ବାଙ୍କୀ(ଆଶିଷ କୁମାର ମହାପାତ୍ର): ଆସନ୍ତା ୧୩ତାରିଖ ଠାରୁ ୧୭ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବାଙ୍କିର ଗଣପର୍ବ ବାଙ୍କୀ ମହୋତ୍ସବ। ଏହି ମହୋତ୍ସବରେ ଆଇନ ଶୃଙ୍ଖଳା ରକ୍ଷା କରିବା ସଂପର୍କରେ ଏକ ପ୍ରସ୍ତୁତି ବୈଠକ ବାଙ୍କୀ ଥାନା ପକ୍ଷ୍ୟରୁ ବାଙ୍କୀ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । କଟକ ଗ୍ରମାଂଚଳ ଏସ୍.ପି ରାଧା ବିନୋଦ ପାଣିଗ୍ରାହି ମୁଖ୍ୟ ଅତିଥିଭାବେ ଯୋଗଦେଇ ବାଙ୍କୀ ମହୋତ୍ସବକୁ ସରସ ସୁନ୍ଦର କରିବା ପାଇଁ ଆଇନ ଶୃଙ୍ଖଳ ରକ୍ଷା କରିବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି କହି ସ୍ୱାଗତ ଭାଷଣ ରଖିଥିଲେ । ସମସ୍ତ ଜନସାଧାରଣ ଆଇନ ଶୃଙ୍ଖଳା ରକ୍ଷାକଲେ ମହୋତ୍ସବ ସଫଳ ହେବ ଏବଂ ବାଙ୍କୀ ବାସୀଙ୍କର ସମ୍ମାନ ବୃଦ୍ଧି ହେବ ବୋଲିକହିଥିଲେ । ଏଥିପାଇଁ ସମସ୍ତ ଜନସାଧାରଣ ପୋଲିସକୁ ସହଯୋଗ କରିବା ପାଇଁ ଏସ୍.ପି. ଶ୍ରୀ ପାଣିଗ୍ରାହୀ ଅନୁରୋଧ କରିଥିଲେ । ଉପଖଣ୍ଡ ପୋଲିସ ଅଧିକାରୀ ପ୍ରସନ୍ନ କୁମାର ବିଶ୍ୱାଳ ଏହି ବୈଠକରେ ସଭାପତିତ୍ୱ କରିଥିଲେ । ବାଙ୍କୀ ଥାନା ଅଧିକାରୀ ସମୀର କୁମାର ପଣ୍ଡା ମହୋତ୍ସବରେ ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରି ପୂର୍ବ ବର୍ଷ ଭଳି ସମସ୍ତ ନୀତି ନିର୍ଦ୍ଧାରଣ ଏବଂ ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୂଚନା ଦେଇଥିଲେ । ଶାରଦୀୟ ଦୁର୍ଗାପୂଜା ଓ ମହୋତ୍ସବ ଉପଲକ୍ଷେ ଟାଉନ୍ରେ ନିର୍ମିତ ହେବାକୁଥିବା ୨୬ଗୋଟି ମେଢର ଭଷାଣୀ ଉତ୍ସବ ଆସନ୍ତା ୨୦ ତାରିଖରେ ଶାନ୍ତି ଶୃଙ୍ଖଳାରେ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏବଂ ପାର୍କିଂ ବ୍ୟବସ୍ଥାକୁ ଆଇନ ଅନୁଯାୟୀ କରାଯିବା ନେଇ ନିଷ୍ପତି ନିଆଯାଇଛି।ଏହି କାର୍ଯ୍ୟକ୍ରମରେ ବାଙ୍କୀ ପ୍ରେସକ୍ଲବ ସଭାପତି ବଳଭଦ୍ର ପଣ୍ଡା, ଉପସଭାପତି ସମରେନ୍ଦ୍ର ମହାପାତ୍ର, ବରିଷ୍ଠ ସାମ୍ବାଦକ ଜ୍ଞାନେନ୍ଦ୍ର ମୋହନ ମିଶ୍ର,ଅରବିନ୍ଦ ହରିଚନ୍ଦନ, ଗୌରାଙ୍ଗ ବେହେରା , ବିଭୂପ୍ରଦସାଦ ସାମଲ, ସାମାଜିକ କର୍ମୀ ଗୌତମ ମିଶ୍ର, ମହୋତ୍ସବ କମିଟି ସଭ୍ୟ ସୌମେନ୍ଦ୍ର ମିଶ୍ର,ବିଭୁପ୍ରସାଦ ସାମଲ ,ଅରବିନ୍ଦ ହରିଚନ୍ଦନ, ଆଶିଷ କୁମାର ମହାପାତ୍ର,ଙ୍କ ସମେତ ସମସ୍ତ ପୂଜାକମିଟିର କର୍ମକର୍ତ୍ତା , ବସ କର୍ମଚାରୀ ସଂଘ ସଭାପତି ଅମୀୟ କୁମାର ନାୟକଓ ଅଟୋଆସୋସିଏସନର କର୍ମକର୍ତ୍ତା ପ୍ରଭୃତି ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିବା ସହିତ ଶାନ୍ତିଶୃଙ୍ଖଳାରେ ସମସ୍ତ କାର୍ଯ୍ୟ ସମାପନ କରିବା ପାଇଁ ମତାମତ ପ୍ରଦାନ କରିଥିଲେ ।