କୁଜଙ୍ଗ(ରଂଜିତ କୁମାର ପଣ୍ଡା) : କୁଜଙ୍ଗସ୍ଥିତ ପୂଜା ମଣ୍ଡପଠାରେ ୫୩ ବାର୍ଷିକ ମା କାଳୀପୂଜାଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ ହେଉଅଛି । ଗତ କାଲିଠାରୁ ଆରମ୍ଭ ହୋଇଥିବା ଏହି ପୂଜା କାର୍ଯ୍ୟକ୍ରମ ୫ ଦିନ ଧରି ପାରମ୍ପରିକ ରୀତିରେ ଅନୁଷ୍ଠିତ ହେବ । ଏହି ଅବସରରେ ପ୍ରତ୍ୟେକ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ପ୍ରକାଶ । ସୁନ୍ଦର ତ୍ୱରଣ ସାଙ୍ଗକୁ ଆଲୋକ ସଜ୍ଜା ଶ୍ରଦ୍ଧାଳୁ ମାନଙ୍କୁ ଆକର୍ଷିତ କରୁଥିବାର ପ୍ରତ୍ୟେକ ସନ୍ଧ୍ୟାରେ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେଉଛି । କାର୍ଯ୍ୟକ୍ରମକୁ ମୁଖ୍ୟ ଉପଦେଷ୍ଟା ବାପି ସାର୍ଖେଲ,ବରିଷ୍ଠ ଆଇନଜୀବୀ ଏଏନଡ଼ି ଯାଦବଙ୍କ ମାର୍ଗ ଦର୍ଶନରେ ସଭାପତି ପ୍ରଦ୍ୟୁମ୍ନ କୁମାର ପଟ୍ଟନାୟକ, ସମ୍ପାଦକ ରମେଶଚନ୍ଦ୍ର ଦାସ, ସହ ସମ୍ପାଦକ ବାବାଜୀ ପରିଡ଼ା, କୋଷାଧ୍ୟକ୍ଷ ରବୀନ୍ଦ୍ର କୁମାର ନାଥ, ଉପଦେଷ୍ଟା ଜଗନ୍ନାଥ ନାୟକ, ପ୍ରଶାନ୍ତ ପଟ୍ଟନାୟକ, ସୁବୋଧ ନାରାୟଣ ରାଜଗୁରୁ, ରାଜକିଶୋର ନାରାୟଣ ଗୁରୁ, କାର୍ଯ୍ୟକାରୀ କମିଟି ସଭ୍ୟ ବାବାଜୀ ଚରଣ ସେଠ, ଚିତ୍ତରଞ୍ଜନ ସାହୁ, ଦିଲ୍ଲୀପ ପାତୟ, ଅରୁଣ ପାତ୍ର, ଅଭୟ ବାରିକ, ଗଣେଶ୍ୱର ସ୍ୱାଇଁ, କୁଶ ପ୍ରଧାନ, ସମାଜସେବୀ ନକୂଳ ଦଳାଇ ପ୍ରମୁଖ ପରିଚାଳନା କରୁଥିବା ଜଣାପଡ଼ିଛି ।