ଭାରତ ହେବ ବିଶ୍ୱ ଉର୍ଜା ଚାହିଦାର କେନ୍ଦ୍ରବିନ୍ଦୁ : ଧର୍ମେନ୍ଦ୍ର

0 532

ଇଣ୍ଡିଆନ୍ ଏନର୍ଜୀ ଫୋରମର ଉଦଘାଟନ ଉତ୍ସବ : ଭାରତର ଜୈବ ଉର୍ଜା ନୀତି ଅନ୍ନଦାତା କୃଷକକୁ କରିବ ଉର୍ଜାଦାତା
ନୂଆଦିଲ୍ଲୀ/ଭୁବନେଶ୍ୱର : ଆଗାମୀ ଦଶକ ଗୁଡିକରେ ଭାରତ ବିଶ୍ୱ ଉର୍ଜା ଚାହିଦାର କେନ୍ଦ୍ର ବିନ୍ଦୁ ହେବ ବୋଲି ନୂଆଦିଲ୍ଲୀ ଠାରେ ଇଣ୍ଡିଆନ୍ ଏନର୍ଜୀ ଫୋରମ୍ ର ଅନ୍ତରାଷ୍ଟ୍ରୀୟ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଆଜି ଦିନରେ ଆମେରିକା ଓ ଚୀନ୍ ପରେ ଭାରତ ବିଶ୍ୱର ତୃତୀୟ ବୃହତ ଉର୍ଜା ବ୍ୟବହାରକାରୀ ରାଷ୍ଟ୍ର । ଭାରତ ବିଶ୍ୱର ଷଷ୍ଠ ବୃହତ୍ ଅର୍ଥନୀତି ହୋଇଥିବା ବେଳେ ଉର୍ଜା ବ୍ୟବହାର କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିବା ; ଭାରତ ଆଗାମୀ ଦିନରେ ବିଶ୍ୱ ଉର୍ଜା ବ୍ୟବହାର ନେତୃତ୍ୱ ନେବା ସମ୍ଭାବନାର ପ୍ରମାଣ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଇବ୍ରାଂଟ ଗଣତନ୍ତ୍ର , ସ୍ଥିର ସରକାର ଓ ନୀତି , ଅର୍ଥନୈତିକ ସଂସ୍କାର ଆଧାରିତ ଅର୍ଥ ବ୍ୟବସ୍ଥା , ଦୃଢ ଢାଂଚାଗତ ବ୍ୟବସ୍ଥା ଓ ସର୍ବୋପରି ଉଚ୍ଚାଭିଳାଷୀ ଭାରତୀୟ ସମାଜ ଓ ଯୁବପିଢ଼ି ପାଇଁ ଦେଶ ୫ ମିଲିୟନ୍ ଆମେରିକୀୟ ଡଲାର ଅର୍ଥବ୍ୟବସ୍ଥା ଆଡକୁ ଦ୍ରୁତ ଅଗ୍ରସର ହେଉଛି । ଏହି ଦ୍ରୁତ ଅଭିବୃଦ୍ଧି ଅଭିମୁଖୀ ଭାରତୀୟ ଅର୍ଥ ବ୍ୟବସ୍ଥାରେ ଉର୍ଜା କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ।
ଶ୍ରୀ ପ୍ରଧାନ କହିଛନ୍ତି ଭାରତରେ ଉତମ ବ୍ୟବସାୟ ବାତାବରଣ ଥିବା କାରଣରୁ ବିଶ୍ୱର ଆଗୁଆ ତୈଳ ଓ ଗ୍ୟାସ୍ କ୍ଷେତ୍ରର କମ୍ପାନୀମାନେ ଏଠାରେ ପୁଂଜି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଏଥିପାଇଁ ଦେଶର ଦ୍ରୁତ ଆର୍ଥିକ ବିକାଶ ଦିଗରେ ତୈଳ ଓ ଗ୍ୟାସ୍ କ୍ଷେତ୍ରରେ ବଡ ଯୋଗଦାନ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.

11 + 8 =