ସତର୍କତା ସଚେତନତା ସପ୍ତାହ ଉଦ୍ଘାଟିିିତ

0 500


ପାରାଦୀପ(ଦୀପ୍ତିରଂଜନ ଦାସ): କେନ୍ଦ୍ରୀୟ ସତର୍କତା କମିଶନରଙ୍କ ନିଦେ୍ର୍ଧଶାନୁସାରେ ପାରାଦୀପ ବନ୍ଦରରେ ସତର୍କତା ସଚେତନତା ସପ୍ତହ ଉଦ୍ଘାଟିତ ହୋଇଯାଇଛି । ପାରାଦ୍ୱୀପ ବନ୍ଦର ପ୍ରଶାସନିକ ଭବନରେ ବନ୍ଦର ମୁଖ୍ୟ ଚିକିସଧିକାରୀ ଡା.ପ୍ରହଲ୍ଲାଦ ଚନ୍ଦ୍ର ପଣ୍ଡା ବନ୍ଦର ଅଧିକାରୀ, କର୍ମଚାରୀମାନଙ୍କୁ ଶପଥପାଠ କରାଇଥିଲେ । ଅକ୍ଟୋବର ୨୮ତାରିଖରୁ ଆରମ୍ଭ ହୋଇଥିବା ଏହି ସଚେତନତା ସପ୍ତାହ ନଭେମ୍ବର ୨ତାରିଖ ଦିନ ଉଦ୍ୟାପିତ ହେବ । ଏହି ସପ୍ତାହ ପାଳନ ଅବସରରେ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇ ଉଦ୍ୟାପନୀ ଦିବସରେ ପୁରସ୍କୃତ କରାଯିବ, ଏହି ସମୟ ମଧ୍ୟରେ ବନ୍ଦର ବ୍ୟବହାରକାରୀମାନଙ୍କୁ ନେଇ ଏକ ଆଲୋଚନାଚକ୍ର ଆୟୋଜିତ ହେବ ବୋଲି ବନ୍ଦର ପକ୍ଷରୁ ପ୍ରେସ୍ ବିଜ୍ଞପ୍ତିରୁ ଜଣାପଡିଛି । ସେହିପରି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପାରାଦୀପ ତୈଳ ବିଶୋଧନାଗାର ପକ୍ଷରୁ ମଧ୍ୟ ସତର୍କତା ସଚେତନତା ସପ୍ତାହ ଉଦଘାଟିତ ହୋଇଯାଇଛି । ବିଶୋଧନାଗାରର କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ ଟିଡିଭିଏସ୍ ଗୋପାଳକୃଷ୍ଣନ୍ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଏକ ସତର୍କତା ସଚେତନତା ରଥର ଶୁଭ ଉଦ୍ଘାଟନ ହୋଇଥିଲ । ଏହି ରଥ ନିକଟବର୍ତୀ ଗ୍ରାମଗୁଡିକରେ ବୁଲି ଜନସାଧାରଣମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ । ଏହି ସଚେତନତା ସପ୍ତାହ ବ୍ୟାପି କାର୍ଯ୍ୟକ୍ରମ ମଧ୍ୟରେ ନିକଟବର୍ତୀ ଶିକ୍ଷାନୁଷ୍ଠାନମାନଙ୍କରେ ବିଶୋଧନାଗାର ପକ୍ଷରୁ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ସତର୍କତା ସଚେତନତା ସୃଷ୍ଟି କରାଯିବାର କାର୍ଯ୍ୟକ୍ରମ ଥିବା ବିଶୋଧନାଗାର ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

four × five =