ପୂଜା ମଣ୍ଡପ ବୁଲି ଦେଖିଲେ ପାରାଦ୍ଵୀପ ବିଧାୟକ

0 614


କୁଜଙ୍ଗ (ରଞ୍ଜିତ କୁମାର ପଣ୍ଡା) ପାରାଦ୍ଵୀପ ବିଧାୟକ ଶ୍ରୀଯୁକ୍ତ ସମ୍ବିତ ରାଉତରାୟ ଧନ ଦାତ୍ରି ମା ଗଜଲଷ୍ମୀ ପୂଜା ମଣ୍ଡପ ପରି ଦର୍ଶନ କରିଛନ୍ତି।ଗତ କାଲି ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀ କୁଜଙ୍ଗ ବ୍ଲକ ଅନ୍ତର୍ଗତ ମହ୍ଲାସାହି ପଞ୍ଚାୟତର ତାଳଦଣ୍ଡା ବିଜେଡ଼ି ପାର୍ଟି ଅଫିସ ପାଖରୁ ଏକ ବିରାଟ ବାଇକ୍ ଶୋଭାଯାତ୍ରା ରେ ଆରଖିଆ ଗ୍ରାମ ଯାଇ ଲକ୍ଷ୍ମୀ ପୂଜା ମଣ୍ଡପ ରେ ଯୁବ ବିଧାୟକ ସମ୍ବିତ ରାଉତରାୟ ମା ଙ୍କୁ ଦର୍ଶନ କରିବା ସହ ମହ୍ଲାସାହି ପଞ୍ଚାୟତ ର ସମସ୍ତ ବିଜୁ ଜନତା ଦଳର କର୍ମୀ ଙ୍କ ସହ ଦଳୀୟ ସାଙ୍ଗଠନିକ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୁଜଙ୍ଗ ପଞ୍ଚାୟତ ସମିତିର ଅଧକ୍ଷ ସ୍ମୁତି ରଞ୍ଜନ ବେହେରା,କୁଜଙ୍ଗ ସରପଞ୍ଚ ଭାରତ ଭୁଷଣ ନାୟକ, ମହ୍ଲାସାହି ସମିତି ସଭ୍ୟା ପ୍ରଭାତୀ ଦାଶ, ତମସା ରାଣୀ ନାୟକ,ତୁଷାର ଲେଙ୍କା,ସୁବ୍ରତ ଦାଶ,ରବୀନ୍ଦ୍ର ସ୍ବାଇଁ,ଧ୍ରୁବ ଚରଣ ନାୟକ,ଅଶୋକ କୁମାର ସ୍ବାଇଁ,ଯୁବ ବିଜେଡ଼ି ନେତା ସୁଧୀର କୁମାର ସ୍ବାଇଁ,ମାନସ ରଞ୍ଜନ ପାଣି,ରତିକାନ୍ତ କର,ଅଶ୍ଵିନୀ ଦାଶ,ସୁଜିତ୍ କୁମାର ଦାଶ,ରାଜେନ୍ଦ୍ର ସାହୁ,ସମାଜସେବୀ ଶୁଭକାନ୍ତ ସାମନ୍ତରାୟ,ତପନ ସାମନ୍ତରାୟ,ହରିହର ସେଠୀ,ଅଭୟ ସାମଲ ପ୍ରମୁଖ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.

five − 3 =