୨୮ତମ ରାବଣ ପୋଡି ଉତ୍ସବ: ‘ମୋ ସ୍ୱପ୍ନ ପୂରଣ ପାଇଁ ପାଖରେ ଦୁଇଟି ଅମୂଲ୍ୟ ସମ୍ପଦ ରହିଛି’

0 550

  ପାରାଦୀପ –  ପବିତ୍ର ଦଶହରା ପର୍ବ ଉପଲକ୍ଷେ ପାରାଦୀପ ସାଗର କ୍ଲବ ପକ୍ଷରୁ  ୨୮ ତମ ରାବଣ ପୋଡି ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି।    ତା-୦୮-୧୦-୨୦୧୯ରିଖ ମଙ୍ଗଳବାର ସନ୍ଧ୍ୟାରେ ସାଗର ବେଳାଭୂମି ସ୍ଥିତ ବିଜୁ ମୈଦାନ ରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ କ୍ରୀଡ଼ା ଓ ଯୁବ କଲ୍ୟାଣ , ସୂଚନା ଓ  ପ୍ରଯୁକ୍ତି  ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାର କାନ୍ତି ବେହେରା ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ଭାବରେ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ପାରାଦୀପ ବିଧାୟକ ଶ୍ରୀ ସମ୍ବିତ ରାଉତରାୟ, ଜଗତସିଂହପୁର ଜିଲ୍ଲାର ବିଜେଡି ସଭାପତି ତଥା ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ଦାସ ,ପାରାଦୀପ ନଗରପାଳ ଶ୍ରୀ ବସନ୍ତ କୁମାର ବିଶ୍ବାଳ ,ପୂର୍ବତନ ନଗରପାଳ ଶ୍ରୀ କିଶୋର କୁମାର ପରିଡ଼ା ,ପୂର୍ବତନ ପାରିଷଦ ଶ୍ରୀ ମାଗୁ ଚରଣ ନାୟକ ।ପାରାଦୀପ ନଗର ବିଜେଡି ସଭାପତି ଶ୍ରୀ ସୁମନ୍ତ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ। ଅନ
  ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବେହେରା ତାଙ୍କର  ଅତି ସଂକ୍ଷିପ୍ତ ଭାଷଣ ରେ କେବଳ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇ ଥିଲେ ଏବଂ ରାବଣ ପୋଡି ଓ ବାଣ ଫୁଟା ପ୍ରତିଯୋଗିତା ଦେଖିବାକୁ ଅପେକ୍ଷା ରେ  ଦର୍ଶକମାନଙ୍କୁ  ରାବଣ ପୋଡି ଉତ୍ସବ ର ଆନନ୍ଦ ଉପଭୋଗ କରିବା ସହିତ ମାଆ ଦୁର୍ଗାଙ୍କ ପାଖରେ  ସମସ୍ତଙ୍କର ମଙ୍ଗଳ କାମନା କରିଥିଲେ ।     ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ତଥା କାଜୁ ନିଗମ ର ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ଦାସ ମଞ୍ଚସିନ ଅତିଥି ମାନଙ୍କୁ ଉଚ୍ଚ  ପ୍ରଶଂସା କରି ଥିଲେ।