“ଲାଞ୍ଚ ନେବିନି କି ଦେବିନି” ବିଡ଼ିଓ ଓ କର୍ମଚାରୀଙ୍କ ଶପଥ

0 737

କୁଜଙ୍ଗ (ରଂଜିତ କୁମାର ପଣ୍ଡା): କେନ୍ଦ୍ର ଭିଜିଲାନ୍ସ ଆୟୋଗ ନିର୍ଦ୍ଦେଶ କ୍ରମେ ଦୁର୍ନୀତି ବିରୁଦ୍ଧରେ ସଚେତନତା ସୃଷ୍ଟି କରାଯିବା ମୁଖ୍ୟ ଉଦ୍ଧେଶ୍ୟ ନେଇ ଦେଶର ସମଗ୍ର ରାଜ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଚଳିତ ୨୮ରୁ ୦୨ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ ପାଳନ କରାଯାଉଛି।ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ଆଜି ପୂର୍ବାହ୍ନ ଏଗାରଟା ସମୟରେ ସ୍ଥାନୀୟ କୁଜଙ୍ଗ ବ୍ଲକ୍ କାର୍ଯ୍ୟାଳୟ ସଭାଗୃହ ଠାରେ କୁଜଙ୍ଗ ବ୍ଲକ୍ ପ୍ରଶାସନ ତତ୍ତ୍ଵାବଧାନରେ ଏକ ଶପଥ ପାଠ ସମାରୋହ ବ୍ଲକ୍ ବିଡ଼ିଓ କିଶୋର ଚନ୍ଦ୍ର ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।ଏହି ପରିପ୍ରେକ୍ଷୀରେ କୁଜଙ୍ଗ ବ୍ଲକ୍ ସଭାଗୃହ ରେ ବ୍ଲକ୍ ଉନ୍ନୟନ ଅଧିକାରୀ କିଶୋର ଚନ୍ଦ୍ର ସ୍ବାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ନିଜ କାର୍ଯ୍ୟରେ ସାଧୁତା ଓ ସଚ୍ଚୋଟ ବଜାୟ ରଖିବା, ଦୁର୍ନୀତି ମୁକ୍ତ ରହି କାର୍ଯ୍ୟ କରିବା,ଲାଞ୍ଚ ନନେବା,ଲାଞ୍ଚ ନା ଦେବା, ଜନସାଧରଣଙ୍କୁ ମୂଲ୍ୟବୋଧ ଭିତିକ ସେବା ଯୋଗାଇଦବା ସହିତ ଅନୁଷ୍ଠାନର ସୁନାମ ବଜାୟ ରଖିବା,ଯେ କୌଣସି ଦୁର୍ନୀତି ସମ୍ପର୍କରେ ଉପଯୁକ୍ତ କର୍ତ୍ତୃପକ୍ଷ ଙ୍କୁ ଅବଗତ କରାଇବା ପାଇଁ ଶପଥ ପାଠ କରାଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ବ୍ଲକ୍ ଉନ୍ନୟନ ଅଧିକାରୀ ସନ୍ତୋଷ ଶତପଥୀ ଙ୍କ ସହିତ ସରପଞ୍ଚ,ସମିତି ସଭ୍ୟ, ସଭ୍ୟା ଓ ବ୍ଲକ୍ ,ତହସିଲ ଓ ଥାନା ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଶପଥ ପାଠ କରିଥିଲେ।

Leave A Reply

Your email address will not be published.

1 × 2 =