ତିର୍ତୋଲ(ସାମନ୍ତରାୟ ମନୋରଞ୍ଜନ ଦାସ): ତିର୍ତୋଲ ଥାନା ଅନ୍ତର୍ଗତ ତାଳପଡା ମୈାଜାର ପ୍ଲଟ ନଂ- ୮୯୩ ଏକ ବ୍ୟକ୍ତିଗତ ସମ୍ପତି ଥାଇ କୁଜଙ୍ଗ ବ୍ଲକ ପ୍ରଶାସନ ତରଫରୁ କଂକ୍ରିଟ ରାସ୍ତା ନିର୍ମାଣକୁ ନେଇ ବିବାଦ ଦେଖା ଦେଇଛି । ଏହି ସମ୍ପତିରେ ଆପୋଷ ଭାଗବଂଟାରେ ନିରଞ୍ଜନ ଖଟୁଆ ପି- ବେଣି ଖଟୁଆ ନିଜ କିଛି ସମ୍ପତି ପାଇଁ ବାସଗୃହ ନିର୍ମାଣ କରି ସ୍ଥାୟି ଭାବରେ ବସବାସ କରୁଛନ୍ତି । ସିଭିଲ ଜଜ୍ଙ୍କ ନିକଟରେ ସିଭିଲ ସୁଟ କେସ ନଂ -୨୧୫ ଆଇ.ଏ ନଂ -୧୭୫ ଦାୟାର କରାଯାଇଥିବା ବେଳେ ଅଦାଲତ କେସ ନଂର ବିଚାର ନ ସରିବା ପର୍ଯ୍ୟନ୍ତ ଉକ୍ତ ବିବାଦୀୟ ସମ୍ପତିରେ ଅପରପକ୍ଷମାନେ ହସ୍ତେକ୍ଷପ ନକରିବା ପାଇଁ ଆଦେଶ ଦେଇଛନ୍ତି । ଏହା ସତ୍ୱେ ଅଦାଲତଙ୍କ ନିଦେ୍ର୍ଧଶକୁ ଅବମାନନା କରି ଏପ୍ରିଲ ୨୪ ତାରିଖରେ ମନୁ ବେହେରା ପି-ନଖିଆ ବେହେରା ଏହି ସମ୍ପତିକୁ ଅମିନଙ୍କ ଜରିଆରେ ମାପଚୁପ କରିବା ପରେ ବ୍ଲକ ପ୍ରଶାସନ ତରଫରୁ ଏହି ବ୍ୟକ୍ତିଗତ ସମ୍ପତିରେ ଏକ କଂକ୍ରିଟ ରାସ୍ତା ନିର୍ମାଣ କରିଛନ୍ତି ଫଳରେ ନିରଞ୍ଜନ ଏହି ବ୍ୟକ୍ତିଗତ ସମ୍ପତିକୁ ହରାଇବା ସହିତ ବାଦଲ ବେହେରା, ସନାତନ ବେହେରା, କୁନିଆ ବେହେରା, କାଳିଆ ବେହେରା, ନଣ୍ଡା ବେହେରାଙ୍କ ସହିତ ବିବାଦ ଦେଖାଦେଇଥିଲା ଯାହାକୁ ନେଇ ତିର୍ତୋଲ ଥାନାରେ ଅଭିଯୋଗ ହୋଇଥିଲା । ଏବେ ନିରଞ୍ଜନ ନ୍ୟାୟ ପାଇଁ ଜଗତସିଂହପୁର ସିଭିଲଜଜ୍ (ଜୁନିୟର ଡିଭିଜନ)ଙ୍କ ଅଦାଲତରେ ସ୍ଥାନୀୟ ସରପଂଚ ମମତା ସାହୁ, ମନୁ ବେହେରା, ସନାତନ ବେହେରା, ନରେନ୍ଦ୍ର ବେହେରା, କୁନିଆ ବେହେରା,କାଳିଆ ବେହେରାଙ୍କୁ ପକ୍ଷଭୁକ୍ତ କରି ସିଭିଲ ସୁଟ ନଂ ୨୧୫/୨୦୧୮ ଦାୟର କରିଛନ୍ତି । ଅଦାଲତଙ୍କ ଆଦେଶକୁ ଅବମାନନା କରି ଏହି ବିବାଦୀୟ ସ୍ଥାନରେ ଘର ଓ ବାରଣ୍ଡା ପିଣ୍ଢାକୁ ହାଣି କଂକ୍ରିଟ ରାସ୍ତା ନିର୍ମାଣ କରିବା କେତେଦୁର ଯୁକ୍ତିଯୁକ୍ତ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦୀର୍ଘ ୪୦ ବର୍ଷ ଧରି ନିରଞ୍ଜନ ଓ ତାଙ୍କ ପରିବାରକୁ ହଇରାଣ ହରକତ କରିବା ସହିତ ବାସହରା କରିବାକୁ ଉଦ୍ୟମ କରାଯାଉଥିବାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି ।