ବାଙ୍କୀ: ବାଙ୍କୀ କଚେରୀ ପଡିଆରେ ଆୟୋଜିତ ବାଙ୍କୀ ମହୋତ୍ସବ -୨୦୧୯କୁ ରବିବାର କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ପ୍ରଦୀପ ଉଜ୍ଜ୍ୱଳନ କରି ଉଦ୍ଘାଟନ କରିଛନ୍ତି । ଜିଲ୍ଲାପାଳ କହିଲେ ଯେ ବାଙ୍କୀର ଐତିହ୍ୟ ଓ ଇତିହାସ ସୁଦୂର ପ୍ରସାରୀ । ସ୍ୱାଧୀନତା ଆନ୍ଦୋଳନ ଠାରୁ ସମବାୟ ଆନ୍ଦୋଳନ ଯାଏଁ ବାଙ୍କୀର ଅବଦାନ ଓଡିଶାରେ ଅନନ୍ୟ ଉଦାହରଣ ସୃଷ୍ଟି କରିଛି । ଏ ମାଟିର ଅନେକ ସୁଯୋଗ୍ୟ ସନ୍ତାନ ସମାଜ ସଂସ୍କାର, କଳା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ନିଜର ପ୍ରଦର୍ଶନ କରି ଯାଇଛନ୍ତି । ପ୍ରଗତିଶୀଳ ଓଡିଶାର ଚିତ୍ରକୁ ଯୁବପିଢୀଙ୍କ ପାଖରେ ଉପସ୍ଥାପନ କରାଇବା ପାଇଁ ବାଙ୍କୀ ମହୋତ୍ସବର ଆୟୋଜନ ଏକ ପ୍ରଶଂସନୀୟ ପଦକ୍ଷେପ । ଏହି ମହୋତ୍ସବ ବାଙ୍କୀବାସୀ ଭାଇଭଉଣୀମାନଙ୍କ ମନରେ ଏକ ନୂତନ ଉଦ୍ଧୀପନା ସୃଷ୍ଟି କରିବ ବୋଲି ସେ କହିଥିଲେ । ଓଡିଶାର ଋଦ୍ଧିମନ୍ତ ଐତିହ୍ୟ ପରମ୍ପରା, ଇତିହାସ ଭୂଗୋଳରେ ବିଶେଷ ପରିଚିତ ରହିଛି । ଓଡିଶାର ସାହିତ୍ୟ, ସଂସ୍କୃତି, କଳା ଓ ଜୀବନ ଶୈଳୀକୁ ବାଙ୍କୀର ଅବଦାନ ଉଲେଖନୀୟ । ପରମ୍ପରା ପ୍ରଗତି, ଧାର୍ମିକପୀଠ ଭାବେ ବାଙ୍କୀ ଆଧୂନିକ ସମାଜର ନେତୃତ୍ୱ ନେଇଛି ବୋଲି ସେ କହିଥିଲେ । ବାଙ୍କୀ ହେଉଛି ଜଗତଜନନୀ ମା’ଚର୍ଚ୍ଚିକାଙ୍କ ପୂଣ୍ୟପୀଠ । ଏହି ମାଟିକୁ ଗରୀୟାନ କରିବାରେ ଅତୁଳନୀୟ ଅବଦାନ ଥିବା ବୀରାରାଣୀ ଶୁକଦେଈ, ସମାଜ ସଂଗଠକ ଗୋବିନ୍ଦ ରଥ, ଓଡିଆ ସଂସ୍କୃତିର ଦିଗ୍ଦର୍ଶନ ନୀଳମଣି ବଦ୍ୟାରନô, ରାୟବାହାଦୁର ବିଦ୍ୟାଧର ପଣ୍ଡାଙ୍କ ଭଳି ପୁଣ୍ୟାତ୍ମାକୁ ଆମେ ସ୍ମରଣ କରିବା । ବାଙ୍କୀ ମହୋତ୍ସବ ଉପଦେଷ୍ଟା ତଥା ଉପଜିଲ୍ଲାପାଳ ଅରୁଣ କମାର ବିଶ୍ୱାଳ,ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାସ ଚନ୍ଦ୍ର