ତିର୍ତୋଲ : ତିର୍ତୋଲ ବ୍ଲକସ୍ଥିତ ଆଦିକବି ସାରଳାଦାସ କଲେ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ଅନଲାଇନ୍ ଓ ଅଫଲାଇନ୍ ଦ୍ୱାରା ବିଭିନ୍ନ ବିଭାଗରୁ ମୋଟ ୨୫୩ ଜଣ ରୋଗୀ ପଞ୍ଜିକୃତ ହୋଇଥିଲେ । ଜଗତସିଂହପୁର ଜିଲ୍ଲା ଚିକିସôା ମୁଖ୍ୟାଳୟରୁ ଇଏନଟି, ଅର୍ଥପେଡ଼ିକ୍, ମାନସିକ, ରକ୍ତହିନତା ଓ ଆଖି ପ୍ରମୁଖ ବିଭାଗର ଡ଼ାକ୍ତରମାନେ ଯୋଗଦେଇଥିଲେ ପଞ୍ଜିକୃତ ରୋଗୀମାନଙ୍କୁ ପରୀକ୍ଷା ନିରୀକ୍ଷା କରିଥିଲେ । ଶିବିରରେ ଜିଲ୍ଲା ସୋସିଆଲ ସିକୁରିଟି ସର୍ଭିସର ଅଧିକାରୀ ଏ.ଡ଼ବ୍ଲ୍ୟ ଖାନ୍, ଆଶିଷ୍ଟାଣ୍ଡ ଜିଲ୍ଲା ସିକୁ୍ୟରିଟି ସର୍ଭିସ ଅଧିକାରୀ ପବିତ୍ର ଦାସ, ବିଡ଼ିଓ ରଞ୍ଜନ କୁମାର ପରିଡ଼ା, ପଂଚାୟତ ସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି, ଉପାଧ୍ୟକ୍ଷ ଆଶିଷ୍ କୁମାର ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ଲକ ସିକୁ୍ୟରିଟି ସର୍ଭିସ ଅଧିକାରୀ ବିଜୟ ପାତ୍ର, କୋଷାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ ।