ଶାଳଗାଁରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

0 433

ଜଗତସିଂହପୁର ( ଦୁର୍ଯ୍ୟୋଧନ ମହାରଣା ): ଜଗତସିଂହପୁର ତହସିଲ ଅଧିନସ୍ଥ ଆଲିପିଙ୍ଗଳ ପଂଚାୟତର ଶାଳଗାଁ ଗ୍ରାମ ଦେଇ ଯାଇଥିବା ଆଲିପିଙ୍ଗଳ ଦେବୀଦୋଳ ରାସ୍ତାରେ ବାଲି ବୋଝେଇ ଟ୍ରକ ଟ୍ରାକ୍ଟର ଓ ଡ୍ରମ୍ଫର ଦିନରାତି ଚଳାଚଳ କରିବା ଦ୍ୱାରା ରାସ୍ତାଟି ଖାଲ ଖମାରେ ପରିଣତ ହୋଇଛି। ଏହି ରାସ୍ତାରେ ଲୋକ ମାନେ ଯାତୟତରେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଥିବା ପ୍ରତିବାଦରେ ସ୍ଥାନୀୟ ଜନସାଧାରଣ ରାସ୍ତାରୋକ କରିଛନ୍ତି।ସୂଚନାଯୋଗ୍ୟ ଏହିରାସ୍ତା ଆଲିପିଙ୍ଗଳ ଦେବୀଦୋଳ ରାସ୍ତା ଦିର୍ଘ 8କିଲୋମିଟର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ 2014ମସିହାରେ 5 କୋଟି ଟଙ୍କା ବ୍ୟୟରେ ଆରଡ଼ି କାର୍ଯ୍ୟାଳୟ ଦ୍ୱାରା ନିର୍ମାଣ ହୋଇଥିଲା।କିନ୍ତୁ ଉକ୍ତ ରାସ୍ତାରେ ପ୍ରତେକ ଦିନ ବାଲି ବୋଝେଇ ଡ୍ରାମ୍ପର ଚୋରାରେ ବାଲି ଚାଲାଣ କରି ରାସ୍ତାର ସ୍ଥାୟୀତ୍ୱକୁ ନଷ୍ଟ କରି ଖାଲ ଖମାରେ ପରିଣତ ହୋଇଛି।ତେଣୁ ଆଜି ସ୍ଥାନୀୟ ଜନସାଧାରଣ ରାସ୍ତା ରୋକ କରିଥିଲେ।ଏପରିକି ଜନସାଧାରଣ କହିଛନ୍ତି ରାସ୍ତା ମରାମତି ଓ ଡ୍ରମ୍ଫର ବନ୍ଦ କରାନଯାଏ ଆନ୍ଦୋଳନକୁ ଜୋରଦାର କରାଯିବ।

Leave A Reply

Your email address will not be published.

16 + two =