ଖୋର୍ଦ୍ଧା : ପାରିବାରିକ ଅବୁଝାମଣା ଓ ଆର୍ଥିକ ଅନଟନ କାରଣରୁ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ନଇରି ଗାଁରେ ନବ ଦମ୍ପତି ଆତ୍ମହତ୍ୟା କରିଛନ୍ତି । ସୂଚନାରୁ ପ୍ରକାଶ ନଈରୀ ଗାଁ ର ବଡ଼ସାହିର କୃଷ୍ଣଚନ୍ଦ୍ର ସାହୁଙ୍କ ପୁଅ ସନାତନ ସାହୁ (୨୦) ଗତ ତିନିମାସ ତଳେ କଣାସ ଥାନା ବସନ୍ତପୁର ( ବିଜିପୁର ) ଗାଁର ବାଜିଆ ଜେନାଙ୍କ ଝିଅ ସିବାନୀଙ୍କୁ ପ୍ରେମ ବିବାହ କରି ନିଜ ଗାଁ ରେ ରହୁଥିଲେ । ମୁଲ ଲାଗି ପରିବାର ପ୍ରତିପୋଷଣ କରୁଥିବା ସନା ଗତ ୪ଦିନ ତଳେ ନିଜ ଘର ଛାଡ଼ି ନିକଟସ୍ତ ପଂଚାୟତ ପଛ ଅଞ୍ଚଳରେ ଘରଭଡା ନେଇ ସ୍ତ୍ରୀ ସିବାନିଙ୍କୁ ଧରି ରହୁଥିଲେ ।ଉକ୍ତ ଭଡାଘରେ ସନା ଘରେ ନଥିବା ବେଳେ କୌଣସି କାରଣରୁ ସିବାନୀ ଗତକାଲି ରାତି ୧୦ ଟା ବେଳେ ଘର ଓରାରେ ଶାଢି ରେ ଆତ୍ମହତ୍ୟା କରିଦେଇଥିଲେ । ଘରେ ପହଞ୍ଚି ସନା ରୁମ କବାଟ ଭାଙ୍ଗି ସିବାନୀଙ୍କୁ ଓହ୍ଲାଇ କାନ୍ଧରେ ବୋହି ନେଇ ନିଜ ଘର ବଡ଼ସାହି ଘରକୁ ନେଇ ଉପାୟ ଶୂନ୍ୟ ହୋଇ ଦୁଃଖରେ ଭାଙ୍ଗି ପଡ଼ି ନିଜେ ମଧ୍ୟ ସେହି ଭଳି ଘରେ ବେକରେ ରସି ଦେଇ ଆତ୍ମହତ୍ୟା କରିଦେଇଥିଲେ । ଖବର ପାଇ ଚିଲିକାର ଅତିରିକ୍ତ ତହସିଲଦାର ଅର୍ଣ୍ଣପୁର୍ନଆ ଭୋଇ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ବାଣପୁର ପୋଲିସ ଅଧିକାରୀ ସଂଜୟ ପଟ୍ଟନାୟକ ଘଟଣା ସ୍ଥଳରେ ପହଞ୍ଚି ଓ ଉଭୟ ଶବକୁ ଜବତ କରି ଘଟଣାର ଅନୁସନ୍ଧାନ ଜାରି ରଖିଛନ୍ତି ।ଉପରୋକ୍ତ ନବ ଦମ୍ପନ୍ତି ଙ୍କ ଆତ୍ମହତ୍ୟା ପଛରେ ପ୍ରକୁତ କାରଣ କଣ ରହିଛି ବୋଲି କେହି କହିପାରୁନାହାନ୍ତି ।