ବାଙ୍କୀ ମହୋତ୍ସବର ରାଜନୀତିକରଣକୁ ବିଜେପିର ପ୍ରତିବାଦ

0 498


ବାଙ୍କୀ: ବାଙ୍କୀ ମହୋତ୍ସବର ରାଜନୀତିକରଣ ଓ କାର୍ଯ୍ୟଧାରାକୁ ବାଙ୍କୀ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି । ଏଥିପାଇଁ ଆଦିମାତା ଛକସ୍ଥ ବାଙ୍କୀ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ କୃଷକ ମୋର୍ଚ୍ଚା , ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା ବାଙ୍କୀ ବିଜେପି ବିଧାୟକ ପାର୍ଥୀ ଶୁଭ୍ରାଂଶୁ ମୋହନ ପାଢୀ କହିଥିଲେ, ଆଜକୁ ୧୯ବର୍ଷ ତଳେ ଅର୍ଥାତ୍ ୨୦୦୦ମସିହାରେ ବାଙ୍କୀର କିଛି ଜ୍ଞାନୀ , ଗୁଣୀ, ସଚେତନ ଓ ବାଙ୍କୀକୁ ଭଲପାଉଥିବା ଯୁବକଙ୍କ ଦ୍ୱାରା ବାଙ୍କୀ ମହୋତ୍ସବର ପରିକଳ୍ପନା କରାଯାଇଥିଲା । ଏହି ମହୋତ୍ସବକୁ କାର୍ଯ୍ୟକାରି କରାଇବାର ଉଦେ୍ଧଶ୍ୟ ଥିଲା ବାଙ୍କୀ ମାଟିର କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ବାଙ୍କୀ ମାଟିରେ ଜନ୍ମିତ ପ୍ରବାଦ ପୁରୁଷମାନଙ୍କୁ ସାରା ଓଡ଼ିଶାରେ ପରିଚିତ କରାଇବା । ମାତ୍ର ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ହେଲା ଏପର୍ଯ୍ୟନ୍ତ ବାଙ୍କୀ ମହୋତ୍ସବ କମିଟିକୁ ସରକାରଙ୍କ ନିକଟରେ ଉଦେ୍ଧଶ୍ୟମୂଳକ ଭାବେ ପଞ୍ଜିକୃତ କରାଯାଇ ନାହିଁ । ପ୍ରତ୍ୟେକ ବର୍ଷ ମହୋତ୍ସବକୁ ସୂଚାରୁ ରୂପେ ପାଳନ କରିବା ଓ ସମ୍ଭାବ୍ୟ ପ୍ରତିବନ୍ଧକ ଗୁଡିକୁ ଏଡାଇବା ପାଇଁ ଉଦ୍ୟେକ୍ତାମାନେ ବାଙ୍କୀ ନିର୍ବାଚନ ମଣ୍ଡଳୀର ନିର୍ବାଚିତ ପ୍ରତିନିଧି ତଥା ବିଧାୟକଙ୍କୁ ଏହି ମହୋତ୍ସବ କମିିଟିର ସଭାପତି ଭାବେ ମନୋନୀତ କରାଯାଇଥିଲା । କିନ୍ତୁ ପର୍ଯ୍ୟାୟ କ୍ରମେ ମହୋତ୍ସବ କମିଟି ନିଜ ନିର୍ଦ୍ଧାରିତ ନୀତି ଓ ଆଦର୍ଶରୁ ଓହରି ଯାଇ ଏହି ଉସôବକୁ କ୍ଷମତାସୀନ ବିଜେଡିର ମହୋତ୍ସବଏବଂ ବିଶେଷ ଭାବେ ବିଜେଡି ଦଳନେତା ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ବ୍ୟକ୍ତିଗତ ପ୍ରଚାର ଓ ପ୍ରସାର ପାଇଁ ଯୋଜନାବଦ୍ଧ ଭାବରେ ଉପଯୋଗ କରାଯାଉଛି, ଯେଉଁଥିରେ କେବଳ ବିଜେଡି ଦଳୀୟକର୍ମୀ ନୁହଁନ୍ତି ସ୍ଥାନୀୟ ସାଧାରଣ ପ୍ରଶାସନ ଓ ପୋଲିସ ପ୍ରଶାସନ ମଧ୍ୟ ବିଜେଡିର ପ୍ରଚାର ଓ ପ୍ରସାରରେ ନିୟୋଜିତ ହୋଇଛନ୍ତି । ମହୋତ୍ସବ କାର୍ଯ୍ୟକ୍ରମ ବାଙ୍କୀ କଚେରୀ ପଡିଆ ଯାହାକି ଏକ ସରକାରୀ ଯାଗା ତାକୁ ଲକ୍ଷ ଲକ୍ଷ ଟଙ୍କାରେ ନିଲାମ କରାଯାଇ ଷ୍ଟଲ ଓ ଦୋକାନୀମାନଙ୍କୁ ଦିଆଯାଉଛି । ବାଙ୍କୀ ଉପଜିଲ୍ଲାପାଳଙ୍କୁ ମହୋତ୍ସବ କମିଟି ଉପଦେଷ୍ଟା ଭାବେ ରଖାଯାଇଥିଲେ ମଧ୍ୟ ତାଙ୍କୁ ସଖୀ କଣ୍ଢେଇ ଭାବେ ବ୍ୟବହାର କରାଯାଉଛି । ମହୋତ୍ସବ ପାଇଁ ଆଦାୟ ହେଉଥିବା ଅର୍ଥର ଆୟବ୍ୟୟ ସାଧାରଣରେ ବାଙ୍କୀ ବାସୀଙ୍କୁ ଦିଆଯାଉନାହିଁ । କିମ୍ବା ଏହାର କୋଣସି ଅଡିଟ୍ କରାଯାଉନଥିବା ଅଭିଯୋଗ କରାଯାଇଛି । ନିକଟ ଅତିତରେ ସିବିଆଇ ତଦନ୍ତାଧିନ ଅର୍ଥତତ୍ୱ ଚିଟଫଣ୍ଡ ମୋକଦ୍ଧମାରେ ମହୋତ୍ସବ କମିଟିର ଆୟବ୍ୟୟ ଓ ସାଧାରଣ ପ୍ରଶାସନର ଭୂମିକା ସିବିଆଇ ତଦନ୍ତ ପରିସର ଥିଲେ ମଧ୍ୟ ମହୋତ୍ସବ କମିଟିର ତଥାକଥିତ ମୁଖ୍ୟ ସିିବିଆଇ ଦ୍ୱାରା ଗିରଫ ହୋଇ ଜେଲଯାଇଥିଲେ ମଧ୍ୟ କିପରି ଭାବେ ଜିଲ୍ଲା ପ୍ରଶାସନ , ଉପଖଣ୍ଡ ପ୍ରଶାସନ ଓ ପୋଲିସ ପ୍ରଶାସନ ଏହି ମହୋତ୍ସବରେ ସାମିଲ ହୋଇ ଭାଗୀଦାର ହେଉଛନ୍ତି ତାହା ଆଶ୍ଚର୍ଯ୍ୟର ବିଷୟ ଏବଂ ସମସ୍ତଙ୍କୁ ସିବିଆଇର ତଦନ୍ତ ପରିସରଭୁକ୍ତ କରିବା ପାଇଁ ଭାରତୀୟ ଜନତାପାର୍ଟି ବାଙ୍କୀ ଶାଖା ଦୃଢ଼ ଦାବି ରଖିଛି । କେବଳ ନିର୍ବାଚିତ ବିଧାୟକ ମହୋତ୍ସବର ସଭାପତି ଦାୟିତ୍ୱ ତୁଲାଇବାର ଧାର୍ଯ୍ୟ ନୀତି ଥିଲାବେଳେ ବର୍ତମାନ ନିର୍ବାଚିତ ବିଧାୟକ ଯିଏ କି ପ୍ରଭାତ ତ୍ରିପାଠୀଙ୍କ ପୁତ୍ର ତାଙ୍କୁ ସଭାପତି ପଦରେ ଅଳଙ୍କୃତ ନକରି ନିଜେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତି୍ରପାଠୀ ସଭାପତି ରହି ସମସ୍ତ ଲଗାମକୁ ଅଗଣତାନ୍ତ୍ରିକ ଭାବରେ ନିଜ ହାତରେ ରଖିବା ଆଦୋ ସମିଚୀନ ନୁହେଁ । ସମସ୍ତ ଅବ୍ୟବସ୍ଥା ଓ ଗୁମର ଖୋଳିଯିବା ଭୟରେ ନବ ନିର୍ବାଚିତ ବିଧାୟକଙ୍କୁ ମହୋତ୍ସବର ସଭାପତି ଦାୟିତ୍ୱ ଦିଆନଯାଇ କେବଳ କାର୍ଯ୍ୟକାରୀ ସଭାପତି କରାଯାଇଛି । ଯାହାକି ବିଧାୟକ ପଦ ପ୍ରତି ଏହା ଅବମାନନା । ସିବିଆଇ ଦ୍ୱାରା ଅଭିଯୁକ୍ତ ଥିବା ବ୍ୟକ୍ତି ମହୋତ୍ସବ କମିଟିର ମୁଖ୍ୟ ଭାବେ କାର୍ଯ୍ୟ ତୁଲାଇବା, ବ୍ୟାପକ ଅର୍ଥ ମହୋତ୍ସବ ନାମରେ ହରିଲୁଟ କରିବା ତଥା ଜନସାଧାରଣଙ୍କ ମହୋତ୍ସବକୁ ଦଳୀୟ ରାଜନୀତିରେ ଆୟୁଧ କରିବାକୁ ବାଙ୍କୀ ବିଜେପି ଶାଖା ଦୃଢ଼ଭାବରେ ନିନ୍ଦା କରିଛି । ଏହାର ଉପଯୁକ୍ତ କାର୍ଯ୍ୟାନୁÂାନ ପାଇଁ ବିଭାଗୀୟ ଉଚ୍ଚକର୍ତୃପକ୍ଷଙ୍କ ନିକଟରେ ଦାବି କରାଯାଇଛି ଏବଂ ଏହି ସବୁ ଘଟଣା ପାଇଁ ବାଙ୍କୀ ବିଜେପି ଆଗାମୀ ଦିନରେ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିବ ପାଇଁ ବାଧ୍ୟ ହେବ ବୋଲି ସାମ୍ବାଦିକ ସମ୍ମିଳନରେ ଶ୍ରୀ ପାଢୀ ପ୍ରକାଶ କରିଥିଲେ । ବରିÂ ବିଜେପି ନେତା ଆଡ୍ଭୋକେଟ ଯଯାତି ପଟ୍ଟନାୟକ, ସଂଗ୍ରାମ ବିଭୂତି ରାୟ, ପ୍ରସନ୍ନ କୁମାର ମନ୍ତ୍ରୀ, ଶିନିବାସ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

twenty − eighteen =