ଦୁଷ୍ମନ୍ତ କୁମାର ବେହେରା
……..(୧)……
ପ୍ରଥମ ଦେଖାରେ
ତୁମେ ଜମାରୁ ଭଲ ଲାଗୁ ନ ଥିଲ
ତୁମ ହସକୁରି ମୁହଁ ବି
ପ୍ରେମିକା ପ୍ରେମିକା ଲାଗୁ ନ ଥିଲା
ହେଲେ ତୁମ ଓଠ ପାଖରେ ଥିବା କଳା ଜାଇ…
ତୁମକୁ ପ୍ରେମିକା ନୁହେଁ
ମୋତେ ପ୍ରେମିକ କରିଦେଲା ।।
……..(୨)…….
ତୁମ ହାତର ସ୍ପର୍ଶ
ତୁମକୁ ପାଖରେ ପାଇବାର
ସେ ନୈସର୍ଗିକ ଅନୁଭୂତି
ତୁମ ଦେହର ଜ୍ୱଳନ୍ତ ତାତି
କେମିତି ତୁମକୁ ଛାଡି
ରହି ପାରିବି……
ତୁମେ କେବଳ ମୋର
ଆଉ ମୁଁ ବି କେବଳ
ତୁମର ହିଁ ତୁମର ।।
……..(୩)……..
ରାତି ଅଧରେ
ତୁମର ଗୋଟିଏ ଫୋନ କଲ
ଆଉ ଚାପା ଗଳାରେ ପଦିଏ କଥା
କଣ ଯେ, ଶୋଇପଡିଲଣି…
ଓଃ ଏଇ ପଦିଏ କଥାରେ
କି ଯାଦୁ ଥାଏ କେଜାଣି
ଶୁଣିଲେ ଛାତି ଭିତରଟା ଯେମିତି
କଣ ହେଇଯାଏ ।।
……..(୪)…..
ଏମିତି କୋଉ ମୁହୂର୍ତ୍ତ ନାହିଁ ଯେ
ତୁମେ ମନେ ପଡୁନ
ଫରକ ଏତିକି
ଆଗରୁ ତୁମ ଫେରିବା ବାଟକୁ
ଅପେକ୍ଷା କରି ରହୁଥିଲି
ସେଥିପାଇଁ ମନେ ପଡୁଥିଲ
ଆଉ ଏବେ
ତୁମେ ହୃଦୟରେ ଅଛ ବୋଲି
ପ୍ରତି ମୁହୂର୍ତ୍ତରେ ପ୍ରତି କ୍ଷଣରେ
ବେଶୀ ବେଶୀ ମନେ ପଡୁଛ ।।