ଜଗତସିଂହପୁର (ଦୁର୍ଯ୍ୟୋଧନ ମହାରଣା): କେନ୍ଦ୍ରୀୟ ଯୋଜନାକୁ ବିଜେଡି ସରକାର ହଡ଼ପ କରି ନିଜ ନାମରେ କରିବା ର ପ୍ରତିବାଦ ସହ ବ୍ଳକରେ ଚାଲିଥିବା ପିସି କାରବାର ବନ୍ଦ କରିବା, ଦଳୀୟ ପ୍ରୀତି ରଖି ପ୍ରକୃତ ହିତାଧିକାରୀ ଚୟନ ନକରିବା ଆଦି ଦାବିରେ ଆଜି ଜଗତସିଂହପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସଦର ବ୍ଲକ ଘେରାଉ କରାଯିବା ସହିତ ବିଖୋଭ ପ୍ରଦର୍ଶନ କରାଯାଇଥିଲା । ଶତାଧିକ ଦଳୀୟ କର୍ମୀ ଓ କର୍ମକର୍ତା ମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଖୋଭ ପଦର୍ଶନ କରିଥିଲେ । ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିବାଦ ସଭାରେ ରାଜ୍ୟ ବିଜେପି ପ୍ରବକ୍ତା ଗୋଲେଖ ମହାପାତ୍ର ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ମିଶ୍ର, ବରିଷ୍ଠ ବିଜେପି ନେତା ବିଭୁପ୍ରସାଦ ତରାଇ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ କିପରି ଦୁର୍ନୀତି ଚାଲିଛି ସେ ବାବଦରେ ବକ୍ତବ୍ୟ ରଖିବା ସହ ବିଡ଼ିଓଙ୍କ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।