ବିଧାୟକ ଶ୍ରୀ ରାଉତରାୟ ଯୋଗ୍ୟ ପିତା ର ସୁଯୋଗ୍ୟ ପୁତ୍ର।ସେ ଅସୁସ୍ଥ ଥିବାରୁ ଆଜି ସଭାରେ ଅନୁପସ୍ଥିତ ଅଛନ୍ତି ବୋଲି ସୂଚନା ଦେଇଥିଲେ।ଶ୍ରୀ ଦାସ କହିଲେ ଯେ ଯଦି ଜିଲ୍ଲାପାଳ ଅନୁମତି ଦିଅନ୍ତି ସେ ପାରାଦୀପ ରେ କାଜୁ ଚାରା ରୋପଣ କରି ପରିବେଶ ସୁରକ୍ଷା କରିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।ପାରାଦୀପ ଏକମାତ୍ର ସ୍ଥାନ ଯେଉଁଠି ପ୍ରର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ରହିଛି।  ପାରାଦୀପ ବିଧାୟକ ଶ୍ରୀ ରାଉତରାୟ ତାଙ୍କର ୯ ମିନିଟ ର ଅଭିଭାଷଣ ରେ କହିଲେ ଯେ  ପାରାଦୀପ ସାଗର କ୍ଲବ ପକ୍ଷରୁ ଆୟୋଜିତ ରାବଣ ପୋଡି ଉତ୍ସବ ନିମନ୍ତେ ଯେତେବେଳେ ମୁଖ୍ୟ ଅତିଥି ପ୍ରସଙ୍ଗ ଆଲୋଚନା ହେଲା, ସେତେବେଳେ ମୁଁ କହିଲି ଯେ ମୁଁ ମୋର ସାନ ଭାଇ ଯୁବ ମନ୍ତ୍ରୀ ଶ୍ରୀ ତୁଷାର କାନ୍ତିଙ୍କୁ ଅତିଥି କରିବେ ଏବଂ ଏହି ଉତ୍ସବ ରେ ସେ ଅତିଥି ହେଲେ ଏହା ତାଙ୍କ ରାଜନୈତିକ ଜୀବନ ରେ  ଏକ ମାଇଲି ଖୁଣ୍ଟ ହେବ ।ସେ ମୋ କଥା ରଖିଛନ୍ତି ଏବଂ ସେ ଆଜି ରାତ୍ରି ଯାପନ କରୁଛନ୍ତି।ଆପଣ ମାନେ ଜାଣନ୍ତି କାକଟପୁର ଓ ପାରାଦୀପ ମଧ୍ୟରେ ସମ୍ପର୍କ କିପରି  ? ରାବଣ ପୋଡି ଉତ୍ସବ ସମ୍ପର୍କରେ ଆଲୋଚନା କରି ସେ କହିଲେ ଯେ ରାବଣ ପ୍ରଚଣ୍ଡ ପ୍ରତିଭାବାନ ବ୍ୟକ୍ତି ଥିଲେ ,ସେ ଯେତେବେଳେ ତାଣ୍ଡବ କରେ ବିଶ୍ଵ ବ୍ରହ୍ମାଣ୍ଡ ଦୋହଲି ଯାଏ।କିନ୍ତୁ ଏକ ଦୁର୍ବଳ ମୁହୂର୍ତ୍ତରେ ଦୁର୍ବଳ ନିଷ୍ପତି ତାକୁ ମୃତ୍ୟୁ ଦେଇଥିଲା। ରାବଣ ପୋଡି ରୁ ଆମେ ଶିକ୍ଷା, ଦୀକ୍ଷା ଓ ସମୀକ୍ଷା କରିବା ଉଚିତ।?ତାଙ୍କର ସ୍ୱପ୍ନ ପୂରଣ କରିବା ପାଇଁ ତାଙ୍କ ପାଖରେ ଦୁଇଟି ଅମୂଲ୍ୟ ସମ୍ପଦ ଅଛି ,ଗୋଟିଏ ହେଲା ଦୀର୍ଘ ୪୦ ବର୍ଷ ଧରି ଏ ଅଞ୍ଚଳର ଦିଗଦର୍ଶକ ହୋଇଥିବା ଡାକ୍ତର ଦାମୋଦର ରାଉତ, ଯାହାଙ୍କ ପାଇଁ ସେ ଆଜି ବିଧାୟକ ହୋଇ ପାରିଛନ୍ତି । ବିଧାୟକ ହେବାର ସମସ୍ତ ଶ୍ରେୟ ଡାକ୍ତର ରାଉତଙ୍କର ।ଏବଂ ଅନ୍ୟ ଅମୂଲ୍ୟ ସମ୍ପଦ ହେଲା ପାରାଦୀପ ପୌରପାଳିକା ।