ଭୁବନେଶ୍ୱର : ଇଣ୍ଡିଆନ ସିଭିଲ ସର୍ଭିସରୁ ଇସ୍ତଫା ଦେଇଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ l ଏକଥା ସମସ୍ତେ ଜାଣନ୍ତି l ମାତ୍ର କେମିତି ଥିଲା ତାଙ୍କ ଇସ୍ତଫା ପତ୍ରର ଭାଷା l 1921 ଏପ୍ରିଲ 22 ରେ ସେ ବ୍ରିଟିଶ କତୃପକ୍ଷଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ବୃତି ଭାବେ ତାଙ୍କୁ ମିଳିଥିବା 100 ପାଉଣ୍ଡକୁ ଫେରାଇ ଦେବାକୁ ମଧ୍ୟ ନେତାଜୀ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି l ତତ୍କାଳୀନ ସେକ୍ରେଟାରୀ ଅଫ ଷ୍ଟେଟସ ଫର ବ୍ରିଟିଶ ଇଣ୍ଡିଆ ମିଷ୍ଟର ରାଇଟଙ୍କୁ ସେ ଲେଖିଥିବା ଇସ୍ତଫା ପତ୍ର ଅନେକ ଭାରତୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ପ୍ରେରଣା ପାଲଟି ଥିଲା l