ତିର୍ତୋଲରୁ ଆରମ୍ଭ ହେଲା ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା

0 1,291


ତିର୍ତୋଲ: ତିର୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଂଚାୟତ ନରୁଆ ଛକଠାରୁ ଜଗତସିଂହପୁର ସାଂସଦ ଡ଼. ରାଜଶ୍ରୀ ମଲ୍ଲିକଙ୍କ ଘୋଷିତ ବ୍ଲକ ବିଜେଡ଼ି କାର୍ଯ୍ୟକାରି ସଭାପତି ଗଙ୍ଗାଧର ବିଶ୍ୱାଳଙ୍କ ନେତୃତ୍ୱରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା ଆୟୋଜିତ ହୋଇଯାଇଛି । ଏକ ବିରାଟ ବାଇକ୍ ଶୋଭାଯାତ୍ରା ବାହାରି ତୁଳଙ୍ଗ ପଂଚାୟତ ବୋଲର ଛକରେ ପହଂଚିଥିଲେ । ସେଠାରେ ଶତାଧିକ ମହିଳା ଉପସ୍ଥିତ ରହି ସାଂସଦ ଡ଼. ମଲ୍ଲିକଙ୍କ ସମେତ ଅନ୍ୟ ଅତିଥିମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବାପରେ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରାଯାଇଥିଲା । ଏହି ପଦଯାତ୍ରା ଦୀର୍ଘ ୫ କିଲୋମିଟର ଯିବାପରେ ନାଉଲ ଗ୍ରାମରେ ପହଂଚି ଗ୍ରାମଦେବତୀ ଇଶାନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ଜନସମ୍ପର୍କ ପଦଯାତ୍ରା ବିଜେଡ଼ି ତଥା ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନାକୁ ଲୋକାଭିମୁଖି କରିବା ସହିତ ସର୍ବସାଧାରଣରେ କିଭଳି ସୁଚାରୁରୂପେ ପହଂଚିପାରିବ ଡ଼ାକବାଜି ମା୍ମମରେ ଜଣାଇଥିଲେ । ଏହି ସଭାରେ ସାଂସଦଙ୍କ ଘୋଷିତ ତିର୍ତୋଲ ବ୍ଲକ ବିଜେଡ଼ି କାର୍ଯ୍ୟକାରୀ ସଭାପତି ଗଙ୍ଗାଧର ବିଶ୍ୱାଳ ସଭାପତିତ୍ୱ କରିଥିବାବେଳେ ଡ଼. ରାଜଶ୍ରୀ ମଲ୍ଲିକଙ୍କ ସମେତ ଜଗତସିଂହପୁର ଜିଲ୍ଲାପରିଷଦ ଅ୍ମକ୍ଷା ପି୍ରୟଦଶିର୍ନୀ ବିଶ୍ୱାଳ, ତିର୍ତୋଲ ବ୍ଲକ ପଂଚାୟତ ସମିତି ଅଧକ୍ଷ୍ୟା ସୁଜାତା ମହାନ୍ତି, ୨ ନଂ ଜୋନର ଜିଲ୍ଲାପରିଷଦ ସଭ୍ୟ ପ୍ରବୀର କୁମାର ରାୟ, ୩ ନଂ ଜୋନର ଜିଲ୍ଲାପରିଷଦ ସଭ୍ୟା ଲିପାଲି ରାଉଳ, ତିର୍ତୋଲ ସରପଂଚଞ୍ଚମନୋରଞ୍ଜନ ମହାପାତ୍ର, ଛାତ୍ରନେତା ମହମ୍ମଦ ଅବଦୁଲ ମାଜୁଦ, ତୁଳଙ୍ଗ ସମିତିସଭ୍ୟା ମମତା ନାୟକ ପ୍ରମୁଖ ଉପସ୍ଥିତ ରହି ଜନସମ୍ପର୍କ ପଦଯାତ୍ରାର ଉଦେ୍ଧଶ୍ୟ ଉପରେ ଜନସାଧାରଣମାନଙ୍କୁ ଉଦ୍ବୋଧନ ଦେବା ସହିତ ନବୀନ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଉପରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଗନ ଖଣ୍ଡୁଆଳ, ପଟିଲ ସରପଂଚ ଚିତ୍ତରଞ୍ଜନ ରଥ, କଟରା ସରପଂଚଞ୍ଚସିତିକଣ୍ଠ ସ୍ୱାଇଁ, ତିର୍ତୋଲ ନିର୍ବାଚନ ମଣ୍ଡଳୀ ଯୁବସଭାପତି ସୁବ୍ରତ ଦାଶ, ବାବାଜି ରାଉତ, ତପନ କୁମାର ମହାନ୍ତି, ଅରୁଣ କୁମାର ମହାପାତ୍ର, ଦିପକ ଦାସ, ପ୍ରସନ୍ନ ଦାସ, ସୁଶାନ୍ତ ଦାସ, ବାଇଧର ବଳ, ଅକ୍ଷୟ ସ୍ୱାଇଁ, ଶୁକାନ୍ତ ସ୍ୱାଇଁ, ଅଜୟ ଖଟୁଆ, ଶେଖ୍ ଅଜଗର ଅଲ୍ଲି, ବିଷ୍ଣୁ ଚରଣ ଦାସ(ସଉ), ମହମ୍ମଦ ଆଜାଦ, ବାଜନ ବାରିକ୍, ଫକିର ବାରିକ୍, ମୁନା ରାୟ, ଶ୍ରୀନିବାଶ ଦାସ, ଭବେଷ ଚୌଧୂରୀ, ସଚ୍ଚିଦା ନନ୍ଦ ନାଥ, ନୃସିଂହ ଚରଣ ରାଉଳ, ରଞ୍ଜିତ ମହାନ୍ତି, ସୁଦର୍ଶନ ପଣ୍ଡାଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀ ଯୋଗଦେଇଥିଲେ ।

Leave A Reply

Your email address will not be published.

eight − 4 =