ଏହି ଦୁଇଟି ଅମୂଲ୍ୟ ସମ୍ପଦ ଦ୍ୱାରା ସେ ତାଙ୍କର ସ୍ୱପ୍ନ ପୂରଣ କରି ପାରିବେ ବୋଲି ଶ୍ରୀ ରାଉତରାୟ କହିଥିଲେ । ଡାକ୍ତର ରାଜଶ୍ରୀ ମଲ୍ଲିକ ଙ୍କୁ ଦୁର୍ଗା ଙ୍କ ସହିତ ତୁଳନା କରି କହିଲେ ଯେ ଯାହା କିଛି ଖେଳା ଲୀଳା କରୁଛନ୍ତି ଏବଂ କିପରି କରୁଛନ୍ତି ଆପଣମାନେ ଜାଣନ୍ତି । କିନ୍ତୁ ପାରାଦୀପ ବନ୍ଦର ର ସ୍ରଷ୍ଟା ପ୍ରବାଦ ପୁରୁଷ ବିଜୁବାବୁ ଓ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କୁ ସଂପୂର୍ଣ୍ଣ ଭୁଲିଗଲେ । ଡାକ୍ତର ରାଉତ ବିଜେଡି ରୁ ବହିଷ୍କୃତ ହୋଇ ବିଜେପି ରେ ଯୋଗ ଦେଇ ଥିଲେ ମଧ୍ୟ।ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ  ସମ୍ବିତ ଙ୍କୁ ଟିକେଟ ଦେଇ ଥିଲେ ।ଯେତେବେଳେ ସମ୍ବିତ ପାରାଦୀପ ନିର୍ବାଚନ ମଣ୍ଡଳୀ ବିଜେଡି ର ବିଧାୟକ ପ୍ରାର୍ଥୀ ଭାବେ   ନିଜ ପାଇଁ ଭୋଟ ମାଗୁଥିଲେ, ସେତେବେଳେ ତାଙ୍କ ବାପା ଡାକ୍ତର ରାଉତ ଏରସମା ନିର୍ବାଚନ ମଣ୍ଡଳୀ ରେ ବିଜେପି ର ବିଧାୟକ ପ୍ରାର୍ଥୀ ଭାବେ ବିଜେଡି କୁ ହରାଇବା ର ସମସ୍ତ ରଣ କୌଶଳ ପ୍ରୟୋଗ କରିଥିଲେଏବଂ ନବୀନ ପଟ୍ଟନାୟକଙ୍କୁ ଓ ତାଙ୍କ ସରକାର କୁ ଦୁର୍ନୀତିଗ୍ରସ୍ତ ବୋଲି ପ୍ରଚାର କରିଥିଲେ।କିନ୍ତୁ ଏରସମା ବାସୀ ରଘୁନନ୍ଦନ ଦାସ ଙ୍କୁ ବିଜୟୀ କରିଥିଲେ। ଏ କଥା ସମ୍ବିତ ଭୁଲିଯାଇ ଗୋଟାପଣେ ବାପାଙ୍କର ଗୁଣ କୀର୍ତ୍ତନ କଲେ। ଯେ ଦୀର୍ଘ୪୦ ବର୍ଷ ଧରି ତାଙ୍କ ବାପା ଥିଲେ ଏ ଅଞ୍ଚଳର ମୁରବୀ, ଆଜି ସେ ଅଛନ୍ତି ମୁଁ ତାଙ୍କ ମାର୍ଗ ଦର୍ଶନରେ କାର୍ଯ୍ୟ କରୁଛି। ତାଙ୍କ ବାପାଙ୍କ ସହକର୍ମୀ ମାନେ ଅଛନ୍ତି ।ସେ ଅସୁସ୍ଥତା ଯୋଗୁଁ ଆସି ପାରିଲେ ନାହିଁ ବୋଲି କହିଥିଲେ ।   ସାଗର କ୍ଲବ ସଭାପତି ଶ୍ରୀ ସୁଧାକର ନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବ ରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଶ୍ରୀ ମନୋଜ କୁମାର ବିଶ୍ବାଳ ଏବଂ ସମ୍ପାଦିକୀୟ ବିବରଣୀ ପ୍ରଦାନ କରିଥିଲେ ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ମଲ୍ଲିକ ।ଉତ୍ସବ ପରିଚାଳନା କରିଥିଲେ ଶ୍ରୀ ରମେଶ ଚନ୍ଦ୍ର ତ୍ରିପାଠୀ । ଧନ୍ୟବାଦ ଅର୍ପଣ କରିଥିଲେ  ସାଂସଦଙ୍କ ପ୍ରତିନିଧି ଶ୍ରୀ ସୁଢଳ ସ୍ବାଇଁ।

Leave A Reply

Your email address will not be published.

12 − four =