ରାସ୍ତା ମରାମତି ଦାବି କରି ରାସ୍ତା ହାଣିଲେ

0 493

ବାଙ୍କୀ : ରାସ୍ତା ମରାମତି ଦାବି କରି ଲୋକେ ଶେଷରେ ରାସ୍ତା ହାଣିଲେ l ବାଙ୍କୀ ଏନଏସି ଛକରୁ ମନ୍ତ୍ରୀ ସାହି ରାସ୍ତାକୁ ଲୋକେ ଆଜି ହାଣି ଦେଇଛନ୍ତି l ଏହି ରାସ୍ତାର ମରାମତି ପାଇଁ ସ୍ଥାନୀୟ ଲୋକେ ବହୁ ଦିନରୁ ଦାବି କରି ଆସୁଥିଲେ l ମାତ୍ର ପ୍ରଶାସନ ଏଥି ପ୍ରତି କର୍ଣ୍ଣପାତ କରୁନଥିଲା l ଫଳରେ ଲୋକେ ଆଜି ଉତ୍ୟକ୍ତ ହୋଇ ରାସ୍ତା ହାଣି ଦେଇଥିଲେ l ପୁଲିସ ଆସି ଲୋଳଙ୍କୁ ଅଟକାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲା l ଏହି ରାସ୍ତା ଉପରେ ତାଳବସ୍ତା, ସାହାଡାପଦା, ଡାଙ୍ଗିପିଟା, ମନ୍ତ୍ରୀ ସାହି, ଯୋରକୂଳ, ପାକେଲାଖାଲ, ବିଲିପଡାର ପ୍ରାୟ 7ଟି ପଂଚାୟତର ଲୋକେ ନିର୍ଭର କରନ୍ତି l

Leave A Reply

Your email address will not be published.

18 − 4 =