କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’

0 542

ତିର୍ତୋଲ: କନିମୂଳ ପଂଚାୟତ ବାୟା ଅବଧୂତ ଉଚ୍ଚ ବିଦ୍ୟାଳୟ ପରିସରରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ପାଣି ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଭାବେ ବ୍ଲକ ଶିକ୍ଷାଅଧିକାରୀ ଧିରେନ୍ଦ୍ର ନାଥ ଦାସ, ମୁଖ୍ୟବକ୍ତା ପାରାଦୀପ କଲେଜର ଅଧ୍ୟକ୍ଷ ଡ଼. ଶରତ ଚନ୍ଦ୍ର ଲେଙ୍କା, ସମ୍ମାନିତ ଅତିଥି ସ୍ଥାନୀୟ ସରପଂଚ ବେଦଦୁ୍ୟତି ପୃଷ୍ଟି, ବାଲ୍ଲାବିହାରି ଆଂଚଳିକ ସାଧନକେନ୍ଦ୍ର ସଂଯୋଜକ ତାପସ କୁମାର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ଶିକ୍ଷକ ପ୍ରଭାତ କୁମାର କର ବେଦମନ୍ତ୍ର ପାଠ କରିଥିବାବେଳେ ଅତିଥିମାନେ ପ୍ରଦ୍ୱୀପ ପ୍ରଜ୍ୱଳନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ । ବିଦ୍ୟାଳୟର ୬୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, କୁଇଜ, ଶୁତ୍ରଲିଖନ, ଚିତ୍ରାଙ୍କନ, ସଂଗୀତ ଓ ନୃତ୍ୟ ସହିତ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ପ୍ରତିଯୋଗିତାରେ ଭାଗନେଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହା ସହିତ ଅତିଥିମାନେ ଶିଶୁମାନଙ୍କ ବୌଦ୍ଧିକ ବିକାଶ ପାଇଁ ସରକାର କରିଥିବା ଯୁଗାନ୍ତକାରୀ ପଦକ୍ଷେପକୁ ସାଧୁବାଦ ଜଣାଇଥିଲେ । ସମ୍ମାନିତ ଅତିଥି ସରପଂଚ ଶ୍ରୀ ପୃଷ୍ଟି ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ିବା ସହିତ ଶିକ୍ଷକ,ଶିକ୍ଷୟତ୍ରୀ ଓ ଗୁରୁଜନମାନଙ୍କୁ ଭକ୍ତି କରିବାପାଇଁ ଉପଦେଶ ଦେଇଥିଲେ । ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ଉତ୍ସବକୁ ବିଦ୍ୟାଳୟର ବରିଷ୍ଠ କିରାଣୀ ରଞ୍ଜନ କୁମାର ସାହୁ, ଶିକ୍ଷକ ବିକାଶ ଚନ୍ଦ୍ର ଜେନା ପରିଚାଳନା କରିଥିବାବେଳେ ପ୍ରଫୁଲ କୁମାର ପଣ୍ଡା, ନିରଞ୍ଜନ ବେହେରା, ପୁଷ୍ପାଞ୍ଜଳି ସ୍ୱାଇଁ, ମମତା ମଂଜରୀ ଦାସ, ବାଇଧର ଦାସ, ମୋନାଲିସା ମହାନ୍ତି, ମହମ୍ମଦ ସଲ୍ଲାଉଦ୍ଧିନ, ମମତା ମହାପାତ୍ର, ସସ୍ମିତା ଓଝା, ଗଂଗାଧର କର, ବିଜୟ କୁମାର ସିଂ, ଲକ୍ଷ୍ମିପି୍ରୟା ପୃଷ୍ଟି, ଚିନ୍ମୟୀ ଦାସ, ରେଖାଞ୍ଜଳୀ ବେହେରା, ନମିତା ଖୁଂଟିଆ, ମମତା କର, ସୁନାକର ତରାଇ, ପ୍ରଦୀପ୍ତ ମଲ୍ଲିକ, ଆନିସ୍ ଖାନ, ସୁବ୍ରତ ବିଶ୍ୱାଳ, ଶିବନାରାୟଣ ବାରଦା ପ୍ରମୁଖ ପରିଚାଳନାରେ ସକି୍ରୟ ସହଯୋଗ କରିଥିଲେ । ଶେଷରେ ବାଲ୍ଲାବିହାରି ବିଦ୍ୟାଳୟର ଶିକ୍ଷକ ପ୍ରଭାତ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

five × two =