କୁଜଙ୍ଗ(ରଂଜିତ କୁମାର ପଣ୍ଡା) : ତିର୍ତୋଲ ଥାନାର ଜନୈକ ଏଏସଆଇ ବିନୋଦ ପରିଡ଼ା କୁଜଙ୍ଗରେ କାର୍ଯ୍ୟରତ ସାମ୍ବାଦିକ ପ୍ରଳୟ ମହାପାତ୍ରଙ୍କୁ ତାଙ୍କ ଘରେ ବିଭିନ୍ନ ସମୟରେ ଚଢାଉ କରି ତାଙ୍କୁ ଅଶ୍ରାବ୍ୟ ଗାଳି ଗୁଲଜ କରିବା, ଧକ୍କା ମାରିବା ସହିତ ତାଙ୍କ ବାପ ଏବଂ ମାଆକୁ ମଧ୍ୟ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି । ଏନେଇ ତାଙ୍କର ମାଆ ପୁଲିସ ଡ଼ିଜିଙ୍କୁ ଘଟଣା ସମ୍ପକର୍୍ରେ ଅବଗତ କରାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଅଭିଯୋଗର ନକଲ ଅବଗତି ଏବଂ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅନୁସୂଚତି ଜାତି ଜନଜାତି ଏବଂ ମାନବାଧିକାର ଆୟୋଗଙ୍କୁ ନକଲ ପ୍ରଦାନ କରାଯାଇଥିବା ଜଣାପଡ଼ିଛି ।
ଘଟଣାରୁ ପ୍ରକାଶଯେ, କୁଜଙ୍ଗ ବ୍ଳକଅନ୍ତର୍ଗତ ଗୋପିଆକୁଦ ଅଂଚଳର ଜ୍ୟୋତିଶ୍ରୀ ଡ଼କ୍ଟର ପ୍ରସନ୍ନ କୁମାର ମହାପାତ୍ରଙ୍କ ପୁତ୍ର ପ୍ରଳୟ କୁମାର ମହାପାତ୍ର ସାମ୍ବାଦିକତା କରନ୍ତି । ସେ ତିର୍ତୋଲ ଥାନା ଅନ୍ତର୍ଗତ ରାହାମା ଅଂଚଳର ତାଙ୍କର ଜନୈକ ସମ୍ପର୍କୀୟଙ୍କୁ ଏକ ମାମଲାରରେ ମଧ୍ୟସ୍ଥି ଭାବେ ପୁଲିସ ନିକଟରେ ଲିଖିତ ପ୍ରତିଶ୍ରୁତି ପ୍ରଦାନ କରି ଥାନାରୁ ଆଣିଥିଲେ । ମାତ୍ର ପରବର୍ତୀ ସମୟରେ ପୁଲିସର ଉକ୍ତ ମାମଲାରେ କଠୋର ଆଭିମୁଖ୍ୟ ଦେଖି ତାଙ୍କର ସମ୍ପର୍କୀୟ କୁଆଡେ ଫେରାର ହୋଇ ଯାଇଥିଲେ । ମାତ୍ର ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ସମ୍ପର୍କୀୟଙ୍କୁ ଆଣି ଥାନାରେ ହାଜର କରାଇବା ଲାଗି ପୁଲିସ ସାମ୍ବାଦିକ ଶ୍ରୀଯୁକ୍ତ ମହାପାତ୍ରଙ୍କୁ କହିଥିଲେ । ଏଥିରେ ବିଫଳ ହେବାପରେ ପୁଲିସ ଏବେ ତାଙ୍କ ଉପରେ ପ୍ରତିକ୍ରିୟାଶୀଳ ହୋଇ ପଡ଼ିଥିବା ଜଣାପଡ଼ିଛି । ତିର୍ତୋଲ ଥାନାର ଜେନ÷କ ଏଏସଆଇ ଶ୍ରୀଯୁକ୍ତ ପରିଡ଼ା ଗତ ମାସ ଏବଂ ଚଳିତ ମାସରେ ତିନିଥର ତାଙ୍କ ବାସଭବନରେ ରାତିଅଧିଆ ଚଢାଉ କରି ଶ୍ରୀଯୁକ୍ତ ମହାପାତ୍ରଙ୍କୁ ଦୁର୍ବ୍ୟବହାର କରିବା ଏପରିକି ମାଡ଼ ମାରିବା ନେଇ ମଧ୍ୟ ଅଭିଯୋଗ ଉଠିଛି । ଏପରିକି ତାଙ୍କୁ ଛାତ ଉପରୁ ଠେଲି ତଳକୁ ଫିଙ୍ଗି ଦେଇଥିବାବେଳେ ସେ ଗୁରୁତର ଭାବେ ଆହତ ହୋଇଥିବା ମଧ୍ୟ ସମ୍ପୃକ୍ତ ସାମ୍ବାଦିକ ଅଭିଯୋଗ କରିଛନ୍ତି । ତାଙ୍କର ବାପା ଏବଂ ମାଆକୁ ମଧ୍ୟ ପୁଲିସ ଦୂର୍ବ୍ୟବାହର କରିବା ସହିତ ଜାତିଗତ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି । ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ , ଜାତିଗତ ଆକ୍ଷେପ ଏବଂ ବାପା, ମାଆଙ୍କୁ ଦୁର୍ବ୍ୟବହାର ଅଭିଯୋଗ ନେଇ ତାଙ୍କ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପୁଲିସ ଡ଼ିଜିଙ୍କୁ ସାମ୍ବାଦିକଙ୍କ ମାଆ କବିତା ମହାପାତ୍ର ଲିଖିତ ଭାବେ ଜଣାଇଛନ୍ତି । ଏଥି ସହିତ ଘଟଣା ସମ୍ପର୍କରେ ମଧ୍ୟ ଅନୁସୂଚତି ଜାତି ଏବଂ ଜନଜାତି ଆୟୋଗ, ମାବନାଧିକାର ଆୟୋଗଙ୍କୁ ମଧ୍ୟ ଅବଗତ କରାଯାଇଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କୁ ପଚାରିବାରୁ ଏକ ନାବାଳିକା ଅପହରଣ ମାମଲା ହୋଇଥିବା ବେଳେ ଉକ୍ତ ନାବାଳିକା ସମ୍ପୃକ୍ତ ସାମ୍ବାଦିକଙ୍କ ଘରେ ଥିବା ଆମେ ଟ୍ରାକିଂ ଏବଂ ଅନ୍ୟାନ୍ୟ ସୂତ୍ରରୁ ଖବର ପାଇ ଚଢାଉ କରିଥିଲୁ । ତାଙ୍କୁ କୋ÷ଣସି ପ୍ରକାର ଦୁର୍ବବ୍ୟବହାର କରାଯାଇନଥିବା ସମ୍ପୃକ୍ତ ପୁଲିସ ଅଧିକାରୀ ବିନୋଦ କୁମାର ପରିଡ଼ା ପ୍ରକାଶ କରିଛନ୍ତି ।