କୁଜଙ୍ଗ(ରଂଜିତ କୁମାର ପଣ୍ଡା): ଗତକାଲି ଠାରୁ ଲଘୁଚାପ ଜନିତ ଲଗାଣ ଭାରୀ ବଷା ଯୋଗୁ କୁଜଙ୍ଗ ଅଂଚଳରେ ଜନ ଜୀବନ ପ୍ରଭାବୀତ ହୋଇ ପଡ଼ିଛି । ଆଗଗ୍ଦ ଦୀପାବଳୀ ଆସୁ ଥିବାରୁ ସ୍ଥାନୀୟ ବାଣ ବ୍ୟବସାୟୀ ମାନେ ବ୍ୟବସାୟ ଆରମ୍ଭ କରି ନପାରି ହତାଶ ହୋଇଛନ୍ତି । ସେହିପରି ଭାବେ ଆଜି କୁଜଙ୍ଗ ମହାବିଦ୍ୟାଳୟ ପରିସର ମଧ୍ୟରେ ବ୍ଳକ ପ୍ରଶାସନ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ ନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ବେଳେ ଆଜି ମଧ୍ୟ ଏହାକୁ ବାତିଲ କରାଯାଇଥିବା ଜଣାପଡ଼ିଛି । ପୂର୍ନବାର ଏହି ଶିବିରକୁ ଆସନ୍ତା ୩୧ ତାରିଖରେ ଆୟୋଜନ କରାଯିବ ବୋଲି କୁଜଙ୍ଗ ବିଡ଼ିଓ ପ୍ରକାଶ କରିଛନ୍ତି ।
ଲଘୁଚାପ ଜନିତ ଲଗାଣ ବର୍ଷା କୁଜଙ୍ଗ ଅଂଚଳରେ ଗତ ଦୁଇ ଦିନ ଧରି ଲାଗି ରହିଛି । ଫଳରେ କୁଜଙ୍ଗ ର ଜନ ଜୀବନ ଗଭୀର ଭାବେ ପ୍ରଭାବିତ ହୋଇ ପଡ଼ିଛି । ଆଉ ମାତ୍ର ତିନି ଦିନ ଦିପାବଳୀ ପରେ ଦୀପାବଳୀ ପର୍ବ । ଏହି ପର୍ବରେ କୁଜଙ୍ଗ ବ୍ଳକ ପଡ଼ିଆଠାରେ ପ୍ରତିବର୍ଷ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବାଣ ଦୋକାନ କରାଯାଇ ଥାଏ । ଚଳିତ ବର୍ଷ ଏହି ଷ୍ଟଲ ନିର୍ମାଣ ଚାଲିଥିବା ବେଳେ ଲଗାଣ ବର୍ଷ କାରଣରୁ ଏହା ଅଧା ହୋଇ ରହିଛଇ । ଫଳରେ କୁଜଙ୍ଗ ଶତାଧିକ ଯୁବକ ମାନେ ଏହି ରୂତୁ କାଳୀନ ବ୍ୟବସାୟରୁ କିଛି ରୋଜଗାର କରିବାର ଆଶା ଧୂଳି ସାତ ହୋଇ ଯାଇଛି । ସେହି ପରିଭାବେ ସ୍ଥାନୀୟ ଲୋକମାନେ ମଧ୍ୟ ଏହି ମହାପର୍ବ ଚଳିତ ବର୍ଷ ଲଗାଣ ବର୍ଷା କାରଣରୁ ଫିକା ପଡ଼ିବ ବୋଲି ପୂର୍ବାନୁ ମାନ କରି ଭାଙ୍ଗି ପଡ଼ିଥିବା ଜଣାପଡ଼ିଛି । ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଉଛି ବ୍ଳକ ପ୍ରଶାସନ ପକ୍ଷରୁ ଆଜି କୁଜଙ୍ଗ ମହାବିଦ୍ୟାଳୟ ପରିସର ମଧ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଥିଲେ । ଏନେଇ ପୂର୍ବରୁ ବ୍ଳକ ଅଂଚଳରେ ଯଥେଷ୍ଟ ପ୍ରଚାର ଏବଂ ପ୍ରସାର କରାଯାଇଥିଲା । ମାତ୍ର ଲଗାଣ ବର୍ଷା କାରଣରୁ ଶେଷ ମୂହୂର୍ତ୍ତରେ ଏହି ଗୁରୁତ୍ୱପୂର୍ଣ୍ଣ ଶିବିରକୁ ବାତିଲ କରାଯାଇଥିବା ସ୍ଥାନୀୟ ବିଡ଼ିଓ କିଶୋରଚନ୍ଦ୍ର ସ୍ୱାଇଁ ପ୍ରକାଶ କରିଛନ୍ତି । ତେବେ ଆସନ୍ତା ୩୧ ତାରିଖରେ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ପୁଣି ଏହି ଶିବିର ଆାୟୋଚନ କରାଯିବା ନେଇ ସେ ସୂଚନା ପ୍ରଦାନ କରିଛନ୍ତି । କଟକ-ପାରାଦୀପ ରାଜ୍ୟରାଜ ପଥର ପାଶ୍ୱର୍ରେ ଥିବା ଜେଆରୱାଇ ମାର୍କେଟ କଂମ୍ପେ୍ଳକ୍ସ ମଧ୍ୟସ୍ଥ ଦୋକାନ ଘର ମଧ୍ୟରେ ଉଦବୃତ୍ତ ଜଳ ପ୍ରବେଶ କରିବା କାରଣରୁ ବ୍ୟବସାୟୀ ତଥା ଗ୍ରାହକ ମାନେ ସମସ୍ୟାର ସମ୍ମୁଖୀନ୍ନ ହୋଇଥିବା ବ୍ୟବସାୟୀ ନବ କୁମାର ସାହୁ ପ୍ରକାଶ କରିଛନ୍ତି । ଏହି ଲଗାଣ ବର୍ଷ ଯୋଗୁ କୁଜଙ୍ଗ ବ୍ଳକ ଅଂଚଳରେ ଜନ ଜୀବନ ସମ୍ପୂର୍ଣ୍ଣଭାବେ ପ୍ରଭାବିତ ହୋଇ ପଡ଼ିଛି ।