‘ସାହିତ୍ୟ ଓ ସୃଜନୀ ଉଭୟ ପରିପୂରକ’

0 631

ଜଗତସିଂହପୁର : ମଣିଷ ଜୀବନ ଚଲାପଥ ସୁଦୀର୍ଘ ତଥା ଗତିଶୀଳ। ଜୀବନରେ ଧର୍ମ,କର୍ମ ଓ ସାହିତ୍ୟ ର ସମ୍ପର୍କ ଗଭୀର।
ରୂପ-ରସ-ଗନ୍ଧ-ସ୍ପର୍ଶ ନିହିତ ପୃଥିବୀରେ ମନୁଷ୍ୟ ର ଭବରାଜିର ଶୈଳ୍ପୀକ ଓ ସୁସଂଜତ ପ୍ରକାଶ ହିଁ ସାହିତ୍ୟ।ସେହିପରି ସୃଜନଶୀଳତା ଏକ “ସ୍ୱପ୍ନ”।ସାହିତ୍ୟ ଓ ସୃଜନୀ ଉଭୟ ପରିପୂରକ।ସ୍ଵସୃଷ୍ଟ କବିତା,ପଦ୍ୟ,ଗଳ୍ପ, ଲଘୁକଥା ଇତ୍ୟାଦି ଯାହା ତରୁଣ ସାହିତ୍ୟିକମାନଙ୍କ ଅନ୍ତର୍ନିହିତ ପ୍ରତିଭା ର ପ୍ରମାଣପତ୍ର-ସେ ସବୁକୁ ପରିସ୍ପୁଟନ କରିବା ଉଦେଶ୍ୟରେ ଜଗତସିଂହପୁର ସହରର ସ୍କଲାର ଈଂଲିଶ୍ ମିଡିୟମ୍ ସ୍କୁଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି ପ୍ରଥମ ଓପେନ୍ ମାଇକ MUSINGS 1., ଏଥିରେ କବି ସୁକାନ୍ତ ଜେନାଙ୍କ ସମେତ ମୋଟ ୨୦ ଜଣ ଭାଗ ନେଇଥିଲେ । ପଦ୍ମଜା ମିଶ୍ର, ଶୁଭ୍ରଜ୍ୟୋତି ନନ୍ଦ ଓ ଦିବ୍ୟଜ୍ୟୋତି ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଦିଆଯାଇଥିଲା ।

Leave A Reply

Your email address will not be published.

19 − 7 =