ନାଗପଲ୍ଲୀ ଜଙ୍ଗଲରେ ବାଘ ଥିବା କଥା ମାନିଲା ବନବିଭାଗ

0 540


ଖୋର୍ଦ୍ଧା(ଅନସୂୟା ଶ୍ରୀଚନ୍ଦନ) : ଖୋର୍ଦ୍ଧା ବନାଂଚଳ ଅନ୍ତର୍ଗତ ବୋଲଗଡ଼ ବ୍ଳକ ନାଗପଲ୍ଲୀ ସଂରକ୍ଷିତ ଜଙ୍ଗଲରେ ବାଘ ଥିବା କଥାକୁ ମାନିଛି ବନବିଭାଗ ।କିନ୍ତୁ ଏହା ମହାବଳ ନୁହେଁ ବରଂ ଏକ କଲରାପତରା ବାଘ ହୋଇଥିବା କଥାକୁ ବନବିଭାଗ ସ୍ପଷ୍ଟ କରିଛି । ଗୁରୁବାର ନାଗପଲ୍ଲୀ ଜଙ୍ଗଲରେ ବାଘପାଦ ଚିହ୍ନଁ ନେଇ ଜଣାପଡ଼ିବା ପରେ ପୂର୍ବାହ୍ନରେ ଖୋର୍ଦ୍ଧା ବନାଂଚଳ ଅଧିକାରୀ ଉତମ କୁମାର ଗଡ଼ନାୟକ ଏବଂ ବନ କର୍ମଚାରୀ ଆଶୁତୋଷ ମଲ୍ଲିକ,ଶ୍ୱାତୀଲିପ୍ସା ସାହୁପ୍ରମୁଖ ନାଗପଲ୍ଲୀ ଜଙ୍ଗଲକୁ ଯାଇଥିଲେ ।ପରିଦର୍ଶନ ସମୟରେ ଜଙ୍ଗଲର ବିଭିନ୍ନ ସ୍ଥାନରେ ବାଘର ପାଦଚିହ୍ନଁ ପଡ଼ିଥିବା ଦେଖିବାକୁ ପାଇଥିବା ବେଳେ ଜଙ୍ଗଲରେ ଏକ ଗୋରୁ କଙ୍କାଳ ପଡ଼ିଥିବା ମଧ୍ୟ ଦେଖିବାକୁ ପାଇଥିଲେ ।ତେବେ ଗୋରୁ କଙ୍କାଳ ପ୍ରାୟ ୧୦ ଦିନ ପୂର୍ବର ବୋଲି ଅନୁମାନ କରାଯାଉଥିବାରୁ କଳରାପତରା ବାଘ ଶିକାର କଥାକୁ ବନବିଭାଗ ସନେ୍ଦହ କରୁଛି । ସେହିପରି ନାଗପଲ୍ଲୀ ଜଙ୍ଗଲର ପ୍ରାୟ ୮କିଲୋମିଟର ପରିସୀମା ମଧ୍ୟରେ କୈାଣସି ଜନବସତି ନ ଥିବାରୁ ସ୍ଥାନୀୟ ଲୋକ ଆତଙ୍କିତ ନ ହେବାକୁ ବନବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ବାଘ ବର୍ତିମାନ ଘଂଚ ଜଙ୍ଗଲ ମଧ୍ୟରେ ଥିବାରୁ ତାକୁ ବିଚଳିତ ନ କରିବାକୁ ବନବିଭାଗ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦେଇଛି ।ଏଥ ସହିତ ଜଙ୍ଗଲ ନିକଟରେ ଥିବା ମୁଣ୍ଡିଆପଡ଼ା ଗ୍ରାମକୁ ବନ କର୍ମଚାରୀମାନେ ଯାଇ ବାଘ ସମ୍ପର୍କିତ ତଥ୍ୟ ସମ୍ପର୍କରେ ଉକ୍ତ ଗ୍ରାମବାସୀଙ୍କୁ ପଚାରି ବୁଝିଥିବା ଜଣାଯାଇଛି ।ବାଘର ଗତିବିଧି ଉପରେ ନଜର ରଖିବାକୁ ଜଣେ ଫରେଷ୍ଟର ଏବଂ ଅନ୍ୟ ଦୁଇ ଜଣ ବନକର୍ମଚାରୀଙ୍କୁ ବାଘ ଚଳପ୍ରଚଳ ସ୍ଥାନରେ ନିୟୋଜିତ କରାଯାଇଥିବା ବନାଂଚଳ ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

two + 9 =