ସବନମ ଆଦିନି
ଜୀବନର ସନ୍ଧ୍ଯା ବେଳେ
ଏକାକୀ ବସି ଭାବେ କେତେ
ଅତୀତର ଚିତ୍ର ଚଳଚ୍ଚିତ୍ର ପରି
ଭାସି ଆସେ କାହିଁ ମାନସପଟେ।
ସରିବାକୁ ବସିଲାଣି ସମୟ
ଅଧା ରାସ୍ତାରେ ଯେ ମୁଁ ପଥିକ
ଗତକାଲିର ଛାଇ ମରିଚିକାରେ
ଖୋଜି ବୁଲୁଛି ନିରୁତ୍ତର ଉତ୍ତର
ରାତି ଅପେକ୍ଷାରେ ଅପରାହ୍ନ କୂଳେ ବସିଛି
କାହିଁକି କୁ ଖୋଜି ଖୋଜି ଥକି ମୁଁ ଯାଇଛି
ନାହିଁ ଆଶା ନା ଅଭିଳାଷା
ଚିର ନିଦ୍ରାକୁ ହଜିବାକୁ, ଯେ କରିଛି ଅପେକ୍ଷା…