ବାଙ୍କୀ: ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ଅର୍ନ୍ତଗତ ବିଲିପଡା ପଂଚାୟତ ଠାରେ ବ୍ଳକ ପ୍ରକଳ୍ପ ସଂଯୋଜିକା ହରପି୍ରୟା ସାହୁ ବିଭିନ୍ନ ଏସ୍.ଏସ୍.ଜି ଗ୍ରୁପର ମହିଳାମାନଙ୍କ ସହିତ ଆଲୋଚନା କରିଛନ୍ତି । ସେମାନଙ୍କ ସଂଘର ସମସ୍ତ କାଗଜ ପତ୍ର ସମିକ୍ଷା କରିବା ସହିତ ଗ୍ରୁପମାନେ କିପରି କାର୍ଯ୍ୟକରୁଛନ୍ତି ତାହା ପଚାରି ବୁଝିଥିଲେ ଏବଂ କହିଥିଲେ ଡମପଡ଼ା ବ୍ଳକର ଏପି୍ରଲ ୨୦୧୭ରେ ନୂଆ କରି ଗଠିତ ହୋଇଥିବା ୮ଶହ ଗ୍ରୁପକୁ ବର୍ତ୍ତମାନ ପିଠା ପୋଗ୍ରାମରେ ୧୫ହଜାର ଲେଖାଏଁ ସାହାଯ୍ୟ କରାଯାଇଥିଲା ଏବଂ ପୁରୁଣା ଗ୍ରୁପକୁ ୧୦ହଜାର ଟଙ୍କା ଲେଖା ରୁଣ ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଡମପଡ଼ା ବ୍ଲକରେ ୧୫ଶହ ଗ୍ରୁପ ପଞ୍ଜିକୃତ ହୋଇ କାର୍ଯ୍ୟକରୁଛନ୍ତି । ସରକାରଙ୍କ ଏହି ଯୋଜନାରେ ପ୍ରତ୍ୟେକ ଗ୍ରୁପକୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ କରାଯିବ ବୋଲି ଏହି ମେଳାର ଲକ୍ଷ ବୋଲି ସଂଯୋଜିକା ହରପିୟା ସାହୁ ପ୍ରକାଶ କରିଛନ୍ତି ।