବାହିନୀ ତିର୍ତୋଲ କୋଅଡ଼ିନେଟର ସତ୍ୟବ୍ରତ ଦାଶ, କୋଲର ଜିପି ବିଜୁ ଯୁବବାହିନୀ ସଭାପତି ଅଭିଶେକ ପରିଜା, ବୋଧେଇ ଜିପି ସଭାପତି ସୋମ୍ୟରଞ୍ଜନ ପାତ୍ର, ଲଗନ ମହାନ୍ତି, ମୋହନ ସେଠୀ, କାର୍ତ୍ତିକ ସାହୁ, ଚକ୍ରଧର ଦାସ, ଦିବ୍ୟଜ୍ୟୋତି ମହାପାତ୍ର, ଦିପ୍ତିରେଖା ଦାସ, ପି୍ରୟଦର୍ଶିନୀ ଦାସ, ଅମ୍ବରିଶ ଦାସଙ୍କ ସମେତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜି, ଗୁରୁମା, ଶ୍ରୀମା ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଅଧ୍ୟାପକ, କର୍ମଚାରୀ, ସ୍ଥାନୀୟ ଅଂଚଳବାସୀ ଉପସ୍ଥିତ ଥିଲେ । ୧୫୦ ତମ ମହାତ୍ମା ଗାନ୍ଧିଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ମହାବିଦ୍ୟାଳୟ ଓ ସରସ୍ୱସତୀ ଶିଶୁ ବିଦ୍ୟାମନ୍ଦିରରେ କ୍ରୀଡ଼ା ସହିତ ବିଭିନ୍ନ ପ୍ରତିଯୋଗିତା ଅନୁÂିତ କରାଯାଇଥିଲା । ଏହି ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟଅତିଥି ଜିଲ୍ଲାପାଳ ଶ୍ରୀ ମହାପାତ୍ର ମାନପତ୍ର ଓ ସିଲ୍ଡ ପ୍ରଦାନ କରି ପୁରସ୍କୃତ କରିଥିଲେ । ଶେଷରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସମ୍ପାଦକ ତ୍ରିଲୋଚନ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

twelve + three =