ତୁମ ଚଷମାରୁ

0 679

ଲଷ୍ମୀପ୍ରିୟା ଓଝା

ନାଉଗାଁ ରୁ ନୂଆଦିଲ୍ଲୀ
ସ୍ପଷ୍ଟ ଦିଶେ ତୁମ ଚଷମାରୁ |
ତୁମ ଦି ହାତିଆ ଧୋତି ଏବେ
ଫ୍ୟାସନ ନାଁ ରେ ଝିଅଙ୍କ ଦେହରେ |
ତୁମ ବାଡ଼ି ଏବେ ସାଜିଛି ଲାଠି,
ମଟନ ଝୋଳ ହାପୁଡୁଥିବା
ଗୋ ରକ୍ଷକ ହାତରେ |
ସରକାରୀ ବାବୁଙ୍କର
ଅଫିସ ପହୁଞ୍ଚା ଟାଇମ
ତୁମ ଘଡି ଜଳ ଜଳ ଦେଖେ |
ଆଇନ, କାନୁନ, ଶିକ୍ଷା, ସ୍ଵାସ୍ଥ୍ୟ,
ସ୍ଵଛତା ଅଭିଯାନର
ଡ୍ରାମା ଦେଖି ଦେଖି
ତୁମ ତିନି ମାଙ୍କଡ଼ ଏବେ
ଅନ୍ଧ, ମୁକ,ବଧିର ବେଶରେ |
ହଁ, ତୁମ ଚରଖାଟା ଯାହା ପଡିଛି ,
କହୁଛି, ଆସ, ବସ, ଚଲାଅ ମୋତେ
କିଛି ନହେଲେ ଦେହ ଢାଙ୍କିବାକୁ
ଦି ଖଣ୍ଡ ଲୁଗାତ ବୁଣିପାରିବ
ତୁମ ଏ ବେକାରୀ ସମୟରେ !

ବରୋଦା, ଗୁଜରାଟ |

Leave A Reply

Your email address will not be published.

one × two =