ସ୍ୱଚ୍ଛତା ପାଇଁ ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ

0 1,385

ବାଙ୍କୀ(ଆଶିଷ କୁମାର ମହାପାତ୍ର): ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ମହିଳା ସମର ଶିକ୍ଷାର୍ଥୀ ବାହିନୀ , ରୋଭର୍ସ ଓ ରେଞ୍ଜର୍ସ ଏବଂ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ସମର ଶିକ୍ଷାର୍ଥୀ ବାହିନୀର ମିଳିତ ସହଯୋଗରେ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମଜୟନ୍ତୀ ପାଳନ ଅବସରରେ ସ୍ୱଚ୍ଛ ପରିବେଶ ଓ ସୁସ୍ଥ ନିରାମୟ ଜୀବନ ପାଇଁ ଏକ ମାନବ ଶୃଙ୍ଖଳା ବାଙ୍କୀ ସରକାରୀ ଡାକ୍ତରଖାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହା ଦ୍ୱାରା ଜନସାଧାରଣ ସଚେତନ ହୋଇ ପ୍ଲାଷ୍ଟିକ୍ ବର୍ଜନ ଓ ନିଜ ପରିବେଶକୁ ନିର୍ମଳ ରଖିବା ପାଇଁ ବାର୍ତ୍ତା ପ୍ରଦାନ ସହ ସ୍ୱଚ୍ଛତା ପାଇଁ ସମସ୍ତେ ଶପଥ ପାଠ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବାଙ୍କୀ ସରକାରୀ ମେଡିକାଲ ଡାକ୍ତର ପଦ୍ମଲୋଚନ ପଣ୍ଡା, ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ଲେପ୍ଟନାଣ୍ଟ୍ ସନ୍ଧ୍ୟା ରାଣୀ ମହାନ୍ତି, ରୋଭର୍ସ ଲିଡର ଭୂପତି ଭୂଷଣ ପ୍ରଧାନ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଥାର୍ଡ ଅଫିସର ଜୟନ୍ତୀ ଗୋଚ୍ଛି, ବାଙ୍କୀ ମେଡିକାଲ ମ୍ୟାନେଜର ଶଶିଭୂଷଣ ମିଶ୍ର ପ୍ରମୁଖ ଯୋଗଦାନ କରି ଏପରି କାର୍ଯ୍ୟକ୍ରମକୁ ସଫଳ କରିବାରେ ସାହାଯ୍ୟ ହୋଇଥିଲେ ।

Leave A Reply

Your email address will not be published.

eight − 8 =