ବଳରାମପୁରରେ ଅଭାବୀ ଦମ୍ପତି କର୍କଟ କବଳିତ

0 714

ଅଧାଗଢା ଘର ସହ ଝିଅ ବାହାଘର ଅର୍ଥ ଚିକିତ୍ସାରେ ସରିଯିବା ପରେ ପରିବାର ନିସ୍ୱ

କୁଜଙ୍ଗ(ରଂଜିତ କୁମାର ପଣ୍ଡା): କେନ୍ଦ୍ରର ଆୟୁଷ୍ମାନ ଯୋଜନା ହେଉ କି ରାଜ୍ୟର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଉ ଏହି ଯୋଜନା କେବଳ ଭାଷଣ ଓ କାଗଜ କଲମରେ ଦର୍ଶାଯାଉଥିବା ବେଳେ ଏହାର କାର୍ଯ୍ୟକାରୀତା ଓ ସମନ୍ୱୟତା ନେଇ ପ୍ରଶ୍ନ ଉଠିଛି । ଏହି ପରି ଏକ ଘଟଣା ରାଜ୍ୟ ପ୍ରଗତିର ମୁଖଶାଳା କୁହାଯାଉଥିବା ପାରାଦ୍ୱୀପର ପ୍ରବେଶ ପଥ କୁଜଙ୍ଗ ପରି ବକଶିତ ଅଂଚଳରେ ଦେଖିବାକୁ ମିଳିଛି । ଯାହାକୁ ନେଈ ସରକାରଙ୍କ ଶୀତତାପ ନିୟନ୍ତ୍ରିତ କୋଠରୀରେ କରାଯାଉଥିବା ଯୋଜନା ଯେ ଗରିବ ଲୋକଙ୍କ କଲ୍ୟାଣରେ ଆସୁନି ତାହା ଷ୍ପଷ୍ଟ ହେବାରେ ଲାଗିଛି । ଗତ ଦୁଇ ସପ୍ତାହ ତଳେ ଭୂତମୁଣ୍ଡାଇର ଏକ ଦମ୍ପତ୍ତି କର୍କଟ ଓ ହୃଦଘାତରେ ଅକାଳରେ ଝରି ପଡିଥିବ ବେଳେ ଏବେ କୁଜଙ୍ଗ ବଳରାମପୁର ଗ୍ରାମରେ ସେହି ପରି ଏକ ଦମ୍ପତି କର୍କଟ ରାକ୍ଷସ ଦ୍ୱାରା କବଳିତ । ବଳରାମପୁର ଗ୍ରାମର ଦେବେନ୍ଦ୍ର ନାୟକଙ୍କ ପରିବାର ଏବେ ସ୍ୱାସ୍ଥ୍ୟ ସମସ୍ୟା ନେଇ ଭାଙ୍ଗି ପଡିଥିବା ବେଳେ ଚୁଲିକୁ ପାଣି ଉଠୁନି । ଦେବେନ୍ଦ୍ର ନାୟକ ଜଣେ ନାମମାତ୍ର କୃଷକ । ମୁଲ ମଜୁରୀ ଲାଗି ତାଙ୍କ ପରିବାର ଖୁସିରେ ଚଳାଉଥିଲେ । ମାତ୍ର ଗତ ବର୍ଷ ତାଙ୍କ ପତ୍ନୀ ଦେବକୀଙ୍କ ପେଟରେ ଯନ୍ତ୍ରଣା ହେବାରୁ ପଥୁରୀ ରୋଗରେ ପିଡୀତ ବୋଲି ଜାଣି ଯାହା କିଛି ସଂଚିତ ଅର୍ଥ ଥିଲା ସେଥିରେ ଅସ୍ତେ୍ରାପଚାର କରାଇଥିଲେ । ମାତ୍ର ଏଥିରେ ରୋଗ ଉପଶମ ନହେବାରୁ ଦେବକୀ କର୍କଟ ରୋଗରେ ପିଡୀତ ବୋଲି ଜଣାପଡିବା ପରେ ତାଙ୍କୁ ପୁଣି ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା ଓ ଗବେଷଣା କେନ୍ଦ୍ରରେ ଅସ୍ତେ୍ରାପଚାର କରାଯାଇଥିଲା । ଏଥିରେ ଏହି ଅଭାବୀ ପରିବାର ଯାହା କିଛି ସମ୍ପତ୍ତି ଥିଲା ଏପରିକି ଝିଅ ବାହାଘର ପାଇଁ ରଖିବା ଅର୍ଥ ସବୁ ଖର୍ଚ୍ଚ ହୋଇଯିବା ପରେ ସର୍ବସ୍ୱ ହାରି ପତ୍ନୀକୁ ବଂଚାଇବା ପାଇଁ ଦେବେନ୍ଦ୍ର ଦୀର୍ଘ ଏକ ବର୍ଷ ହେଲା ଭୋକ ଶୋଷ ଭୂଲି ଯାଇଥିବା ବେଳେ ଏବେ ନିଜେ ମୁଖ ଗହ୍ୱର କର୍କଟରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଦୁରାରୋଗରେ ପିଡୀତ ହୋଇଥିବା ଯୋଗୁ ବହୁ କଷ୍ଟରେ ପ୍ରଧାମନ୍ତ୍ରୀ ଆବାସ ଯୋଜନା ଘରଟିକୁ ମଧ୍ୟ ଦେବେନ୍ଦ୍ର ମୁଣ୍ଡି ମାରି ପାରନାହଁନ୍ତି । ଏହାରି ମଧ୍ୟ ସାତ ଜନମ ପାଇଁ ହାତ ଣିଥିବା ପତ୍ନୀକୁ ରକ୍ଷା କରିବାକୁ ଯାଇ ସମସ୍ତ ସଂଚିତ ସମ୍ପତି ହରାଇ ଏବେ ସେହି