ତିର୍ତୋଲ: ତିର୍ତୋଲ ବ୍ଲକ ତିର୍ତୋଲ ପଂଚାୟତରେ ଖାଉଟି ସାମଗ୍ରୀ ବିତରକ ଭାବେ କାର୍ଯ୍ୟକରୁଥିବା ସମୀର କୁମାର ମହାପାତ୍ରଙ୍କୁ ଜଗତସିଂହପୁର ଉପଜିଲ୍ଲାପାଳ ସାମଗ୍ରୀ ଯୋଗାଣରେ ଅନିୟମିତତା କାରଣରୁ ନିଲମ୍ବନ କରାଯାଇଥିବା ସୁଚନା ମିଳିଛି । କିଛିଦିନ ପୂର୍ବେ ଖାଉଟି ସାମଗ୍ରୀ ଯୋଗାଇବାରେ ଶ୍ରୀ ମହାପାତ୍ର ବ୍ୟାପକ ଅନିୟମିତତା କରିଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ସଦର ସିଏସଓ ତଦନ୍ତ କରି ଉପଜିଲ୍ଲାପାଳଙ୍କୁ ଜଣାଇଥିଲେ । ତଦନ୍ତ ସମୟରେ ଦୁଖିନି ହାଂସଦା, ଲକ୍ଷ୍ମି ମୁର୍ମୁ, ରାଣି ଚପେୟାର, ଦୁଲି ମୁର୍ମୁ , ଫୁଲ ହାମ୍ବ୍ରମ, ପବିତ୍ର ମୁର୍ମୁ, ପାର୍ବତୀ ମୁର୍ମୁ, ପାର ମୁର୍ମୁ ପ୍ରଭୃତିଙ୍କ ଠାରୁ ଘଟଣାର ସତ୍ୟତା ସମ୍ପର୍କରେ ସେ ତାଙ୍କ ତଦନ୍ତ ତଥ୍ୟରେ ଉଲ୍ଲେଖ କରିଛନ୍ତି । ଉପଜିଲ୍ଲାପାଳ ତାଙ୍କ ଅଫିସ୍ ଆଦେଶ ନଂ ୨୬୬ ତା.୧୬.୧୦.୨୦୧୯ରିଖ ମୁତାବକ ଶ୍ରୀ ମହାପାତ୍ରଙ୍କୁ ଯୋଗାଣ ସାମଗ୍ରୀ ଯୋଗାଇବାରୁ ନିଲମ୍ବିତ କରିଥିବା ଜଣାପଡ଼ିଛି । ଏ ସମ୍ପର୍କରେ ତିର୍ତୋଲ ବ୍ଲକ ଯୋଗଣ ନିରିକ୍ଷକ ଯଶୋବନ୍ତ ମଲ୍ଲିକଙ୍କୁ ପଚାରିବାରୁ ଶ୍ରୀଯୁକ୍ତ ମହାପାତ୍ରଙ୍କର ଯୋଗାଣ ସାମଗ୍ରୀ ବଂଟନରେ ଅନିୟମିତତା କାରଣରୁ ଉପଜିଲ୍ଲାପାଳ ନିଲମ୍ବିତ କରିଥିବା କହିଥିଲେ । ଏହା ସହିତ ଆସନ୍ତା ନଭେମ୍ବର, ଡ଼ିସେମ୍ବର ଓ ଜାନୁଆରୀ ମାସର ଏକକାଳୀନ ଖାଉଟି ସାମଗ୍ରୀ ବଂଟନ କରାଯିବାପାଇଁ ନିଷ୍ପତି ନିଆଯାଇଛି । ଏଥିରେ ବ୍ୟତିକ୍ରମ ହେଲେ ସାଧାରଣ ଖାଉଟି ୭୦୭୭୪୧୮୪୧୭ ମୋବାଇଲ ନମ୍ବରରେ ଯୋଗାଯୋଗ କରିବାପାଇଁ ଯୋଗାଣ ନିରୀକ୍ଷକ ଶ୍ରୀ ମଲ୍ଲିକ ସୁଚନା ଦେଇଛନ୍ତି ।