ପାଢୀ,ବାଙ୍କୀ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ , କଟକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଧା ବିନୋଦ ପାଣିଗ୍ରାହୀ ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ବାଙ୍କୀ ମହୋତ୍ସବ ସମସ୍ତ ଜନସାଧାରଣଙ୍କ ପାଇଁ ଆନନ୍ଦ ଉଲ୍ଲାସ ଓ ଶାନ୍ତି ନେଇଆସିଛି ବୋଲି କହିଥିଲେ । ଆଜିର ଉଦ୍ଘାଟନରେ ବାଙ୍କୀ ମହୋତ୍ସବ ସଭାପତି ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରି କହିଲେ ଯେ ୨୦ବର୍ଷରେ ପଦାର୍ପଣ କରିଥିବା ବାଙ୍କୀ ମହୋତ୍ସବ ଆଜି ଯୁବକତ୍ୱ ଲାଭ କରିଛି । ବାଙ୍କୀ ଜନତାର ସାହାଯ୍ୟ ସହଯୋଗ ଆଧାରରେ ପ୍ରାଣବନ୍ତ ହୋଇଛି । ଆଜି କୁମାର ମହୋତ୍ସବ ଓ କୁମାର ପୂର୍ଣ୍ଣିମା ଅବସରରେ କରୁଣାମୟୀ ମା’ଚ୍ଚର୍ଚ୍ଚିକା ବାଙ୍କୀ ଓ ବାରଙ୍ଗ ଅ ଳର ଜନସାଧାରଣଙ୍କ ସର୍ବ ବିଦ୍ଧି ବିକାଶ ଓ ଉନ୍ନତି ପାଇଁ ଆମକୁ ଶକ୍ତି ଓ ଆଶୀର୍ବାଦ କରିବାକୁ ସେ ପ୍ରାର୍ଥନା କରିଥିଲେ । ମହୋତ୍ସବ କାର୍ଯ୍ୟକାରୀ ସଭାପତି ବିଧାୟକ ଦେବୀରଞ୍ଜନ ତି୍ରପାଠୀ ଉଦ୍ବୋଧନ ଦେଇ କହିଲେ ଯେ ପବିତ୍ର କୁମାର ମହୋତ୍ସବ ଓ କୁମାର ପୂର୍ଣ୍ଣମୀ ଅବସରରେ ବାଙ୍କୀ ଉପଖଣ୍ଡରେ ପ୍ରବଳ ଉସହ ମଧ୍ୟରେ ବାଙ୍କୀ ମହୋତ୍ସବ ଉଣେଇଶି ପୁରି କୋଡିଏ ବର୍ଷରେ ପଦାର୍ପଣ କରିଛି । ‘ବାଙ୍କୀ ମହୋତ୍ସବ’ ସେହି ମହାନ ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ଓଡିଶାର ସାଂସ୍କୃତିକ ଜଗରେ ଏକ ନବ ଉନ୍ମେଷ ଓ ଜାଗରଣର ମସାଲ ପ୍ରଜ୍ଜଳିତ କରୁଛି । ବାଙ୍କୀବାସୀ ସମସ୍ତେ ଏକାଠୀ ହୋଇ ‘ସବୁଜ ବାଙ୍କୀ, ସମୃଦ୍ଧ ବାଙ୍କୀ, ସ୍ୱଚ୍ଛ ବାଙ୍କୀ’ ଗଠନର ଖସଡାକୁ ଆଉ ଦିପାଦ ଆଗକୁ ନେବା ସହିତ ବାଙ୍କୀ ମହୋତ୍ସବକୁ ସଫଳ କରାଇବା ପାଇଁ ଉଦ୍ୟମ ହେବା ଉଚିତ୍ । ମହୋତ୍ସବ ସମ୍ପାଦକ ଡଃ.ଗଣେଶ୍ୱର ସ୍ୱାଇଁ ସ୍ୱାଗତ ଭାଷଣ ଦେଇ ଦୀର୍ଘ୨୦ବର୍ଷ ଧରି ପାଳିତ ହେଉଥିବା ବାଙ୍କୀ ମହୋତ୍ସବ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ମହୋତ୍ସବ କୋଷାଧ୍ୟକ୍ଷ ସମରେନ୍ଦ୍ର ମହାପାତ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ‘ମାତୃଶକ୍ତି’ ପକ୍ଷରୁ ଆବହନୀ ସଂଗୀତ ଗାନ କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ମହୋତ୍ସବରେ ଚିକିତ୍ସା ବିଜ୍ଞାନୀ ଅଶୋକ କୁମାର ଚୌଧୁରୀଙ୍କୁ “ଚର୍ଚ୍ଚିକା ସମ୍ମାନ” ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ପ୍ରଶାସକ ସାରଶ୍ୱତ ସାଧକ ପବନୀ ଜେନାଙ୍କୁ ‘ବିବସ୍ତାନ’, ଶିକ୍ଷାବିତ୍ ଧରମୁ ଧର ଯୁଝାର ସିଂ ‘ବିଭୁଷଣ’,ନ୍ୟାୟମୂ ର୍ି ଦେବାଶିଷ ନାୟକ ‘ରତ୍ନ’, କୃଷକ ପ୍ରଭାକର ବରାଳଙ୍କୁ ବିଭବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ମହୋତ୍ସବ ସଂଯୋଜକ ତଥା ଏନ୍.ସି.ସି. ଅଫିସର ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସକାଳୁ ମା’ଚର୍ଚ୍ଚିକାଙ୍କ ପୁଣ୍ୟ ପୀଠରେ ପୂଜାର୍ଚ୍ଚନା କରାଯାଇ ଏକ ଶୋଭାଯାତ୍ରାରେ ମା’ଙ୍କ ଆଜ୍ଞାମାାଳ ଓ ଜ୍ୟୋତି ଅଣାଯାଇ ବାଙ୍କୀ ମହୋତ୍ସବ ମଣ୍ଡପରେ ସ୍ଥାପନ କରାଯାଇଥିଲା । ରାଜଗୁରୁ ଭବାନୀଶଙ୍କର ମହାପାତ୍ର, ପୂଜକ ପ୍ରତାପ ଚନ୍ଦ୍ର ପଣ୍ଡା, ମହୋତ୍ସବ ଉପସଭାପତି ପ୍ରତାପ ଚନ୍ଦ୍ର ମହାପାତ୍ର, ସନ୍ତୋଷ କୁମାର ରଣା, ସୁବାସ ଚନ୍ଦ୍ର ପାଢୀ,ସୋମେନ୍ଦ୍ର ମିଶ୍ର, ସନାତନ ବେହେରା, କୋଷାଧ୍ୟକ୍ଷ ସମରେନ୍ଦ୍ର ମହାପାତ୍ର, ସେବାୟତ ଶରତ ଚନ୍ଦ୍ର ମହାପାତ୍ର ପ୍ରମୁଖ ଜ୍ୟୋତି ଶୋଭାଯାତ୍ରାରେ ଯୋଗଦେଇଥିଲେ । ମହୋତ୍ସବ ପଡିଆରେ ଥିବା ପ୍ରଦର୍ଶନୀ ମଣ୍ଡପକୁ କଟକ ଜିଲ୍ଲପାଳ ଶ୍ରୀ ଚୟିନୀ ଉଦ୍ଘାଟନ କରିଥିଲେ । ସଂଗଠନ ସଂପାଦକ ପ୍ରକାଶ ବେଉରା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।