ରୋଗରେ ନିଜେ କବଳିତ ହେବା ବେଡି ଉପରେ କରଡା ସଦୃଶ ବୋଲି କହିଛନ୍ତି ଦେବେନ୍ଦ୍ର । ଏହି ରୋଗ ଏବେ ପ୍ରାଥମିକ ଅବସ୍ଥାରେ ଥିବା ବେଳେ ଦେବେନ୍ଦ୍ର ତୁରନ୍ତ ଅସ୍ତେ୍ରାପଚାର ପାଇଁ ବିଭାଗୀୟ ଡାକ୍ତର ମାନେ ପରାମର୍ଶ ଦେଇଥିବା ବେଳେ ଏବେ ବାଧକ ସାଜିଛି ଅର୍ଥ । ଏହାରି ମଧ୍ୟରେ ତାଙ୍କର ଏକମାତ୍ର ପୁଅ ମାନଓ ନିଜ ପିତାଙ୍କୁ ସାହଯ୍ୟକରିବାକୁ ଯାଇ ଏକ ପାନ ଦୋକାନ କୁଜଙ୍ଗ ବଜାରରେ କରି ଗୁଜୁରାଣ ମେଣ୍ଟାଉଥିଲେ । ମାତ୍ର ସରକାରୀ ମେଡିକାଲରେ ଚିକିତ୍ସା ପାଇଁ ସେ ପିତାମାତାଙ୍କ ଦିର୍ଘ ଏକବର୍ଷ ହେଲା ଦୌଡି ଦୌଡି ତାଙ୍କ ଦୋକାନ ମଧ୍ୟ ବନ୍ଦ କରିଦେଇଛନ୍ତି । ଏଣେ ପିତାମାତାଙ୍କ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ମାନଓ ଭାଙ୍ଗି ପଡିଥିବା ବେଳେ ଘରେ ଉଚ୍ଚ ଶିକ୍ଷିତା ଅଭିଆଡି ଭଉଣି ମମତାଙ୍କୁ ନେଇ ମଧ୍ୟ ଏହି ବେରୋଜାକର ଯୁବକ ସମ୍ପୂର୍ଣ ରୂପେ ଭାଙ୍ଗିପଡିଛନ୍ତି । ଏହି ଅଭାବ ସମୟରେ କେହି ସହୃଦୟ ବ୍ୟକ୍ତି କିମ୍ବା ସଂସ୍ଥା ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେଲେ ଏହି ଅଭବୀ ପରିବାର ଉପକୃତ ହୋଇ ପାରନ୍ତା ବୋଲି କୁଜଙ୍ଗ ସରପଂଚ ଭାରତ ଭୂଷଣ ନାୟକ, କୃଷକ ନେତା ଦେବେନ୍ଦ୍ର ପଟ୍ଟନାୟକ ପ୍ରମୁଖ କହିଛନ୍ତି । ଅନ୍ୟପକ୍ଷରେ ତାଙ୍କୁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ସହାୟତା କରିବାକୁ କୁଜଙ୍ଗ ଓକିଲ ସଂଘ ସଭାପତି ରମେଶ ଦାଶ,ଯାଦବ ନେତା ଏନ୍ଡି ଯାଦବ ଦାବି କରିଛନ୍ତି । କୁଜଙ୍ଗ ପାରାଦ୍ୱୀପ ପରି ବିକିଶିତ ଅଂଚଳରେ ଏକ ସୁପର ସ୍ପେସିଆଲଟି ହସ୍ପିଟାଲ ଓ ମେଡିକାଲ କଲେଜ୍ ପାଇଁ ଦୀର୍ଘ ବର୍ଷ ହେଲା ଦାବୀ ହୋଇ ଅସୁଥିବା ବେଳେ ଏହା ହୋଇପାରିଲେ ଏହି ସବୁ ଭୟାବହ ରୋଗ ବାହାରିବ ପୂର୍ବରୁ ଚିହ୍ନଟ ଉପଚାର ହୋଇପାରନ୍ତା ବୋଲି କୁଜଙ୍ଗ ଆଂଚିକ ସୁରକ୍ଷା ସମତିର ସହଆବାହକ ଦୁଷ୍ମନ୍ତ ମାଝୀ କହିବା ସହ କୁଜଙ୍ଗରେ କେବଳ ଏହି ଦମ୍ପତି ନୁହେଁ ଏକ ଦଳିତ ପରିବାର ପିତା ପୁତ୍ର ମଧ୍ୟ କର୍କଟରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତୁ୍ୟ ହୋଇ ସାରିଲାଣି । ଏହି ଅଭାବୀ ପରିବାରକୁ ତରନ୍ତ ସହାୟତା ପାଇଁ ସାଧାରଣରେ ଦାବୀ ହୋଇଛି । ଅପରପକ୍ଷରେ ଏହି ଦମ୍ପତିକୁ ଚିକିତ୍ସାରେ ସହାୟତା ପାଇଁ ତାଙ୍କ କୁଜଙ୍ଗ ସ୍ଥିତ ଏସ୍ବିଆଇ ବ୍ୟାଙ୍କ୍ ଖାତା ୩୪୨୮୯୬୭୯୪୪୩, ଆଇଏଫ୍ସି କୋଡ-ଏସବିଆଇଏନ୍୦୦୧୦୯୧୬ରେ ସହାୟତା ପାଇଁ ଦେବେନ୍ଦ୍ର ନିବେଦନ କରିଛନ୍ତି ।


Leave A Reply

Your email address will not be published.

nine − 8 =