ଅପରାହ୍ନ

0 836


ସୁବ୍ରତ ନାୟକ

ସବୁବର୍ଷ ପରି ନିଜ କର୍ମମୟ ଜୀବନରୁ ସମୟ ବାହାର କରି
ଧାଇଁ ଆସିଥିଲି ମୋ ଗାଁ ଠାରୁ ଅନତିଦୂର ରେ ହେଉଥିବା,ବାଂକୀ ମହୋସ୍ଚବ ଦେଖିବାକୁ ।
କାହିଁ ବହୁ ପୁରାତନ ଏ ପର୍ବ..ଆମ ବାପା ଜେଜେପା ଅମଳ ଠାରୁ ଆହୁରି ପ୍ରାଚିନ…କୁମାର ପୂର୍ଣ୍ଣିମାମାରେ ମା ଚର୍ଚିକାଂକ କୂମାରୀ ବେଶ..ଦେଖିବାକୁ ଛୁଟି ଆସନ୍ତି କାହିଁ କେତେଦୂରରୁ ମା ଭଉଣୀ ମାନେ..କିଣାବିକା ସାଂଗକୁ ବଂଧୁମିଳନର ହସ ବୁଣି ହୋଇଯାଏ ମୋ ବାଂକୀ ବଜାରର କୋଣ ଅନୁକୋଣରେ..।.
ବାଂକୀ ଗୋଟେ କଳା,ସାହିତ୍ୟ ,ସଂସ୍କୃତିର ପୀଠ..ତେଣୁ କିଛି ସଂସ୍କୃତିପ୍ରେମୀଂକ ପରିକଳ୍ପନାରେ ଆରଂଭ ହୋଇଛି ଆଜକୁ କୋଡିଏ ବର୍ଷ ହେଲା ..ପାଂଚ ଦିନିଆ ବାଂକୀ ମହୋସ୍ଚବ.।ଏହି ପର୍ବର
ପ୍ରଥମ ଦିନର ମେଳା ଭିଡ ଭିତରେ ବୁଲୁଥିବା ବେଳେ ..ପଛରୁ ଜଣେ ନାରୀର କଣ୍ଠସ୍ବର ଶୁଣି ଆଶ୍ଚର୍ଯ୍ୟଚକିତ ହୋଇ ରହିଯାଇଥିଲି…
ଆରେ ସୁବ୍ରତ..ନା..ତୁମେ..ବହୁଦିନ ପରେ ଦେଖାହୋଇଗଲା ଯାହା ହେଉ…ମୁଁ ସ୍ମୃତି ଛୋଟରାୟ..କଣ ଚିହିଁ ପାରୁନ କି ??ହଁ ମୁଁ ଆଉ ସୋସିଆଲ ମିଡିଆରେ ଆସୁନି..ସେହିଥିରେ ଜାହା କଲେଜ୍ ଛାଡିବା ପରେ ବୈବାହିକ ଜୀବନର ବହୁବର୍ଷ ପରେ ତୁମ ସହିତ ସଂପର୍କ ହୋଇଥିଲା…ତୁମ ହାତଲେଖା ପ୍ରାଚୀର ପତ୍ରିକା “ପାଖୁଡା”ର ମୁଁ ଥିଲି ସହସଂପାଦିକା.. ଏକା ନିଶ୍ବାସରେ କହିଯାଉଥିଲା…ସ୍ମୃତି ତା ‘ର କଥାକୁ…ମୁଁ ଆଁ କରି ଅବାକ ହୋଇ ଶୁଣୁଥିଲି.. ସତରେ ତୁମେ ହେବନି..ସେହି ସିଂପୁଲ ଅଂଦାଜ ନେଇ ଅଛ..ଭଲ ମୁହଁଟାକୁ ଏମିତି ଦାଢିରେ ଘୋଡେଇ ରଖିଛ ଜେ..ଭାଉଜ ଗାଳି କରୁନାହାନ୍ତି କି…ଆଉ ଲେଖାଲେଖି କରୁଛ କି ନାହିଁ..ତୁମ ହାତ ଲେଖା ବହୁତ ସୁଂଦର ଥିଲା..କିଛି ଗୋଟେ କାହାଣି ହେବା ଆଗରୁ ମୁଁ ବନିଗଲି..ପର ଧନ ପା…ତା “ପରେ…ପରେ ଆଜିର ଏହି ଅବସ୍ଥା…ଟିକେ ମୋଟି ହୋଇଯାଇଚି..ରଂଗିନ୍ ମନ ନାହିଁ ..ଦେହରେ ନାହିଁ ଇଂଦ୍ରଧନୁର ଶାଢୀ…ଆଉ ଦୁଇଟି ବଢିଲା ଝିଅର ମା…
ଧେତ୍ ..ଏସବୁ କହିବା କଣ ନିହାତି ଆବଶ୍ୟକ..ମନ ପଢୁଥିବା ଲୋକଟି ସବୁ ଜାଣିପାରେ..ଚାଲ କଣ ଟିକେ ଖାଇଦେବ..ସେଠି ବସି କଥା ହେବା.. ନା ନା ଥାଉ ଥାଉ ..ଦେଖାହେଲା ଭଲ ହେଲା । ଝିଅକୁ ଫୋନ୍ କରେ .କୋଉଠି ବୁଲୁଛି..ପୁଣି ଦେଖାହେବା ଆର ବର୍ଷକୁ ଏହି ମହୋସ୍ଚବ ପଡିଆରେ..।ସ୍ବାମୀଂକ ଦେହାନ୍ତ ପରେ ମିଳିଥିବା ସର୍ଭିସିରେ ଇଛା କରିବି ଆଉ ଶାଶୁଘରୁ ଗାଁ କୁ ଆସିହେଉନାହିଁ…ଯାହା ଏହି ବାଂକୀ ମହୋସ୍ଚବ ଆସିବାର ସୁଯୋଗ ଦେଉଛି..।
