ପାରାଦ୍ୱୀପ(ଦିପ୍ତୀରଂଜନ ଦାସ ): ପାରାଦ୍ୱୀପ ଲେଡିଜ୍ କ୍ଲବ୍ ଦ୍ୱାରା ଏକ କ୍ୟାନସର ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଅଫିସର୍ସ କ୍ଲବ୍ ପରିସର କାର୍ଯ୍ୟାଳୟ ଠାରେ ଆୟୋଜିତ ହୋଇଯାଇଅଛି । କ୍ଲବର ସଭାନେତ୍ରୀ ଶୁଭଲକ୍ଷ୍ମୀ ରଏଙ୍କ ପ୍ରଚେଷ୍ଟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ଏଚସିଜିପଣ୍ଡା’ କ୍ୟାନସର ହସପିଟାଲର ବରିଷ୍ଠ ଡାକ୍ତର ରଞିତ କର ଯୋଗ ଦେଇ କ୍ୟାନସର ସମ୍ପର୍କୀତ ସମସ୍ୟା ବିଷୟରେ ଆଲୋଚନା ଓ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ କ୍ଲବର କାର୍ଯ୍ୟକାରୀ ସଭାନେତ୍ରୀ ସବିତା ପଣ୍ଡା ପରିଚାଳନା କରିଥିଲା ବେଳେ ଏଥିରେ ବହୁ ସଂଖ୍ୟାରେ ସଭ୍ୟାମାନେ ଉପସ୍ଥିତ ଥିଲେ ।