ଜାଣେ ଜାଣେ କିଛି ଆଉ ଅଧିକା କହିବା ଦରକାର ନାହିଁ..। ସୋସିଆଲ ମିଡିଆରେ ଆସୁନତ..ଟିକେ ପଛକୁ ଫେରିଯିବ.ସେହି ପୁରୁଣା ଅଭ୍ୟାସ ଚିଠିରେ ମନ କଥା ନିଜ ପରିବାର କଥା ଲେଖିପାର..।ଅପେକ୍ଷା କରିବି ଡାକବାଲାକୁ । ପ୍ରତ୍ୟକ୍ଷ ଦେଖାରେ ବହୁତ କିଛି ନ କହି ହେଉଥିବା କଥାକୁ ଲେଖିବାର ଶବ୍ଦକୁ ବହୁମାତ୍ରାରେ ବଢେଇଦିଏ ଚିଠି । ହଁ ସାଂଗ..ଜଣେ ସରକାରୀ ଚାକେରିଆ ତା ପଦ ମର୍ଯ୍ୟାଦାର ସିମା ଭିତରେ ରହିବା ଆବଶ୍ୟକ । ଦେଖୁନ କେମିତି ଘଟିଗଲା ନିହାରିକାରୁ ସ୍ମିତାରାଣୀ..ଦେବବ୍ରତରୁ ମଧୁ କାହାଣି..
ମନ କଥା ମନରେ ରହୁ..ତା ଭିତରେ ଗୋଟେ ମିଠା ଜହର ଭରି ରହୁ..ଅଛି ସେଥିରେ ଆନଂଦ..ବଂଚିବାର ମଧୁର ଯନ୍ତ୍ରଣା..##
ସ୍ମୃତି ମୋ କଲେଜ ବେଳର ସାଂଗ ଚାଲିଯାଇଥିଲା ..ତା ଝିଅର ହାତ ଧରି ମହୋସ୍ଚବର ଭିଡ ଭିତରକୁ..।ମୁଁ ମଂଚ ପାଖର ଗୋଟେ କୋଣରେ ଠିଆ ହୋଇ ଶୁଣୁଥିଲି..ହ୍ୟୁମାନ ସାଗରଂକ ନବୀନ୍ ନବୀନ୍ ଗୀତ..
ଆଗରେ କିଛି ଦର୍ଶକ ତାଳି ମାରୁଥିଲେ..ଖୁବ୍ ଜୋର ରେ ବିଜେଡି ବିଜେଡି କହି ଚିଲାଉଥିଲେ..
ପଛରୁ ଜଣେ ବୟସ୍କ ବୃଦ୍ଧାଂକ ବିତୃଷ୍ଣା ଭାବର କେତୋଟି ଶବ୍ଦ କାନରେ .ଅନୁଚାରିତ ହେଉଥିଲା_ ଛି ଛି ଏ ସାଂସ୍କୃତିକ ମଣ୍ତପକୁ ବିଜେଡି ମହୋସ୍ଚବ କରିଦେଲେ.. ଲୋକ ଖଚାଖଚ..ବେପାରିଂକ କିଚିରିମିଚିରି ଶବ୍ଦ..ସଭାମଣ୍ତପର କାନଫଟା ବାଦ୍ୟଯନ୍ତ୍ରରେ ମୋ ଆଖି ଆଗରେ ଭାସି ଯାଉଥିଲା…ସ୍ମୃତିର ହସ..ଓଠ ଆଉ ତା ନିରବ ଓଦା ଆଖିର କିଛି ଅଶ୍ରୁ ସାଂଗକୁ ବିନା ଚୁଡି ନଥିବା ଦୁଇ ହାତ..##କ୍ରିଂ କ୍ରିଂ ଆବାଜ ପାଇ ଫୋନ୍ ଉଠାଇଲି.. କେତେବେଳେ ଆସିବ..ଭୋକ ହେଲାଣି.ତୁମେ ଆସିଲେ ଜଲ୍ଦି ଖାଇ ଶୋଇବା..ମୋର କାଲି ମଣିଂଗ୍ କଲେଜ..ସାଂଗକୁ ପୁଅର ପରୀକ୍ଷା ଆରଂଭ…
ହଁ ହଁ ଯାଉଛି, ସବୁ ସ୍ମୃତି ଅନୁଭୁତିକୁ ମୁଁ ଏ ବୟସର ଅପରାହ୍ନକୁ ଠେଲି ଦେଇ ଘରକୁ ଯିବାକୁ ଗାଡି ଷ୍ଟାର୍ଟ କଲି।

ବାଙ୍କୀ, କଟକ

Leave A Reply

Your email address will not be published.

three − 1 =